ETV Bharat / politics

ଟିକଟ ନମିଳିବାରୁ ଅସନ୍ତୁଷ୍ଟ ଚିରଞ୍ଜୀବ ବିଶ୍ୱାଳ ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ - Chiranjib Biswal

author img

By ETV Bharat Odisha Team

Published : Apr 20, 2024, 10:00 AM IST

Chiranjib Biswal Video went viral: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଚିରଞ୍ଜୀବ ବିଶ୍ବାଳଙ୍କ ଭିଡିଓ । ଟିକେଟକୁ ନେଇ ଅସନ୍ତୁଷ୍ଟ ଥିବା ପରି ମନ୍ତବ୍ୟ । ଜଗତସିଂହପୁରୁ ଲଢିବାକୁ ଥିଲେ ଆଗ୍ରହୀ । ପ୍ରଶାନ୍ତ ମୁଦୁଲିଙ୍କୁ କଲେ ପରୋକ୍ଷ ଟାର୍ଗେଟ । ଅଧିକ ପଢନ୍ତୁ

ଟିକଟକୁ ନେଇ ଅସନ୍ତୁଷ୍ଟ ଚିରଞ୍ଜୀବ ବିଶ୍ୱାଳ ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ

ଟିକଟକୁ ନେଇ ଅସନ୍ତୁଷ୍ଟ ଚିରଞ୍ଜୀବ ବିଶ୍ୱାଳ

ଜଗତସିଂହପୁର: କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ଏପର୍ଯ୍ୟନ୍ତ ଟିକେଟ ଦେଇନି । ସେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିବା ବେଳେ ଦଳ ତାଙ୍କୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଚିରଞ୍ଜୀବଙ୍କୁ ଟିକେଟ ମିଳିନାହିଁ । ଏବେ ସୋସିଆଲ ମିଡିଆରେ ଚିରଞ୍ଜୀବଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସମର୍ଥକଙ୍କୁ ସମ୍ବୋଧନ କରି ଚିରଞ୍ଜୀବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହା ପରେ ସେ ଟିକେଟ ନେଇ ମଧ୍ୟ ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଟିକେଟ ଆଶାୟୀ ଥିଲେ ମାତ୍ର ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ଦେଲା । ସେ ନବୀନ ପଟ୍ଟନାୟକଙ୍କୁ 6ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲକ୍ଷ୍ୟରେ ଦଳ ପାଇଁ କାମ କରୁଛନ୍ତି । ତାଙ୍କୁ ବିଜେଡି କଟକରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲା । ମାତ୍ର ସେ ଜଗତସିଂହପୁରବାସୀଙ୍କୁ ଛାଡି ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ ।

ଭାଇରାଲ ହେଉଥିବା ଭିଡିଓରେ ଚିରଞ୍ଜୀବ ବିଶ୍ୱାଳ କର୍ମୀଙ୍କୁ ଏହା ଆଶ୍ୱାସନା ଦେବା ସହିତ ଆଗାମୀ ଦିନରେ ସେ ଜଗତସିଂହପୁରରେ ସଂଗଠନକୁ ସୃଦୃଢ଼ କରିବା ପାଇଁ କହୁଛନ୍ତି । ସେ ଲୋକଙ୍କ ସହ ରହିବେ । ଲୋକଙ୍କ ମନରେ କ୍ଷୋଭ ରହିଛି । ସେ ସେମ୍ପର୍କରେ ସେ ଅବଗତ ଅଛନ୍ତି । ହେଲେ ସେ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ବୁଝିବେ । ଲୋକଙ୍କ ସେବା କରିବେ । ଲୋକମାନେ ତାଙ୍କ କଥାକୁ ଭରସା କରନ୍ତୁ ବୋଲି ଚିରଞ୍ଜୀବ କହୁଥିବା ଦେଖିବାକୁ ମିଳିଛି । ତେବେ ଏହି ତମାମ ଭିଡିଓରେ ସେ ଟିକେଟ ପ୍ରସଙ୍ଗରେ ପରୋକ୍ଷରେ କହୁଥିବା ବୁଝାପଡୁଛି । ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରୁନଥିଲେ ସୁଦ୍ଧା ସେ ତାଙ୍କ ସମ୍ପର୍କରେ ପରୋକ୍ଷରେ ବାରମ୍ବାର କହୁଛନ୍ତି । ଏହାକୁ ନେଇ ଏବେ ଜଗତସିଂହପୁର ବିଜେଡିରେ ଆଲୋଚନା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଶୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟ ଜଳ ସଙ୍କଟରେ ଦେବଗଡ଼ ସହରବାସୀ - Pradhanpat waterfall

ତେବେ ସୂଚନା ଅନୁସାରେ, ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ତ୍ୟାଗ କରିବା ପରେ ଜଗତସିଂହପୁର ଓ ନାଉଗାଁ କଂଗ୍ରେସ କର୍ମୀମାନେ ଆସାବାନ୍ଧି ବସିଥିଲେ ତାଙ୍କ ନେତା ନିଶ୍ଚିତ ଟିକେଟ ପାଇବେ ଓ ଜଗତସିଂହପୁର ବିଧାନସଭା ଆସନରୁ ହିଁ ଚଳିତଥର ବିଧାନସଭା ନିର୍ବାଚନ ଲଢ଼ିବେ। କିନ୍ତୁ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିବା ପରେ ଚିରଞ୍ଜୀବ ସମର୍ଥକଙ୍କ ମହଲରେ ନିରାଶା ଖେଳି ଯାଇଥିଲା । କିଛି ସମର୍ଥକ ପୁଣି କଂଗ୍ରେସ ମୁଁହା ମଧ୍ୟ ହୋଇଥିବା ଖବର ମିଳିଥିଲା । ଏ ପରିରିକି ଖୋଲାଖୋଲି ଚିରଞ୍ଜୀବ ବିଶ୍ୱାଳଙ୍କୁ ସମାଲୋଚନା କରିଥିଲେ ନିଜ ସମର୍ଥକ । ସମର୍ଥକଙ୍କ ମଧ୍ୟରେ ଦେଖାଯାଇଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଚିରଞ୍ଜୀବ କର୍ମୀଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.