ETV Bharat / politics

ବିଜେଡିରୁ ଆସି ଜୟଦେବ ଟିକଟ ନେଇଗଲେ ଅରବିନ୍ଦ ଢାଲି: ଆଶାୟୀ ନିରାଶ, ବିଜେପିରେ ଫାଟ ଜଳ ଜଳ - Jayadev Assembly constituency

author img

By ETV Bharat Odisha Team

Published : Apr 8, 2024, 1:06 PM IST

Updated : Apr 8, 2024, 1:14 PM IST

Jayadev Assembly constituency: ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀତ୍ବକୁ ବିରୋଧ । ବର୍ଷ ବର୍ଷ ଧରି ଅନେକ ନେତା ସଙ୍ଗଠନକୁ ମଜବୁତ କଲେ । ମାରିନେଲେ ମହାପାତ୍ରେ ନ୍ୟାୟରେ ଜୟଦେବ ଟିକଟ ପାଇଗଲେ ବିଜେଡିରୁ ଆସିଥିବା ଅରବିନ୍ଦ ଢାଲି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେପି ଆଶାୟୀ ଓ ସମର୍ଥକ । ତେଜୁଛି ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ । ଅଧିକ ପଢନ୍ତୁ

Jayadev Assembly constituency
Jayadev Assembly constituency

Jayadev Assembly constituency

ନିଆଳି: ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ଅରବିନ୍ଦ ଢାଲି । ବିଜେଡି ଛାଡି ବିଜେପିରେ ଯୋଗ ଦେବାପରେ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ତେବେ ଏହାକୁ ନେଇ ବିଜେପିରେ ନେତା ଓ କର୍ମୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଦୀର୍ଘ ବର୍ଷ ଧରି ସଂଗଠନ ସଜାଡିଥିବା ଜୟଦେବର ବିଜେପି ନେତାମାନେ ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିବା ବେଳେ ଅରବିନ୍ଦ ଢାଲିଙ୍କ ପ୍ରାର୍ଥୀତ୍ୱକୁ କଡା ବିରୋଧ କରିଛନ୍ତି ।

ତେଜୁଛି ଢାଲି ହଟାଅ ଜୟଦେବ ବଞ୍ଚାଅ ନାରା: ଜୟଦେବ ଆସନରୁ ବିଜେଡି ଦଳରୁ ଦୁଇଥରର ବିଧାୟକ ଅରବିନ୍ଦ ଢ଼ାଲି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ମଧ୍ୟ ତାଙ୍କୁ ଜୟଦେବ ଆସନରୁ ପୁନଃ ପ୍ରାର୍ଥୀ କରିଛି । ତେବେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଟିକେଟ ଜୟଦେବ ବିଜେପିରେ ସଙ୍କଟ ଏବଂ ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେଡି ଦଳକୁ ସଙ୍ଗଠିତ କରିଥିବା ପୁରୁଖା ନେତା ଏବଂ ନୂଆ ନେତାମାନେ ଏହାକୁ ବିରୋଧ କରିବା ସହ 'ଢାଲି ହଟାଅ ଜୟଦେବ ବଞ୍ଚାଅ' ନାରା ଦେଇଥିଲେ । ଆଉମଧ୍ୟ ବିଜେପି ନେତା ବସନ୍ତ ନାୟକ ଏବଂ ସତ୍ୟପ୍ରିୟ ବେହେରାଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ନାରାବାଜି ଦେବା ସହିତ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ।

ଆଶାୟୀଙ୍କ ମନରେ ଅସନ୍ତୋଷ: ଜୟଦେବରେ ବିଜେପି ଏକ ପ୍ରକାର ଅଶାନ୍ତି ଥିବା ଦେଖିବାକୁ ମିଳିଛି । ଦଳ ଅନ୍ତଃକନ୍ଦଳ ଯଦି ନ ଥମେ ତେବେ ଏହାର ସିଧାସଳଖ ଫାଇଦା ଉଠାଇବେ ବିରୋଧି ଦଳମାନେ । ଅନ୍ୟପଟେ ଜୟଦେବ ଟିକଟ ଆଶାୟୀ ଥିବା ବସନ୍ତ ନାୟକ, ଶିବ ମଲ୍ଲିକ, ମାଗୁଣି ସେଠୀ ଏବଂ ସତ୍ୟପ୍ରିୟ ବେହେରା ପ୍ରମୁଖ ଅରବିନ୍ଦ ଢାଲିଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜୟଦେବରେ ବଳ କଷୁଛି ବିଜେଡି: ପ୍ରଚାର ମୈଦାନରେ ନବକିଶୋର, ବାଲିଅନ୍ତାରେ କର୍ମୀ ସମ୍ମିଳନୀ - Naba Kishore Started Campaigning

ସଙ୍ଗଠନକୁ ବଳ ଦେଲା କିଏ ଟିକଟ୍‌ ପାଇଲା କିଏ: ୧୯୯୦ ମସିହା ଠାରୁ ବସନ୍ତ ନାୟକ ଏବଂ ଶିବ ମଲ୍ଲିକ ତୃଳମୂଳ ସ୍ତରରୁ ସଙ୍ଗଠନ କରିବା ସହିତ ବିଜେପି ଦଳକୁ ଶକ୍ତିଶାଳୀ କରିବା ଦିଗରେ ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଆସିଛନ୍ତିି । ବସନ୍ତ ନାୟକ ୨୦୧୪ ବିଜେପି ଦଳରୁ ଟିକେଟ ପାଇ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି ଏବଂ ଏବେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ଶିବ ମଲ୍ଲିକ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଏସସି ସେଲ ସଭାପତି ପଦବୀ ଠାରୁ ଆରମ୍ଭ କରି ଜୟଦେବର ବିଭିନ୍ନ ସାଙ୍ଗଠନିକ ଦାୟିତ୍ବ ତୁଲାଇଛନ୍ତି । ସେହିପରି ମାଗୁଣି ସେଠୀ ବ୍ୟାଙ୍କ ଚାକିରି ଛାଡି ୨୦୧୪ ମସିହାଠାରୁ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି । ସେହିପରି ସତ୍ୟପ୍ରିୟ ବେହେରା ସ୍ଥାନୀୟ ଅଞ୍ଚଳର ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି । ସେ କିଛି ବର୍ଷ ହେବ ଜୟଦେବର ପ୍ରତ୍ୟେକ ପଞ୍ଚାୟତ ଏବଂ ଗାଁ ଗଣ୍ଡାରେ ଲୋକଙ୍କ ନିକଟତର ହେବା ସହିତ ନିଜ ସଙ୍ଗଠନ ମାଧ୍ୟମରେ ଲୋକଙ୍କ ନିକଟତର ହୋଇଛନ୍ତି ।

ଏହି ଚାରି ଜଣ ନେତା ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏମାନଙ୍କ ନିଜସ୍ଵ ସଙ୍ଗଠନ ଏବଂ ସମର୍ଥକ ମଧ୍ୟ ଅଛି । ଯାହା ଫଳରେ ବିଜେପି ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହି ଚାରି ଜଣ ନେତା ଢାଲିଙ୍କ ଚେର କାଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଜୟଦେବର ଚର୍ଚ୍ଚା ହେଉଛି । ଏଭଳିକି ସତ୍ୟପ୍ରିୟ ସ୍ୱାଧିନରୁ ନିର୍ବାଚନ ଲଢିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ନିଆଳି

Last Updated : Apr 8, 2024, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.