ETV Bharat / politics

ପୁରୀ ବାଣ ବିସ୍ଫୋରଣ ଘଟଣା: ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି - BJP Targets State Govt - BJP TARGETS STATE GOVT

BJP Targets State Govt: ପୁରୀ ବାଣ ବିସ୍ଫୋରଣ ଘଟଣା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନଥିବା ଘଟଣାକୁ ନିନ୍ଦା କରି ବର୍ଷିଛି ଦଳ । ଅଧିକ ପଢନ୍ତୁ

BJP Targets State Govt
BJP Targets State Govt (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 9:01 PM IST

ଭୁବନେଶ୍ବର: ପୁରୀ ବାଣ ବିସ୍ଫୋରଣ ଘଟଣା ପରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, "ରାଜ୍ୟ ସରକାର ସବୁବେଳେ କହୁଛନ୍ତି ପୁରୀକୁ ବିଶ୍ୱସ୍ତରୀୟ କରିବେ । ଆମ ସରକାର କେବଳ ରଙ୍ଗ ଲଗାଇ ବିଶ୍ବ ସ୍ତରୀୟ ବୋଲି କହୁଛନ୍ତି । ପୁରୀରେ 26 ଜଣ ଆହତଙ୍କ ମଧ୍ୟରୁ କେତେ ସରକାରୀ ଏବଂ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ସର୍ବନିମ୍ନ ସୁବିଧା ନାହିଁ, ବର୍ଣ୍ଣ (Burn) ୟୁନିଟ ନାହିଁ, ଖାଲି ସବୁଠି କଲର ମାରି ବିଶ୍ବସ୍ତରୀୟ ବୋଲି କହୁଛନ୍ତି ।"

BJP Targets State Govt (ETV Bharat Odisha)

"ସବୁ ମେଡିକାଲରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହା ପୂର୍ବରୁ ରାଜ୍ୟର 3 ସ୍ୱାସ୍ଥ୍ୟମନ୍ତ୍ରୀ ସରକାରୀ ନୁହେଁ ଘରୋଇ ହସ୍ପିଟାଲରେ ଯାଇ ଚିକିତ୍ସା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଥରେ କୌଣସି ସରକାରୀ ହସ୍ପିଟାଲରେ ପାଦ ପକେଇଥିଲେ ବହୁତ ସୁଧାର ଆସି ପାରିଥାନ୍ତା । ପୁରୀ ମେଡିକାଲରେ ଆମ୍ବୁଲାନ୍ସ ନଥିଲା କି ? କାହିଁକି ବିଳମ୍ବ ହେଲା ? ପୁଣି ସେଠାକୁ ରୋଗୀଙ୍କୁ ନେଲା ପରେ ବି ଡାକ୍ତର ନେଲେନି । ଯଦି ମୁଖ୍ୟମନ୍ତ୍ରୀ ସୁସ୍ଥ ତାହେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ବି ସୁସ୍ଥ କରନ୍ତୁ" ବୋଲି କହି ବର୍ଷିଛି ବିଜେପି ।
ଏହା ବି ପଢନ୍ତୁ...ପୁରୀ ବାଣ ବିସ୍ଫୋରଣ ଘଟଣା: SCBରେ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର - Sambit Meets Injured

ଏହା ବି ପଢନ୍ତୁ...ନରେନ୍ଦ୍ର ପୋଖରୀ ଅଘଟଣ; SCBରେ ଆହତଙ୍କ ସଂଖ୍ୟା 7, ପ୍ରଶାସନକୁ ଦୋଷ ଦେଲେ ମୃତକଙ୍କ ମା' - Chandan Yatra Mishap Update

ସୂଚନାଯୋଗ୍ୟ ଯେ, ଗତକାଲି (ବୁଧବାର) ପୁରୀରେ ଚାପ ଖେଳ ବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୪୦ ଜଣ ଗୁରୁତର ହୋଇଥିଲେ । ସେପଟେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.