ETV Bharat / politics

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ - CM NAVEEN RESIGNATION

author img

By ETV Bharat Odisha Team

Published : Jun 5, 2024, 10:17 AM IST

Updated : Jun 5, 2024, 1:21 PM IST

CM Naveen Patnaik To Resign: ଓଡ଼ିଶାରେ ଶୋଚନୀୟ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ନବୀନ କେବଳ ଜଣେ ବିଧାୟକ । ଅଧିକ ପଢନ୍ତୁ

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ନବୀନ ଯୁଗର ଅନ୍ତ । ୨୪ ବର୍ଷର ବିଜେଡି ସରକାରର ବିଜୟ ଧାରାରେ ଲାଗିଲା ବ୍ରେକ । ଭାରତୀୟ ଜନତା ପାର୍ଟି (BJP)ର ବୃହତ୍ ବିଜୟ ସହ ଦୀର୍ଘ ଅଢେଇ ଦଶନ୍ଧି ପରେ ଓଡ଼ିଶାରେ ଆସିବ ନୂତନ ସରକାର । ନବୀନଙ୍କ ନାଁ ଆଗରୁ ହଟିଯିବ ମୁଖ୍ୟମନ୍ତ୍ରୀ ଟ୍ୟାଗ୍ । ସାଧାରଣ ନିର୍ବାଚନରେ ବିଜେଡି ଦଳର ଶୋଚନୀୟ ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଆଜି ପୂର୍ବାହ୍ନ ସାଢେ ୧୧ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନବୀନ ଏବେ କେବଳ ଜଣେ ବିଧାୟକ ହୋଇ ରହିବେ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ (ETV Bharat Odisha)

୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ହୋଇଛି । ମୋଦି ଲହରରେ ଭାଙ୍ଗିଯାଇଛି ୨୪ ବର୍ଷର ସରାକର । ନବୀନଙ୍କ ହାତରୁ ସବୁଦିନ ପାଇଁ ଖସିଯାଇଛି ଶାସନ ଡୋର । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପରଠୁ ନବୀନ ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛନ୍ତି । କେବଳ ନବୀନ ପଟ୍ଟନାୟକଙ୍କ ହାତରୁ ଶାସନ ଡୋର୍ ଯାଇନି, ବରଂ ୨୪ ବର୍ଷର ଅପରାଜେୟ ଟ୍ୟାଗ୍ ମଧ୍ୟ ହଟିଯାଇଛି । ଜୀବନରେ ପ୍ରଥମ ଥର ସେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ନବୀନ ଏବେ ପ୍ରଥମ ଥର ବିରୋଧୀ ଆସନରେ ବସିବେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24ବର୍ଷ ପରେ କ୍ଷମତା ପରିବର୍ତ୍ତନ: କିଏ ନେବ ନବୀନଙ୍କ ଗାଦି - Odisha Assembly Election Results 2024

ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ନବୀନ ପଟ୍ଟନାୟକ ବିଜୟ ହୋଇଥିଲେ ହେଁ କଣ୍ଟାବାଞ୍ଜିରେ ପରାସ୍ତ ହୋଇଛନ୍ତି । ଏଠି ବିଜେପି ଲକ୍ଷ୍ମଣ ବାଗ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଯାହାକି ନବୀନଙ୍କ ପାଇଁ କୌଣସି ଶକ୍ତ ଝଟକା ଠାରୁ କମ୍ ନୁହେଁ । ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମ, ଢେଙ୍କାନାଳ, ଯାଜପୁର ଧୂଳିସାତ୍ ହୋଇଯାଇଛି । ପଶ୍ଚିମରୁ ଉପକୂଳ, ସବୁକିଛି ହୋଇଯାଇଛି ପଦ୍ମମୟ ।

ଭାରତୀୟ ଜନତା ପାର୍ଟି ୧୪୭ ବିଧାନସଭା ଆସନରୁ ୭୮ ଆସନରେ ବିଜୟ ହୋଇଛି । ୨୧ରୁ ୨୦ ଲୋକସଭା ଆସନରେ କ୍ଲିନ୍ ସ୍ବିପ୍ କରିଛି ଦଳ । ଏହାରି ସହିତ ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସ୍ଥିର ସରକାର ଆଜି ମାଟି କାମୁଡି ପଡିଛି । ନବୀନ ପଟ୍ଟନାୟକଙ୍କ ସହ ଦଳର ବହୁ ତୁଙ୍ଗ ନେତା ପରାଜୟ ସ୍ବୀକାର କରିଛନ୍ତି । ଏକାଧିକ ମନ୍ତ୍ରୀଙ୍କ ସହ ବରିଷ୍ଠ ବିଧାୟକ ନିର୍ବାନଚ ରଣାଙ୍ଗନାରେ ପରାସ୍ତ ହୋଇଛନ୍ତି । ଫଳରେ ଗତ ୨୪ ବର୍ଷ ଧରି କ୍ଷମତା ଉପଭୋଗ କରୁଥିବା ବିଜେଡି ଦଳ ଏବେ ବିଧାନସଭାରେ ବିରୋଧୀ ଆସନରେ ବସିବ ।

Last Updated : Jun 5, 2024, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.