ETV Bharat / politics

ରାତି ଅଧିଆ ବସ୍ତି ମୁହାଁ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ, ନିଜ ସପକ୍ଷରେ କରୁଛନ୍ତି ଭୋଟ ଭିକ୍ଷା - Campaigning in Night

author img

By ETV Bharat Odisha Team

Published : Apr 19, 2024, 9:23 AM IST

Campaigning in Night: ଦିନବେଳେ ପ୍ରବଳ ଖରା ଯୋଗୁଁ ବୌଦ୍ଧରେ ରାତିରେ ଜମୁଛି ପ୍ରଚାର । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ସହିତ ଭୋଟ ଭିକ୍ଷା କରୁଛନ୍ତି । ଅଧିକ ପଢ଼ନ୍ତୁ

Campaigning in Night
Campaigning in Night
Campaigning in Night

ବୌଦ୍ଧ: ରାଜ୍ୟରେ ପ୍ରବଳ ତାତିରେ ଘରୁ ବାହାରି ହେଉନି । ତେଣୁ ଦିନ ଅପେକ୍ଷା ରାତିରେ ଜୋରଦାର ହେଉଛି ନିର୍ବାଚନ ପ୍ରଚାର । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ସହିତ ଭୋଟ ଭିକ୍ଷା କରିଛନ୍ତି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଘମାସନ ହେବାରେ ଲାଗିଛି ପ୍ରଚାର ଅଭିଯାନ ।

ବୌଦ୍ଧରେ ତ୍ରିମୁଖୀ ଲଢ଼େଇ: ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳର ହେଭିୱେଟ୍‌ ନେତା ତଥା 5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କର ବିଜେପିର ଯୁବନେତା ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ରଙ୍କ ସହିତ ସିଧାସଳଖ ଲଢେଇ ହେବ । ତେଣୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପରିବାର ତଥା ଭୋଟରଙ୍କୁ ଭେଟି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପହଞ୍ଚି କଂଗ୍ରେସର ଗ୍ୟାରେଣ୍ଟି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଯୁବବର୍ଗ ତଥା ସାଧାରଣ ଓ ଗରିବ ଅସହାୟ ଲୋକଙ୍କୁ ଭେଟି ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା, ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ - Odisha Assembly Election

6ଷ୍ଠ ବିଜୟ ଲକ୍ଷ୍ୟରେ ପ୍ରଦୀପ: ସେପଟେ ବୌଦ୍ଧର 5 ଥରର ବିଧାୟକ 6ଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ତେବେ ଦିନବେଳା ପ୍ରବଳ ଖରା ଯୋଗୁଁ ସନ୍ଧ୍ୟାରୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପହଞ୍ଚି ନବୀନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି ପ୍ରଦୀପ ଅମାତ । ଗୁରୁବାର ସନ୍ଧ୍ୟାରେ ପ୍ରଦୀପ ଅମାତ ଦଳୀୟ ନେତା ଓ କର୍ମୀଙ୍କ ସହିତ ବୈଦ୍ଧ ସହରର 9 ନମ୍ବର ୱାର୍ଡର ବିଭିନ୍ନ ତଳିଆ ବସ୍ତିରେ ପହଞ୍ଚି ଗରିବ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କମ୍ପିଲାଣି ପ୍ରଚାର ମୈଦାନ, ବୌଦ୍ଧ ଓ କଣ୍ଟାମାଳରେ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ - MLA Candidates Start Campaigning

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.