ETV Bharat / politics

ବାଲେଶ୍ବରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ କିଏ ? ଆଶାୟୀଙ୍କ ପ୍ରଚାର ଜୋରଦାର - Balasore Congress Candidate

Balasore Congress Candidate: ବାଲେଶ୍ବର ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ଏଣେ ପ୍ରଚାର ଜୋରଦାର କଲେଣି ଦୁଇ ପ୍ରମୁଖ ଆଶାୟୀ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 8, 2024, 11:00 PM IST

Balasore Congress Candidate
Balasore Congress Candidate
Balasore Congress Candidate

ବାଲେଶ୍ବର: ବାଲେଶ୍ବର ସଦର ବିଧାନସଭା ଆସନରୁ 2024 ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି । ଏମିତି କି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ ବିଜେପି ପ୍ରାର୍ଥୀ ମାନସ ଦତ୍ତ ସେମାନଙ୍କ ନିର୍ବାଚନୀ ପ୍ରଚାର ଏବଂ କର୍ମୀମାନଙ୍କୁ ନେଇ ସମାବେଶ କରିବା ଆରମ୍ଭ କରି ସାରିଲେଣି । ମାତ୍ର କଂଗ୍ରେସ ଏପର୍ଯ୍ୟନ୍ତ ଏହାର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାବେଳେ ଆଶାୟୀମାନେ କିନ୍ତୁ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସର ପୁରୁଖା ନେତା ପଦ୍ମଲୋଚନ ଲେଙ୍କାଙ୍କ ପୁଅ ସରୋଜ ଲେଙ୍କା ଆଶାୟୀ ପ୍ରାର୍ଥୀ ଅଛନ୍ତି । ବିଭିନ୍ନ ସମୟରେ ସଦର ବିଧାୟକଙ୍କୁ ଟାର୍ଗେଟ କରି ଜନସମାବେଶଠାରୁ ଆରମ୍ଭ କରି ଘର ଘର ବୁଲି ପ୍ରଚାର କରୁଥିବା ବିକ୍ରମ ପଣ୍ଡାଙ୍କ ନାମ ମଧ୍ୟ କଂଗ୍ରେସ ଆଶାୟୀ ପ୍ରାର୍ଥୀ ତାଲିକାରୁ ବାଦ ଦିଆଯାଇନପାରେ ।

ଶ୍ରୀକାନ୍ତଙ୍କ ଅନୁଗାମୀ ବିକ୍ରମଙ୍କ ପ୍ରଚାର ଜୋରଦାର: ସେହିଭଳି ବାଲେଶ୍ଵର ଲୋକସଭା ଆସନରେ କେବଳ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରିଛି । ବିଜେଡି କିମ୍ବା କଂଗ୍ରେସ ଏପର୍ଯ୍ୟନ୍ତ ଏଠାରୁ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଏହାରି ଭିତରେ କଂଗ୍ରେସକୁ ଫେରିଥିବା ପୂର୍ବଚନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣିଥରେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି । ତେଣୁ ତାଙ୍କର ଅନୁଗାମୀ ବିକ୍ରମ ପଣ୍ଡାଙ୍କୁ ସଦର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି । ବିକ୍ରମ ଏଥର ନିର୍ବାଚନ ମୈଦାନକୁ ନିଶ୍ଚୟ ଓହ୍ଲାଇବେ ଏବଂ ଦୁଇ ଦଳର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବେ ବୋଲି ପୂର୍ବରୁ କୁହାଯାଉଥିବାବେଳେ ଏବେ ସେ କଂଗ୍ରେସ ଶିବିରରେ ଥିବା କଥା ମଧ୍ୟ କୁହାଯାଉଛି । ଏହାରି ଭିତରେ ବିକ୍ରମ ନିଜର ପ୍ରଚାର ପ୍ରସାରରେ କୌଣସି ପ୍ରକାର ସୁଯୋଗ ଛାଡ଼ି ନାହାନ୍ତି । କାନ୍ଥ ବାଡ଼ରେ ଏଥର ବିକ୍ରମ ବୋଲି ପୋଷ୍ଟର ବ୍ୟାନର ମରାଯାଇଥିବା ଦେଖିବାକୁ ମିଳୁଛି । ବିକ୍ରମ ପଣ୍ଡା ପୂର୍ବରୁ ସଦର ବିଧାୟକଙ୍କୁ ଟାର୍ଗେଟ କରି ତାଙ୍କର କାର୍ଯ୍ୟଶୈଳୀ ଏବଂ କେଉଁଠି କେଉଁଠି ତାଙ୍କ ଦ୍ବାରା ବିକାଶ ହୋଇ ପାରିନାହିଁ ସେ ସବୁକୁ ପାଥେୟ କରି ନିଜର ପ୍ରଚାର ଆରମ୍ଭ କରିଥିଲେ । ଗତ 6 ମାସ ଧରି ବିକ୍ରମ 'ଘରେ ଘରେ ବିକ୍ରମ' ନାରା ଦେଇ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ନିଜର ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...'ଜଗତସିଂହପୁରରେ କଂଗ୍ରେସ ସଶକ୍ତ, ଘର ବାହୁଡା ଆରମ୍ଭ କଲେଣି କର୍ମୀ' - Jagatsinghpur Congress

