ETV Bharat / politics

ପାଟକୁରାରେ ମହାଲଢେଇ: ସସପେନ୍ସରେ ବିଜୟଙ୍କ ଚାଲ୍, ବିଜେପିର ସ୍ବାଭିମାନୀ କଟାକ୍ଷ - PATKURA ASSEMBLY CONSTITUENCY

author img

By ETV Bharat Odisha Team

Published : Apr 16, 2024, 10:42 PM IST

BJP Target Bijoy Mohapatra:ବିଜେପି ନେତା ବିଜୟ ମହାପାତ୍ର ନିଜ ପୁଅ ତଥା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ସପକ୍ଷରେ ସମର୍ଥନ ଜୁଟାଇବାକୁ ପ୍ରାୟାସ କରୁଛନ୍ତି । ଯାହାକୁ ନେଇ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନାଁ ନ ନେଇ କରିଛନ୍ତି କଟାକ୍ଷ । ଅଧିକ ପଢନ୍ତୁ

ପାଟକୁରାରେ ମହାଲଢେଇ: ସସପେନ୍ସରେ ବିଜୟଙ୍କ ଚାଲ୍, ବିଜେପିର ସ୍ବାଭିମାନୀ କଟାକ୍ଷ

କେନ୍ଦ୍ରାପଡା: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡାରେ ହାଇଭୋଲଟେଜ ରାଜନୀତି ଦେଖିବାକୁ ମିଳୁଛି । ବିଜେପିରେ ଥାଇ ବରିଷ୍ଠ ନେତା ବିଜୟ ମହାପାତ୍ର ନିଜ ପୁଅ ତଥା ପାଟକୁରାରୁ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ସପକ୍ଷରେ କର୍ମୀ ତଥା ସମର୍ଥକଙ୍କୁ ଏକତ୍ର କରୁଥିବା ଦେଖିବାକୁ ମିଳୁଛି । ସେହିପରି ୨୦୧୯ ରେ ବିଜୟଙ୍କ ରଥର ସାରଥି ହୋଇଥିବା ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

ଅରବିନ୍ଦ ମହାପାତ୍ର ଶୁକ୍ରବାର ଦିନ ଡେରାବିଶ୍ ବ୍ଲକ କୁଶିଆପାଳ ପଞ୍ଚାୟତ ଅଧୀନ ପ୍ରଭୁ ଲଚ୍ଛମନଜୀୟୁଙ୍କ ମନ୍ଦିରରୁ ବିଧିବଦ୍ଧ ଭାବେ ନିଜର ପ୍ରଚାର ଆରମ୍ଭ କରିଛନ୍ତି। ଏହା ସହ ସେଠାରେ ବିଜୟ ମହାପାତ୍ର ମଧ୍ୟ ଉପସ୍ଥିତ ଥିବା ନେଇ ବିଜେଡି ପ୍ରତି ବିଜୟଙ୍କ ଆନୁଗତ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୦ ମସିହା ନିର୍ବାଚନର ଶେଷ ମୁହୂର୍ତ୍ତରେ ନାଟକୀୟ ଢଙ୍ଗରେ ବିଜୁ ଜନତା ଦଳ ବିଜୟଙ୍କ ଟିକେଟ କାଟିବା ପରେ ଦୀର୍ଘ ୨୪ ବର୍ଷ ଧରି ବିଧାନସଭା ମାଟି ମାଡି ପାରିନାହାନ୍ତି ବିଜୟ ମହାପାତ୍ର । ବିଜେଡି ପାଇଁ ତତ୍କାଳୀନ ବିଶ୍ବାସଘାତକ ବିଜୟଙ୍କ ପୁଅକୁ ଦଳ ପାଟକୁରାରୁ ପ୍ରାର୍ଥୀ କରିଛି । ତେବେ ବିଜୟ ଖୋଲାଖୋଲି ଭାବେ କିଛି କହି ନ ଥିବା ବେଳେ ତାଙ୍କ ପ୍ରତି ପିତାଙ୍କ ଆଶୀର୍ବାଦ ରହିଛି ବୋଲି ଅରବିନ୍ଦ ପ୍ରକାଶ କରିଛିନ୍ତି । ଏହା ସହ ଦଳର ସମସ୍ତ ସଦସ୍ୟ ମାନଙ୍କୁ ନେଇ ନିର୍ବାଚନରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅରବିନ୍ଦ ।

ଏହା ମଧ୍ୟ ପଢନ୍ତୁ... କଂଗ୍ରେସ ଛାଡୁଛନ୍ତି ଟାଣୁଆ ନେତା, କେନ୍ଦ୍ରାପଡାରେ ସତ୍ତା ହରାଇବ କି ଦଳ ? - Election 2024

ତେବେ ୨୦୧୯ରେ ମିଳିତ ଭାବେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିଥିବା ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା କିନ୍ତୁ ନବୀନ ମ୍ୟାଜିକ ଆଗରେ ହାର୍ ମାନିଥିଲେ । ଅନ୍ୟପଟେ ବିଜେପି ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ତିକନପୁର ପଞ୍ଚାୟତରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ବର ପରିଡାଙ୍କ ନେତୃତ୍ବରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟଙ୍କ ନାଁ ନନେଇ କଟାକ୍ଷ କରିଛନ୍ତି ।

ଯିଏ ସ୍ବାଭିମାନୀ ତାଙ୍କ ସ୍ବାଭିମାନ କୁଆଡେ ଗଲା ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି । ସେହିପରି ପାଟକୁରା ନିର୍ବାଚନ ମଣ୍ଡଳୀରେ ଏଥର ଆଉ ପରିବାରବାଦ ଚଳିବ ନାହିଁ ବୋଲି ପ୍ରାର୍ଥୀ ତେଜେଶ୍ବର କହିଥିବା ବେଳେ ପାଟକୁରାରେ ଶଙ୍ଖ ହଟିବ, ଫୁଲ ଫୁଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତେଜେଶ୍ବର । ଅନ୍ୟପଟେ ଗତ ରବିବାର ଦିନ ପାଟକୁରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବେ ରତିକାନ୍ତ କାନୁନଗୋଙ୍କୁ ଘୋଷଣା କରାଯାଇଥିବା ବେଳେ ପାଟକୁରାରେ ନିର୍ବାଚନୀ ମହଲଢ଼େଇ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ରାଜନୈତିକ ବିଶ୍ଲେଷକ ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.