ETV Bharat / politics

ଜୟଦେବରେ କଂଗ୍ରେସର ରୋଡ ସୋ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଦମଦାର ପ୍ରଚାର - Jayadev Assembly Constituency - JAYADEV ASSEMBLY CONSTITUENCY

Congress Campaign In Jayadev: ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦେଖାଇଛି ନିଜର ବଳ । ବାଲିଅନ୍ତା ବ୍ଲକ ନିକୁଞ୍ଜ ବିହାରୀ ମଠରୁ ଏକ ଶୋଭଯାତ୍ରାରେ ବାହାରି ପ୍ରଚାର କରିଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଓ ଜୟଦେବ ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ

Congress Campaign In Jayadev
Congress Campaign In Jayadev (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 6:44 PM IST

Congress Campaign In Jayadev (ETV Bharat Odisha)

ନିଆଳି: ଆସନ୍ତା ୨୫ ତାରିଖରେ ଭୁବନେଶ୍ବର ଲୋକସଭା ଆସନ ପାଇଁ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ତଥା ଏହାର ଅନ୍ତର୍ଗତ ୭ଟି ବିଧାନସଭାରେ ତୀବ୍ର ହେବାରେ ଲାଗିଛି କ୍ୟାମ୍ପେନିଂ ୱାର । ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ନେଇ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ଭୁବନେଶ୍ୱର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ସୋ କରିଛନ୍ତି । ବାଲିଅନ୍ତା ବ୍ଲକ ନିକୁଞ୍ଜ ବିହାରୀ ମଠରୁ ଏହି ଶୋଭାଯାତ୍ରା ବାହାରି ଜୟଦେବ ପୀଠ ପର୍ଯ୍ୟନ୍ତ ଯାଇଛି । ବିଭିନ୍ନ ପଞ୍ଚାୟତ ଏବଂ ଗାଁ ଗଣ୍ଡାରେ ରୋଡ ସୋ ମାଧ୍ୟମରେ କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି ।

ଏହା ମଧ୍ୟ ପଢନ୍ତୁ .... ଜୟଦେବରେ କଂଗ୍ରେସକୁ ମିଳିଲା ମିଳିତ ଦଳିତ ସଙ୍ଗଠନର ବଳ - JAYADEV CONGRESS

ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ କହିଛନ୍ତି, "ପ୍ରଚାରର ପ୍ରଥମ ଦିନରୁ ହିଁ ଆମେ ରାସ୍ତାକୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଛୁ । ଜୟଦେବ ହେଉଛି ଚାଷୀ ପ୍ରବଣ ଅଞ୍ଚଳ । ୨୫ ବର୍ଷର ବିଜେଡି ସରକାର ସବୁଥିରେ ଏହି ଅଞ୍ଚଳକୁ ଅବହେଳା କରିଛି । ଜୟଦେବରେ କୃଷକ ମାନଙ୍କ ପାଇଁ ଶୀତଳକରଣ ଭଣ୍ଡାର ନାହିଁ, ସ୍କୁଲରେ ଶିକ୍ଷକ ନାହାଁନ୍ତି, ମେଡିକାଲରେ ଡାକ୍ତର ନାହାଁନ୍ତି ସବୁଥିରେ ବଞ୍ଚିତ ହୋଇଛନ୍ତି ଜୟଦେବ ଭୋଟର । ଏହାର ଜବାବ୍ ଦେବେ ଜୟଦେବ ଜନସାଧାରଣ । ବିଜେପି ଯେଉଁ ୪୦୦ ପାର କଥା କହୁଛି କଂଗ୍ରେସ ସରକାର ଥିବା ସମୟରେ ପେଟ୍ରୋଲ ଓ ଡିଜେଲ୍ ୬୩ ଟଙ୍କାକୁ ବିଜେପି ୪୦୦ ପାର କରିବ । କଂଗ୍ରେସ ସରକାର ସମୟର ଗ୍ୟାସ ୪୦୦ ଥିବା ସମୟରେ ୧୧୦୦ ଶହ ଟଙ୍କା ପାର କରିଛନ୍ତି ବିଜେପି । ଏହା ଗୋଟିଏ ମିଛୁଆ ସରକାର । ୧୫ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଦେଇ ଭୋଟରଙ୍କୁ ଭକୁଆ ବନେଇ ଥିବା ସରକାରଙ୍କୁ ଲୋକେ କ୍ଷମା ଦେଵେ ନାହିଁ । " ବରଂ ଆସନ୍ତା ୨୫ ତାରିଖ ଭୋଟ କେନ୍ଦ୍ରରେ ବାଲଟ ପେପରରେ ଓଡ଼ିଶାବାସୀ ଏବଂ ଜୟଦେବ ଭୋଟର ଉଚିତ ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ ।

ସେହିପରି ଜୟଦେବ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, " ରାଜଧାନୀ ଭୁବନେଶ୍ବରର ଉପକଣ୍ଠରେ ଥାଇ ମଧ୍ୟ ଜୟଦେବ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ । ଜୟଦେବରେ କାହାରି ବିକାଶ ହୋଇନାହିଁ । ଜୟଦେବରେ ଭୋଟର ପାନ, ଧାନ,ଆଖୁ ଏବଂ ପରିବା ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି, କିନ୍ତୁ କୃଷକ ମାନଙ୍କ ପାଇଁ ୨୫ ବର୍ଷ ହେବ କୌଣସି ବିକାଶ ହୋଇନାହିଁ ‌ । ଦେହ ଖରାପ ହେଲେ ଭୁବନେଶ୍ବର କିମ୍ବା କଟକ ଉପରେ ନିର୍ଭର କରିବାକୁ ପଡୁଛି । ରାଜଧାନୀ ଉପକଣ୍ଠରେ ଥିବା ଲୋକେ ପାଣି ସମସ୍ୟା ଭୋଗୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ପିଇବା ପାଣି ଯୋଗାଇ ଦେବା ଆଳରେ ବସୁଧା ଯୋଜନା ଏବଂ ଜଳ ମିଶନ ଯୋଜନା ଜୟଦେବରେ ଫେଲ ମାରିଛି । ଲୋକଙ୍କ ଟଙ୍କା ବାଟମାରଣା ହେଉଛି ଏହାର ଜବାବ୍ ଜୟଦେବ ଭୋଟର ଦେବେ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡ କାର୍ଯ୍ୟକାରୀ ହେବ । କଂଗ୍ରେସ ଶାସନକୁ ଆସିଲେ ଜୟଦେବ ଅଞ୍ଚଳରେ ଟ୍ରେନ ଲାଇନ ଯିବ । ଏଠାରେ ମେଡିକାଲ କଲେଜ ଓ ଫ୍ୟାକ୍ଟ୍ରିଂ ସ୍ଥାପନ କରାଯିବ ।" ଦେଶ ଏବଂ ଓଡ଼ିଶାରେ କଂଗ୍ରେସ ସରକାର ଗଢିବ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.