ପଛରେ ନାହାଁନ୍ତି ସରୋଜ ଲେଙ୍କା: ଅନ୍ୟପଟେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ସହଯୋଗ ତଥା ବାପାଙ୍କ ଆଶୀର୍ବାଦ ନେଇ ସରୋଜ ଲେଙ୍କା ମଧ୍ୟ କଂଗ୍ରେସ ଦଳର ଉପରିସ୍ଥ ନେତାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ । ବିଜେଡି ଏବଂ ବିଜେପି ବାହାଘର ସରୋଜ ଲେଙ୍କାଙ୍କ ନେତୃତ୍ବରେ ହୋଇଥିବାବେଳେ ଏବେ ପୁଣି ମାଇନରିଟି ସେଲକୁ ଏକଜୁଟ କରାଇ ସେମାନଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଛି । ପବିତ୍ର ରମଜାନ ମାସ ଚାଲିଥିବାବେଳେ ବାଲେଶ୍ଵର ସହରର ବିଭିନ୍ନ ବସ୍ତିର ମୁଖିଆମାନଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ଏକଜୁଟ କରାଇ ସେମାନଙ୍କୁ ଚାଦର, ଟୋପି ଏବଂ ଅତର ପ୍ରଦାନ କରିଥିଲେ ସରୋଜ । ଅବଶ୍ୟ କ୍ୟାମେରା ସାମ୍ନାରେ ସରୋଜ ଆଗାମୀ ନିର୍ବାଚନ ବିଷୟରେ କିଛି କହିନାହାନ୍ତି, ମାତ୍ର ତାଙ୍କୁ ନିର୍ବାଚନରେ ଆଶୀର୍ବାଦ କରିବା ପାଇଁ ମାଇନରିଟି ସେଲର ସଭାପତି ଶେଖ ଅସଗର ଅଲ୍ଲୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

କାହାକୁ ମିଳିବ ଟିକେଟ୍‌ ?: ଗୋଟିଏ ପଟେ ବିକ୍ରମ ଜନ ଅଧିକାର ସମାବେଶ ଏବଂ ନିଜର ପ୍ରଚାର କରୁଥିବାବେଳେ ଏଯାବତ ସେ କଂଗ୍ରେସରୁ ଲଢ଼ିବେ କି ନାହିଁ କିଛି ସ୍ପଷ୍ଟ ହୋଇନି । ଅନ୍ୟପଟେ ସରୋଜ କଂଗ୍ରେସରେ ରହି ଦଳର ନିର୍ଦ୍ଦେଶ ଅନୁସାରେ କାମ କରିଚାଲିଛନ୍ତି । କୁହାଯାଉଛି, ଯଦି ଶ୍ରୀକାନ୍ତ ଜେନା ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତି, ତେବେ ବିକ୍ରମଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ । ଏହାରି ଭିତରେ ଦଳର ନିଷ୍ପତ୍ତି ଅଟକିଥିବା ବେଳେ ଆଗାମୀ ଦିନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ଏବଂ କିପରି ଫାଇଟ୍‌ କରୁଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.