ETV Bharat / politics

ଜୁନ 4 ମଧ୍ୟାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ: ମନମୋହନ - BJP on EXIT POLL

BJP on EXIT POLL: ଏକ୍‌ଜିଟ୍‌ ପୋଲକୁ ନେଇ ଉତ୍ସାହିତ ବିଜେପି । ମନମୋହନ କହିଲେ ୪ରେ ଓଡ଼ିଶାରେ ହେବ ସରକାର ପରିବର୍ତ୍ତନ । ୧୦ ତାରିଖରେ ଶପଥ ନେବ ବିଜେପି ସରକାର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 2, 2024, 8:11 PM IST

BJP on EXIT POLL
BJP on EXIT POLL (ETV Bharat Odisha)

ଭୁବନେଶ୍ବର: ଗତକାଲି ଦେଶରେ ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା 'ଏକଜିଟ୍‌ ପୋଲ୍‌' (ବୁଥ ବାହୁଡ଼ା ଜନମତ) ସାମ୍ନାକୁ ଆସିଛି । ତେବେ ଏକଜିଟ୍ ପୋଲ ଆକଳନକୁ ନେଇ ଓଡ଼ିଶାରେ ତେଜିଛି ରାଜନୈତିକ ବୟାନବାଜି । କାରଣ ପ୍ରକାଶ ପାଇଥିବା ପ୍ରାୟ ସମସ୍ତ ଏକଜିଟ୍‌ ପୋଲ ରିପୋର୍ଟରେ ଓଡ଼ିଶା ଲୋକସଭାରେ ବିଜେପିକୁ ଅଧିକ ଆସନ ମିଳୁଥିବା ଆକଳନ କରାଯାଇଛି । ଏପରିକି ବିଧାନସଭାରେ ମଧ୍ୟ ବିଜେପି ସର୍ବାଧିକ ଆସନ ସହ ଏକାକୀ ସରକାର ଗଠନ କରିବା ନେଇ ଦୃଢୋକ୍ତି ବାଢ଼ିଛନ୍ତି ।

BJP on EXIT POLL (ETV Bharat Odisha)

ମନମୋହନ କହିଛନ୍ତି, "ମତଦାନ ସମୟରେ ମୁଁ ଯେଉଁ ବୁଥକୁ ଯାଇଛି, ସବୁଠାରେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଛନ୍ତି ଯେ, ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ଶପଥ ନେବ, ଏହା ତାଙ୍କ କଥା କେବଳ ନୁହେଁ । ରାଜ୍ୟବାସୀଙ୍କ ମନର କଥାକୁ ସେ ଅନୁଭବ କରିଛନ୍ତି ଓ ପ୍ରକାଶ କରିଛନ୍ତି । ଲୋକମାନେ ବିଜେପିକୁ ଭରସା କରିଛନ୍ତି । ତେବେ ଭୋଟ ଗଣତିକୁ ଆଉ ବେଶୀ ସମୟ ନାହିଁ । ସେଦିନ ମଧ୍ୟାହ୍ନ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହୋଇଯାଇଥିବ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ସନ୍ଦର୍ଭରେ ଭୁଲ ପ୍ରମାଣିତ ହେବ EXIT POLL: ବିଜେଡି - BJD on EXIT POLLS

ପ୍ରକାଶ ଥାଉ, ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ପୋଲ-ୱାଚ୍‌ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା 'ବୁଥ ବାହୁଡା ଜନମତ' ସର୍ଭେରେ ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଶାସକ ବିଜେଡିକୁ ଢେର ପଛରେ ପକାଇବ । 'ଇଣ୍ଡିଆ ଟିଭି'ର ଆକଳନ ଅନୁସାରେ ରାଜ୍ୟରେ ବିଜେପି ୧୫ରୁ ୧୭ ଆସନ ଜିତିପାରେ । ସେହିପରି ଶାସକ ବିଜେଡି ମାତ୍ର ୪ରୁ ୬ ଆସନରେ ସୀମିତ ରହିବ । କଂଗ୍ରେସ ଗୋଟିଏ ମାତ୍ର ଆସନରେ ଖାତା ଖୋଲିପାରେ । ସେହିପରି ଅନ୍ୟ ଏକ ଜାତୀୟ ସଂସ୍ଥା 'ଜନ କି ବାତ' ଅନୁସାରେ, ବିଜେପି ୧୫ରୁ ୧୮ ଆସନ ହାତେଇବ । ସେହିପରି ବିଜେଡି ମାତ୍ର ୩ରୁ ୭ ଆସନରେ ରହିବ । କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିନପାରେ ବୋଲି ଆକଳନ କରିଛି 'ଜନ କି ବାତ' । ଜାତୀୟ ପୋଲ-ୱାଚ୍‌ ବଡି 'ଚାଣକ୍ୟ'ର ପୂର୍ବାକଳନ ଅନୁସାରେ ରାଜ୍ୟରେ ୨୧ ଆସନରୁ ବିଜେପି ସର୍ବାଧିକ ୧୬, ବିଜେଡି ୪ ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରେ । 'ଏନଡିଟିଭି'ର ପୂର୍ବାକଳନ ବିଜେପିକୁ ୧୫, ବିଜେଡିକୁ ୩ରୁ ୮ ଓ କଂଗ୍ରେସ ରାଜ୍ୟରେ ଖାତା ଖୋଲିନପାରେ । ସେହିଭଳି ଇଣ୍ଡିଆ ନ୍ୟୁଜ ଅନୁସାରେ ବିଜେପି ୧୩, ବିଜେଡି ୮ ଓ କଂଗ୍ରେସ ଖାତା ଖୋଲିନପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.