ETV Bharat / politics

6ଷ୍ଠ ପର୍ଯ୍ୟାୟରେ 3 ଲୋକସଭା ପ୍ରାର୍ଥୀ ଦେଲା ବିଜେପି - BJP releases sixth list

author img

By ETV Bharat Odisha Team

Published : Mar 26, 2024, 5:15 PM IST

BJP releases sixth list of three candidates: 6ଷ୍ଠ ପର୍ଯ୍ୟାୟରେ ଦୁଇ ରାଜ୍ୟରେ 3 ଲୋକସଭା ଆସନରେ ପ୍ରାର୍ଥୀ ଦେଲା ବିଜେପି । ଏପର୍ଯ୍ୟନ୍ତ ଦଳ ଘୋଷଣା କରିସାରିଲାଣି 405 ପ୍ରାର୍ଥୀ । ଅଧିକ ପଢନ୍ତୁ

6ଷ୍ଠ ପର୍ଯ୍ୟାୟରେ 3 ଲୋକସଭା ପ୍ରାର୍ଥୀ ଦେଲା ବିଜେପି

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି 6ଷ୍ଠ ପର୍ଯ୍ୟାୟରେ 2ରାଜ୍ୟ ପାଇଁ 3 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନ ପାଇଁ ଦୁଇଟି ଆସନ ଓ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନ ଦୌସା ଆସନରୁ କହ୍ନୈୟା ଲାଲ ମୀନା ଓ କରୌଲି-ଢୋଲପୁର ସଂସଦୀୟ କ୍ଷେତ୍ରରୁ ଦଳ ଇନ୍ଦୁଦେବୀ ଯାତବଙ୍କୁ ଟିକେଟ ଦେଇଛି । ସେହିପରି ଇନ୍ନର-ମଣିପୁର ଲୋକସଭା ଆସନରୁ ଦଳ ଥୋନାଜାମ ବସନ୍ତ କୁମାର ସିଂଙ୍କୁ ଟିକେଟ ମିଳିଛି ।

ତେବେ ବିଜେପିଶାସିତ ରାଜସ୍ଥାନରେ ମୋଟ 25 ସଂସଦୀୟ ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 12 ଆସନରେ ଭୋଟିଂ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତଥା 26 ତାରିଖରେ ଅବଶିଷ୍ଟ 13 ଆସନରେ ଭୋଟିଂ ହେବା । ମାତ୍ର ଦୁଇ ସଂସଦୀୟ ଆସନ ବିଶିଷ୍ଟ ମଣିପୁରରେ ମଧ୍ୟ ଏପ୍ରିଲ 19 ଓ 26 ରେ ଭୋଟିଂ ହେବାକୁ ଯାଉଛି । ଏବେ ସୁଦ୍ଧା ଭାରତୀୟ ଜନତା ପାର୍ଟି 6ଷ୍ଠ ପର୍ଯ୍ୟାୟରେ ମୋଟ 405 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଧାରାରେ ବେଶ ପଛରେ ଥିବା ପରି ଦୃଶ୍ୟମାନ ହେଉଛି । କଂଗ୍ରେସ ଏବେ ସଦ୍ଧା ବିଭିନ୍ନ ରାଜ୍ୟରେ ମାତ୍ର ପ୍ରାୟ 190 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ :- କବିତାଙ୍କୁ ମିଳିଲାନି ବେଲ୍, ED ରିମାଣ୍ଡ ପରେ ଏପ୍ରିଲ ୯ ଯାଏଁ ଗଲେ ଜେଲ୍ - KAVITHA JUDICIAL CUSTODY

2014 ରେ ବିଜେପି ପ୍ରଥମ ଥର କେନ୍ଦ୍ରରେ ମୋଦିଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ସେହିଥର ଦଳର ଆସନ ସଂଖ୍ୟା ଥିଲା 282 । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମାତ୍ର 44 ଆସନ ହାତେଇବାରେ ସଫଳ ହୋଇଥିଲା । 2019 ସାଧାରଣ ନିର୍ବାଚନରେ ବିଜେପି ପୂର୍ବାପେକ୍ଷା ମଧ୍ୟ ଭଲ ପ୍ରଦର୍ଶନ କଲା । ଦଳର ଆସନ ସଂଖ୍ୟା 303 ରେ ପହଞ୍ଚିଥିଲା । କଂଗ୍ରେସ ମାତ୍ର 52 ଆସନରେ ବିଜୟୀ ହୋଇଥିଲା । ଚଳିତଥର ବିଜେପି ଏକାକୀ 370 ଓ ‘ଏନଡିଏ’ ମେଣ୍ଟ ସହଯୋଗୀ ଦଳଙ୍କ ସଂଖ୍ୟା ମିଶାଇ 400 ପାର କରିବା ଲକ୍ଷ୍ୟ ସହ ନିର୍ବାଚନ ଲଢିବାକୁ ଯାଉଛି । ଦଳ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ରାଜନାଥଙ୍କ ସମେତ 405 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି । ଖୁବଶିଘ୍ର ମଧ୍ୟ ଦଳୀୟ ଷ୍ଟାର-ପ୍ରଚାରକ ତାଲିକା ମଧ୍ୟ ଘୋଷଣା ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.