ETV Bharat / politics

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ବିଜେପି ସପକ୍ଷରେ ଯାଇଛି: ସମୀର ମହାନ୍ତି - First Phase Polling In Odisha - FIRST PHASE POLLING IN ODISHA

BJP Expect Favorable Election Result: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ବେଶ ଆଶାବାଦୀ ହୋଇଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକ ଭରସା କରିଥିବାରୁ ଏହି ପର୍ଯ୍ୟାୟର ବହୁମତ ବିଜେପି ସପକ୍ଷରେ ଯିବ ବୋଲି କହିଛି ବିଜେପି । ଅଧିକ ପଢନ୍ତୁ

BJP Expect Favorable Election Result
BJP Expect Favorable Election Result (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 11:00 PM IST

BJP Expect Favorable Election Result (ETV Bharat Odisha)

ଭୁବନେଶ୍ବର: ଆଜି ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ବିଜେପି ନେତା ସମୀର ମହାନ୍ତି କହିଛନ୍ତି, 'ଓଡ଼ିଶାର ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଭୋଟ ଦେଇଛି ଓଡିଶା । ୪ ଲୋକସଭା ଆସନ ଓ ୨୮ ବିଧାନସଭା ଆସନରେ ଆନନ୍ଦ ଉତ୍ସାହର ସହ ଭୋଟର ଭାଇ ଭଉଣୀ ମାନେ ଭୋଟ ଦେଇଛନ୍ତି ।' ବିଭିନ୍ନ ଗୋଷ୍ଠୀ , ସମ୍ପ୍ରଦାୟ ସହ ଗାଁ ଠୁ ସହର ଓ ଉପାନ୍ତ ଅଞ୍ଚଳର ଭୋଟର ଏହି ମହାପର୍ବରେ ସାମିଲ ହୋଇଥିବାରୁ ଭାଇ ଭଉଣୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି, 'ଗଣମାଧ୍ୟମରୁ ଯାହା ଖବର ଏବଂ ECIରୁ ଯାହା ସୂଚନା ପାଇଛୁ, 62 ପ୍ରତିଶତ ଭୋଟ ହୋଇଛି । ସନ୍ଧ୍ୟା ୭ଟା ପରେ ସାମଗ୍ରିକ ଭାବେ ଚତୁର୍ଥ ପ୍ରାୟରେ ୬୨. ୯୬ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟର ହାରରୁ ଜଣା ପଡୁଛି ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକ ଭରସା କରିଛନ୍ତି । ବିଜେପି ସପକ୍ଷରେ ଭୋଟ ଯାଇଛି । ପରିବର୍ତ୍ତନର ଲହର ଦେଖିବାକୁ ମିଳିଛି ।'

ଏହା ମଧ୍ୟ ପଢନ୍ତୁ ... ଓଡ଼ିଶା ନିର୍ବାଚନ ୨୦୨୪; ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ - First Phase Polling In Odisha

ସମୀର ମତଦାନରେ ବିଶୃଙ୍କଳାକୁ ନେଇ କହିଛନ୍ତି, 'ଯେଉଁ ବୁଥରେ ପୁଲିଂ ଅଫିସର ଓ ପ୍ରିଜାଡିଙ୍ଗ ଅଫିସରମାନେ ବେଆଇନ ଭାବେ ଅପରାଧିକ କାର୍ଯ୍ୟ କରିଛନ୍ତି । ସେମାନଙ୍କୁ ସସ୍ପେଣ୍ଡ କରି ଗିରଫ କରିବା ପାଇଁ ନିର୍ଦେଶ ସହ ଆଉ କିଛି ଅଫିସରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ଏଇ ଘଟଣା କେଉଁଠି ନା କେଉଁଠି ପ୍ରମାଣିତ କରିଛି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ସାମିଲ ଅଛନ୍ତି । ତେଣୁ ଆମେ ଅନୁରୋଧ କରୁଛୁ ଯେ ନିର୍ବାଚନ ପରିଚାଳନା ପାଇଁ ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ନିରପେକ୍ଷ ସହ ନିଜର ଦାୟିତ୍ବ ତୁଲାନ୍ତୁ । ସବୁ ଅଧିକାରୀମାନେ ବି ଏହି ମହାପର୍ବରେ ନିରପେକ୍ଷତା ଅଵଲମ୍ବନ କରନ୍ତୁ । ତେବେ ଯାଇ ଏକ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ । ଆଉ ଏହା ଆଗାମୀ ବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଜାରି ରହିବା ।' ଏହାସହ ଏହିଭଳି ଘଟଣା ନଘଟୁ ବା କେହି କାହା ଚାପରେ ଆସି ନିରପେକ୍ଷତାକୁ ଭଙ୍ଗ ନ କରନ୍ତୁ ଏହି ଅନୁରୋଧ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଗଣମାଧ୍ୟମରେ ଆଜି ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭଦ୍ରାଙ୍କୁ ବିଜୁ ଜନତା ଦଳର କର୍ମୀ ଆକ୍ରମଣ କରିଛନ୍ତି । ଏହି ହୃଦୟବିଦାରକ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସମୀର ମହାନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ପୋଲିସଙ୍କୁ ଓ ରାଜ୍ୟ ପୋଲିସଙ୍କୁ ଅନୁରୋଧ କରିଛନ୍ତି । ସେହିପରି ମାଲକାନଗିରିର ମିଶନ ଶକ୍ତି DPC ନିଜ ସୋସିଆଲ ମିଡିଆରେ ଭାରତୀୟ ଜନତା ପାର୍ଟି ବିରୋଧରେ ଫୋଟୋ, ଭିଡିଓ ପୋଷ୍ଟକୁ ମଧ୍ୟ ନିନ୍ଦା କରିଛନ୍ତି ସମୀର ମହାନ୍ତି । ଏହି ଘଟଣା କ୍ରମକୁ ନେଇ ହିଂସାତ୍ମକ ଭାବରେ ନୁହେଁ ନିରପେକ୍ଷତାର ସହ ଏହି ମହାନ ପର୍ବରେ ସାମିଲ ହୋଇ ଭୋଟ ଦେବାକୁ କହିଛନ୍ତି ସମୀର ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.