ETV Bharat / politics

ରୋଚକ ହେବ ଆନ୍ଧ୍ର ରାଜନୀତି: ନିର୍ବାଚନ ପୂର୍ବରୁ NDAରେ ସାମିଲ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ TDP

author img

By ETV Bharat Odisha Team

Published : Mar 9, 2024, 8:33 PM IST

Chandrababu Naidu, Pawan Kalyan final alliance with BJP in AP: ନିର୍ବାଚନ ପୂର୍ବରୁ NDAରେ ସାମିଲ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ TDP । ପବନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ ହେଲା ସାମିଲ । ଅଧିକ ପଢନ୍ତୁ

ରୋଚକ ହେବ ଆନ୍ଧ୍ର ରାଜନୀତି: ନିର୍ବାଚନ ପୂର୍ବରୁ NDA ରେ ସାମିଲ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ TDP

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହେଲା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲଗୁ ଦେଶମ ପାର୍ଟି ‘ଟିଡିପି’ । ଚନ୍ଦ୍ରବାବୁଙ୍କ ସହ ପବନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ ଗେରୁଆ କ୍ୟାମ୍ପରେ ସାମିଲ ହୋଇଛି । ଏଥର 400 ଆସନ ହାସଲ କରିବାର ଲକ୍ଷ୍ୟ ରଖି ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଏବେ ତାମିଲନାଡୁ ପରେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଇଛି । ଆଜି ଦିଲ୍ଲୀରେ କଥାବାର୍ତ୍ତା ପରେ ମେଣ୍ଟ ସମ୍ପର୍କରେ ନିଜେ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ।

ଦୀର୍ଘଦିନର ଏହି ଆଜି ଚନ୍ଦ୍ରବାବୁ ଓ ପବନ କଲ୍ୟାଣ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିଥିଲେ । ଅପରାହ୍ନରେ ଏହି ଘୋଷଣାନାମା ସାମ୍ନାକୁ ଆସିଛି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପାଇଁ ବିଜେପି, ଟିଡିପି ଏବଂ ଜନସେନା ମଧ୍ୟରେ ମିଳିତ ଚୁକ୍ତିନାମା ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଏହି ମିଳିତ ମଞ୍ଚ ହିଁ କ୍ଲିନସ୍ବିପ କରିବ । ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଚନ୍ଦ୍ରବାବୁ ନାଇଡୁ ଏବଂ ପବନ କଲ୍ୟାଣଙ୍କ ‘ଏନଡିଏ’ ମେଣ୍ଟରେ ଯୋଗଦେବା ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ସ୍ୱାଗତ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ 17 ତାରିଖରେ ଆନ୍ଧ୍ର ପ୍ରଦେଶରେ ଗୁଣ୍ଟୁରରେ ଟିଡିପି-ବିଜେପିର ପ୍ରଥମ ମିଳିତ ରାଲି ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- ହାତୀ ପିଠିରେ ବସି କାଜିରଙ୍ଗା ବୁଲିଲେ ମୋଦି: ଫଟୋ ଉଠାଇଲେ, ଉଦ୍ୟାନ କର୍ମଚାରୀଙ୍କ ସହ କଥା ହେଲେ

ତେବେ ଅଣବିଜେପି ଶାସିତ ରାଜ୍ୟ ଆନ୍ଧ୍ରରେ ମୋଟ 25 ଲୋକସଭା ଆସନ ରହିଛି । ଏବେ ଏହି ତିନି ଦଳ ରାଜ୍ୟରେ ମିଳିତ ଲଢେଇ ପାଇଁ ସହମତ ହୋଇଥିଲେ ସୁଦ୍ଧା ଏନେଇ ଆସନ ଭାଗବଣ୍ଟା ସମ୍ପର୍କରେ କୌଣସି ସଙ୍କେତ ସାମ୍ନାକୁ ଆସନି । ହେଲେ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିଡିପି ମୋଟ 17ଟି ଆସନରେ ଲଢିପାରେ, ଜନସେନା ପାର୍ଟି ଦୁଇଟି ଆସନ ଓ ଅବଶିଷ୍ଟ 6ଟି ଆସନ ବିଜେପି ଖାତାକୁ ଯାଇପାରେ । ମାତ୍ର ବିଜେପି 10 ଆସନ ନେବା ପାଇଁ ଇଚ୍ଛୁକ ଥିବା ମଧ୍ୟ ସୂତ୍ର କହୁଛି । ତେବେ ଚନ୍ଦ୍ରବାବୁ ‘ଏନଡିଏ’ ମେଣ୍ଟର ପୁରୁଣା ସହଯୋଗୀ । ସେ 2014 ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ସହ ମିଶି ନିର୍ବାଚନ ଲଢିଥିଲେ । ଏବେ ପ୍ରାୟ 10 ବର୍ଷ ପରେ ପୁଣି ଥରେ ସେ ବିଜେପି-ଟିଡିପି ନିର୍ବାଚନକୁ ଓହ୍ଲାଇବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.