ETV Bharat / politics

ଛେଣ୍ଡିପଦାରେ ବିଜେପି-ବିଜେଡି ବାହାଘର,ଶୋଭାଯାତ୍ରା ବାହାର କଲା କଂଗ୍ରେସ - ବିଜେଡି ବାହାଘର

Wedding Ceremony Between BJD And BJP: ଭୋଟରଙ୍କୁ ସଚେତନ କରେଇବା ପାଇଁ ବିଜେପି ବିଜେଡି ବିବାହ ଉତ୍ସବ ଆୟୋଜନ କରିଛି କଂଗ୍ରେସ । ଛେଣ୍ଡିପଦା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଠାରେ ନବୀନ ଓ ମୋଦି ପିନ୍ଧିଥିବା ଦୁଇ ଜଣକୁ ବିବାହ କରିବା ସହ ତାଙ୍କୁ ଶୋଭାଯାତ୍ରାରେ କୋଶଳା ବଜାର ବୁଲାଇଛନ୍ତି କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

ଛେଣ୍ଡିପଦାରେ ବିଜେପି ବିଜେଡିର ବାହାଘର,ଶୋଭାଯାତ୍ରା ବାହାର କଲା କଂଗ୍ରେସ

author img

By ETV Bharat Odisha Team

Published : Mar 3, 2024, 7:11 AM IST

ଛେଣ୍ଡିପଦାରେ ବିଜେପି ବିଜେଡିର ବାହାଘର,ଶୋଭାଯାତ୍ରା ବାହାର କଲା କଂଗ୍ରେସ

ଅନୁଗୋଳ: ପାଖେଇ ଆସୁଛି ନିର୍ବାଚନ । ଏବେ ଠାରୁ ସବୁ ରାଜନୈତିକ ଦଳ ଅନ୍ୟ ଦଳ ଉପରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା କଂଗ୍ରେସ ଏକ ନିଆରା ଢଙ୍ଗରେ ବିପକ୍ଷ ଦଳ ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରି ପ୍ରତିବାଦ କରିଛି । ପୁଣି ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଚର୍ଚ୍ଚାରେ ଆଜି ଘିଅ ଢାଳିଛି କଂଗ୍ରେସ । ଭୋଟରଙ୍କୁ ସଚେତନ କରେଇବା ପାଇଁ ବିଜେପି ବିଜେଡି ବିବାହ ଉତ୍ସବ ଆୟୋଜନ କରିଛି କଂଗ୍ରେସ ।

ଛେଣ୍ଡିପଦା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଠାରେ ନବୀନ ଓ ମୋଦି ପିନ୍ଧିଥିବା ଦୁଇ ଜଣକୁ ବିବାହ କରିବା ସହ ତାଙ୍କୁ ଶୋଭାଯାତ୍ରାରେ କୋଶଳା ବଜାର ବୁଲାଇଛନ୍ତି କଂଗ୍ରେସ କର୍ମୀ । ବିଶିଷ୍ଟ କଂଗ୍ରେସ ନେତ୍ରୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତା ବେହେରା , ଗୋବିନ୍ଦ ନାଏକ ଓ ଦଳର ଅନ୍ୟ ନେତୃବୃନ୍ଦ ପଟୁଆରେ ସାମିଲ ହୋଇଥିଲେ । ରାମଚଣ୍ଡୀଙ୍କ ଠାରୁ ଏହି ଶୋଭାଯାତ୍ରା ବାହାରି ଦୋଳ ମଣ୍ଡପ ନିକଟରେ ଶେଷ ହୋଇଥିଲା । କିଭଳି ଦୁଇ ଦଳ ଭୋଟରଙ୍କୁ ଠକୁଛନ୍ତି ସେ ନେଇ ଲୋକଙ୍କୁ ସଚେତନ କରିଥିଲେ କଂଗ୍ରେସ ନେତା ମାନେ । ସବୁଠାରୁ ବଡ଼ କଥା ହେଲା ଶୋଭାଯାତ୍ରାର ଶେଷରେ ରାଜ୍ୟର ସମସ୍ତ MP ଓ ରାଜ୍ୟର ଖଣି ଖଦାନକୁ ବିଜେପିକୁ ଯୌତୁକ ଭାବେ ଦିଆ ଯାଇଥିବା ପୋଷ୍ଟର ମଧ୍ୟ ପ୍ରଦର୍ଶିତ କରିଥିଲେ ଦଳୀୟ ନେତାମାନେ ।

ଏହା ମଧ୍ୟ ପଢନ୍ତୁ ... କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ

ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତା ବେହେରା ଅଭିଯୋଗ କରିଛନ୍ତି ଏହି ଉଭୟ ସରକାର ଭୋଟର ମାନଙ୍କୁ ଭୁଆଁ ବୁଲାଇ ନିର୍ବାଚନ ଜିତିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ହେଉ କି ମଣିପୁର ହିଂସାରେ ବିଜେପିକୁ ସମର୍ଥନ । ଏହା ଉଭୟ ମଧ୍ୟରେ ଥିବା ସମ୍ପର୍କକୁ ପଦାରେ ପକାଉଛି । ଏବେ ଲୋକେ ସେମାନଙ୍କର ଅବୈଧ ସମ୍ପର୍କ ବିଷୟରେ ବୁଝିଛନ୍ତି । ସେମାନେ ଏହାର ଜବାବ ଦେବେ । ସେହିଭଳି ଗୋବିନ୍ଦ ନାଏକ କହିଛନ୍ତି ଉଭୟ ସରକାର ଲୁଚାଛପାରେ ଲୋକଙ୍କୁ ଠକୁଥିଲେ । ଏବେ ଉଭୟଙ୍କ ବିବାହ କରାଇ ଲୋକଙ୍କୁ ଜଣାଇ ଦେଉଛି କି ଏମାନେ ଅଲଗା ନୁହନ୍ତି ଏକ ହୋଇ ଠକୁଛନ୍ତି । ଶୋଭାଯାତ୍ରାରେ ବହୁ କଂଗ୍ରେସ କର୍ମୀ ଓ ନେତା ସାମିଲ ଥିଲେ । ଅଞ୍ଚଳରେ ବାଜା ବଜାଇ ବାଣ ଫୁଟାଇ ବୁଲିଥିଲେ କଂଗ୍ରେସ କର୍ମୀ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.