ETV Bharat / politics

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - Naveen Patnaik Election Campaign

Naveen Patnaik Election Campaign: ଅନୁଗୋଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ । ଅଧିକ ପଢ଼ନ୍ତୁ

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର
ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 9:57 PM IST

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର (ETV Bharat Odisha)

ଅନୁଗୋଳ: ନିର୍ବାଚନୀ ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ଅନୁଗୋଳ ଜିଲ୍ଲାର ତିନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁଗୋଳ ଷ୍ଟାଡିୟମରେରେ ଆୟୋଜିତ ନିର୍ବାଚନ ସଭାରେ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ନବୀନ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟାଡିଅମ ଠାରେ ଅନୁଷ୍ଠିତ ଏକ ବିଶାଳ ଦଳୀୟ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ସେ ତାଙ୍କର ଚିରାଚରିତ ଢଙ୍ଗରେ ବିରୋଧୀ ସବୁବେଳେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିବା ସହ ଆସନ୍ତା ଜୁଲାଇ ମାସରୁ ମାଗଣାରେ ବିଜୁଳୀ ମିଳିବ ବୋଲି ପୁଣିଥରେ ଘୋଷଣା କରିଥିଲେ । ଏହାସହ ସମସ୍ତଙ୍କୁ ବିଏସକେୱାଇ କାର୍ଡ ମିଳିବ । ତେଣୁ ବିଜେଡି ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେବାକୁ ନିବେଦନ କରିଥିଲେ । ଏହାପରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପୁଣିଥରେ କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ, ଏଠାରେ ଲୋକେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି ସେଥିରେ ଭୟଭୀତ ହୋଇ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଚାଲି ଗଲେ । ଓଡିଶାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଆସୁଛନ୍ତି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ହେବିୱେଟ ନେତା ଆସୁଛନ୍ତି । ସମସ୍ତେ କହୁଛନ୍ତି ଓଡିଶାକୁ ନମ୍ବର ୱାନ କରିଦେବେ । ଯେଉଁ ରାଜ୍ୟକୁ ଯିବେ ସେହି ରାଜ୍ୟକୁ ଏକ ନମ୍ବର କରିବାକୁ କହୁଛନ୍ତି । ତେଣୁ ବିଜେପି ନେତା ପ୍ରଥମେ ନିଷ୍ପତ୍ତି ନିଅନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀର ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଜେପି ନଡ୍ଡାଙ୍କୁ କଲେ କାଉଣ୍ଟର - VK Pandian Campaign In Balangir

ଭି.କେ.ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜୁରାଟରେ ଦୀର୍ଘ ୨୫ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଅଛି । ହେଲେ ଏକ ନମ୍ବର ରାଜ୍ୟ ହେଇ ପାରିନାହିଁ । ଏହେଛଡ଼ା ନବୀନଙ୍କ ବିଜୁଳି ଛାଡ଼ ଇସ୍ତାହାର ବିଜେପିକୁ କରେଣ୍ଟ ଲାଗିଛି । ତେଣୁ ଏଭଳି କଥାରେ ବିଶ୍ୱାସ ନକରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପଣ୍ଡିଆନ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଅନୁଗୋଳ ବିଧାୟିକା ପ୍ରାର୍ଥିନୀ ସଂଯୁକ୍ତା ସିଂହ, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ପ୍ରାର୍ଥୀ ମୁକେଶ ପାଲ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଏବଂ ପର୍ଯ୍ୟବେକ୍ଷକ ଚିନ୍ମୟ ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଯୋଗ ଦେଇଥିଲେ । ସଭାରେ ପ୍ରାୟ ୨୦ହଜାରରୁ ଅଧିକ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.