ETV Bharat / politics

ନୀତି ଆୟୋଗରେ ଉଠିଲାନି ଓଡ଼ିଶା ସ୍ବାର୍ଥ କଥା; ତାରାଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ - Congress MLA Tara On Niti Aayog

author img

By ETV Bharat Odisha Team

Published : Jul 28, 2024, 7:07 PM IST

Congress MLA Tara On Niti Aayog Meeting:ନୀତି ଆଯୋଗ ବୈଠକ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । କହିଲେ ବୈଠକରେ ଉଠିଲା ନାହିଁ ଓଡ଼ିଶା ସ୍ବାର୍ଥ୍ୟ କଥା । ଅଧିକ ପଢନ୍ତୁ

Congress MLA Tara On Niti Aayog
Congress MLA Tara On Niti Aayog (ETV Bharat Odisha)

ଭୁବନେଶ୍ବର: ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ବାର୍ଥ କଥା ଉଠାଇଲେ ନାହିଁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । କେନ୍ଦ୍ରୀୟ ବଜେଟରେ ବିଭିନ୍ନ ରାଜ୍ୟକୁ ବିପୁଳ ଆର୍ଥିକ ଅନୁଦାନ ଅଜାଡ଼ିଦେଲେ ମୋଦି ହେଲେ ନୀତି ଆୟୋଗ ବୈଠକରେ ଯୋଗଦେଇ ଓଡ଼ିଶା ପାଇଁ ସ୍ପେସିଆଲ ଆର୍ଥିକ ଅନୁଦାନ ମାଗିଲେ ନାହିଁ ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ତାରା ।

ତାରାଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ପାହ୍ୟା କି ସ୍ବତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ । କେନ୍ଦ୍ର ସରକାରଙ୍କ ଆଗରେ ନବୀନ ପଟ୍ଟନାୟକ ସରକାର କେବେ ହେଲେ ସ୍ପେଶାଲ ସ୍ଟାଟସ କଥା ଉଠାଇନାହାନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ବିଜେଡି ସରକାର ମାଗୁଥିଲା ଏବେ ଆଉ ମାଗୁନାହାନ୍ତି । ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର ରାଜ୍ୟର ହିତରେ ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ମାଗିଲେ ନାହିଁ । ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଗଲା । କିନ୍ତୁ ଓଡ଼ିଶାକୁ ଦିଆଗଲା ନାହିଁ ।"

'ହାୱା ସରକାର, କଥା କହୁଛନ୍ତି କାମ ନାହିଁ'

ତାରା ଆହୁରି କହିଛନ୍ତି, "ବିଜେପି ସରକାର କେବିକେ ଯୋଜନାକୁ କାଟିଦେଇଛନ୍ତି । ସରକାର 8ଟି ଯୋଜନାକୁ କାଟିଦେଇଛନ୍ତି । ସେହିଭଳି ରେଳ ବଜେଟ ମଧ୍ୟ ଆଖି ଦୃଶିଆ ରାଜ୍ୟ ପାଇଁ ହୋଇନାହିଁ । ରେଳ ମନ୍ତ୍ରୀଙ୍କୁ ଓଡ଼ିଶା ନେତା ହିଁ ରାଜ୍ୟସଭାକୁ ପଠେଇଛନ୍ତି । ଏହା ହିଁ ଆମ ପାଇଁ ଦୁର୍ଭାଗ୍ୟ । KBK, BRGF, ଆଦିବାସୀ ବିକାଶ ଯୋଜନା କାଟି ଦେଇଛନ୍ତି । ଅନ୍ୟ ନାଁରେ ଵି ନାହିଁ । ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ KBK କଥା ଉଠାଇ ନାହାନ୍ତି । ହାୱା ସରକାର । କଥା କହୁଛନ୍ତି କାମ ନାହିଁ ।" ସେହିପରି ରତ୍ନ ଭଣ୍ଡାରରେ ରାଜନୀତି ନ ହେଉ । ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ଭକ୍ତ । ତାଙ୍କ ନିଷ୍ପତ୍ତିକୁ ମାନନ୍ତୁ ରାଜ୍ୟ ସରକାର । ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ତାରା ।

ଏହା ବି ପଢନ୍ତୁ- ‘ମୋଦି ଶାସନରେ କୌଣସି ରାଜ୍ୟକୁ ଅବହେଳା ନାହିଁ, ନୀତି ଆୟୋଗ ବୈଠକରେ ହେବ ଖଣି ରୟାଲ୍ଟି ନିଷ୍ପତ୍ତି’

ଦିଲ୍ଲୀରେ ଦୁଇ ଦିନିଆ ନୀତି ଆୟୋଗ ବୈଠକ ବସିଛି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକରା ଯାଇଛି । ନିଜ ନିଜ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନେଇ ମତ ରଖିବେ ରାଜ୍ୟର ମୁଖିଆ । ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି କରି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀମାନେ ଦାବି କରିଛନ୍ତି ।

ବିକଶିତ ଓଡ଼ିଶା ଉପରେ ଆଲୋଚନା:-

2036ରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଗଠନକୁ 100ବର୍ଷ ପୁରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ବିକଶିତ ଓଡ଼ିଶା ଉପରେ ଆଲୋଚନା କରିଛନ୍ତି । 480କିମି ବ୍ୟାପି କୋଷ୍ଟାଲ ହାଇୱେ ରହିଛି, ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ଦର ଶିଳ୍ପକୁ ଅଗ୍ରାଧିକାର ଦେଇ ବନ୍ଦର ନିର୍ମାଣ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.