ETV Bharat / politics

ଝାଡ଼ଖଣ୍ଡରେ 'ଚମ୍ପଇ' ରାଜ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ, ସୋରେନ ବ୍ରଦର ବସନ୍ତ ହୋଇପାରନ୍ତି ଡେପୁଟି

author img

By ETV Bharat Odisha Team

Published : Feb 2, 2024, 12:36 PM IST

Updated : Feb 2, 2024, 2:02 PM IST

Champai Soren takes oath as CM: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଞ୍ଚି: ଆଜିଠୁ ଝାଡ଼ଖଣ୍ଡରେ ଆରମ୍ଭ ହେଲା ଟାଇଗର ରାଜ୍ । ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଏମଏମ୍ ନେତା ଚମ୍ପଇ ସୋରେନ । ଆଜି ରାଜଭବନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପଇ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହିତ ସହଯୋଗୀ କଂଗ୍ରେସ ନେତା ଆଲମଗିର ଆଲାମ ଏବଂ ଆରେଜଡି ନେତା ସତ୍ୟାନନ୍ଦ ଭୋକ୍ତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପରେ ବସନ୍ତ ସୋରେନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଦ୍ବାରା ଗିରଫ ହେବା ପରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସନ୍ତା ୧୦ ଦିନ ଭିତରେ ତାଙ୍କୁ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ଜେଏମଏମ ନେତା କହିଛନ୍ତି ଯେ, ତାଙ୍କ ସପକ୍ଷରେ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ତେବେ ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବା ପରେ ଚମ୍ପାଇ ସୋରେନ କ୍ୟାବିନେଟ ସମ୍ପ୍ରସାରଣ କରିପାରନ୍ତି । ଏହାରି ଭିତରେ ଶାସକ ଦଳକୁ ଘାରିଛି ଘୋଡ଼ା ବେପାର ଭୟ । ବିଜେପିର ଅପରେସନ ଲୋଟସ୍ ଆଶଙ୍କାରେ ଗଠବନ୍ଧନ ସରକାରର ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଚାଷୀରୁ ମୁଖ୍ୟମନ୍ତ୍ରୀ: ଝାଡ଼ଖଣ୍ଡ ରାଜନୀତିରେ ଚାମ୍ପିଅନ 'ଚମ୍ପଇ'

ଏହା ମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡ ନାଟକ: କୋର୍ଟରେ ହେମନ୍ତ, ହାଇଦ୍ରାବାଦ ଅଭିମୁଖେ ମେଣ୍ଟ ବିଧାୟକ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚମ୍ପଇ ସୋରେନ ଝାଡ଼ଖଣ୍ଡ ଟାଇଗର ଭାବେ ପରିଚିତ । ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନରେ ସକ୍ରିୟ ଭୂମିକା ପାଇଁ ତାଙ୍କୁ ଏହି ପରିଚୟ ମିଳିଛି । ଚମ୍ପଇ 5 ଥରର ବିଧାୟକ ଅଟନ୍ତି । ତାଙ୍କ ଘର ସେଢେଇକଳା ଖରସାୱାନ ଜିଲ୍ଲା ଜିଲିଙ୍ଗଗୌଡା ଗ୍ରାମରେ । ସେ ମାତ୍ର ଦଶମ ଶ୍ରେଣୀ ଯାଏଁ ପଢିଛନ୍ତି । ୧୯୯୫ରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ବିଜେପି ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଜେଏମଏମ ସରକାର ଗଠନ ହୋଇଥିଲା । ସେତେବେଳେ ସେ ଜେଏମଏମରେ ସାମିଲ ହୋଇ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ପୁଣିଥରେ ୨୦୧୯ରେ ଜେଏମଏମ ନେତୃତ୍ବରେ ମହାଗଠବନ୍ଧନ ସରକାର କ୍ଷମତାସୀନ ହେବା ପରେ ଚମ୍ପଇ ସୋରେନଙ୍କୁ ପରିବହନ ବିଭାଗ ମନ୍ତ୍ରୀ ପଦ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2024, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.