ETV Bharat / politics

ବାରବାଟୀ ନିର୍ବାଚନ ମଣ୍ଡଳୀରେ ପୁଣି ଦମ ଦେଖାଇବ କଂଗ୍ରେସ: ମୋକିମ

author img

By ETV Bharat Odisha Team

Published : Mar 10, 2024, 4:35 PM IST

Congress again win Barbati seat: ବାରବାଟୀରେ ଦଳକୁ ସୁଦୃଢ କରୁଛନ୍ତି ମହମ୍ମଦ ମୋକିମ । କହିଲେ, ଏଥର ମଧ୍ୟ କଂଗ୍ରେସ ଜିତିବ । ନିକଟରେ ରଦ୍ଦ ହୋଇଛି ବିଧାୟକ ପଦ । ଅଧିକ ପଢନ୍ତୁ

ବାରବାଟୀ ନିର୍ବାଚନ ମଣ୍ଡଳୀରେ ପୁଣି ଦମ ଦେଖାଇବ କଂଗ୍ରେସ : ମୋକିମ

କଟକ: ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କଲା କଂଗ୍ରେସ । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ସମସ୍ତ ୱାର୍ଡର କର୍ମୀଙ୍କୁ ନେଇ ଗୁରୁମନ୍ତ୍ର ଫୁଙ୍କିଲେ କଂଗ୍ରେସ ନେତା ମହମ୍ମଦ ମୋକିମ । 2024 ନିର୍ବାଚନ ପାଇଁ ଆଉ ହାତ ଗଣତି କିଛିଟା ଦିନ ବାକି ରହିଥିଲା ବେଳେ ଏହାପୂର୍ବରୁ ଦଳକୁ ମଜବୁତ କରିବା ପାଇଁ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରି, ପ୍ରତିୱାର୍ଡରେ ଦଳର ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ମୋକିମ । ଏହି ପ୍ରସ୍ତୁତି ସହ ସେ ନିଜ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ କଂଗ୍ରେସ ବିଜୟୀ ହେବା ନେଇ ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି ।

2019 ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦୀ ତଥା ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇ ବିଧାୟକ ପଦ ହାତେଇଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ । ମୋକିମ କହିଛନ୍ତି,‘‘ପାଞ୍ଚ ବର୍ଷର ବିଧାୟକ କାର୍ଯ୍ୟକାଳ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ବାରବାଟୀରେ ହୋଇଛି । ସେଥିମଧ୍ୟରୁ ବକ୍ସ ଡ୍ରେନ କାମ ହେଉଛି ଅନ୍ୟ ଏକ ଉଦାହରଣ । ଯାହା ବିଜେଡି ଦଳର ବିଧାୟକ କରିପାରି ନଥିଲେ ତାହା ମୋ କାର୍ଯ୍ୟକାଳ ମଧ୍ୟରେ ଶେଷ ହୋଇଛି । ଏହାଛଡ଼ା ସହରର ପରିମଳ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ଦିଗରେ ବାରବାଟୀ ନିର୍ବାଚନ ମଣ୍ଡଳୀକୁ ଭିନ୍ନ ଏକ ରୂପ ଦିଆଯାଇଛି । ତେଣୁ ଆଗମୀ ନିର୍ବାଚନ ପାଇଁ ତାରିଖ ଆସି ନଥିଲେ ସୁଦ୍ଧା ଏବେଠୁ ଦଳକୁ ମଜଭୁତ କରିବା ପାଇଁ ସମୟ ଆସିଛି । କଂଗ୍ରେସ ପୂର୍ବଥର ପରି ଏଥର ମଧ୍ୟ ଏହି ଆସନରେ ବିଜୟୀ ହେବ ।’’

ଏହା ମଧ୍ୟ ପଢନ୍ତୁ :- 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍‌

ତେବେ ନିକଟରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମାମଲାରେ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ । ନାମାନଙ୍କପତ୍ର ଦାଖଲ କରିବା ସମୟରେ ନିଜ ବିରୋଧରେ ଥିବା ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ତାଙ୍କ ସଭ୍ୟପଦକୁ ଅସିଦ୍ଧ ଘୋଷଣା କରାଯାଇଥିଲା । ପୂର୍ବତନ ବିଧାୟକ ତଥା ବିଜେଡିର ପରାଜିତ ପ୍ରାଥୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦାୟର ନିର୍ବାଚନୀ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ହାଇକୋର୍ଟଙ୍କ ଛାଟ ପରେ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସମୀକରଣ ଆରମ୍ଭ କରିଦେଇଛନ୍ତି କଂଗ୍ରେସ ନେତା ମୋକିମ । ତେବେ ସେ ଦଳୀୟ ବିଶୃଙ୍ଖଳା ପାଇଁ କଂଗ୍ରେସରୁ ନିଲମ୍ବିତ ମଧ୍ୟ ହୋଇଥିଲେ । ହେଲେ ଏବେ ତାଙ୍କ ଉପରୁ କାର୍ଯ୍ୟାନୁଷ୍ଠାନ ହଟି ସାରିଛି । ସେ ଏହି ଥର ମଧ୍ୟ ବାରବାଟୀ ଆସନରୁ କଂଗ୍ରେସ ଟିକେଟରୁ ଲଢିବା ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.