ETV Bharat / politics

ନିଲମ୍ବିତ ବିଧାୟକରୁ ମୁଖ୍ୟମନ୍ତ୍ରୀ; କଣ ବାର୍ତ୍ତା ଦେଲା ବିଜେପି, ମୋଦି ଖେଳିଲେ ଆଦିବାସୀ ମାଷ୍ଟରଷ୍ଟ୍ରୋକ୍ ! - MOHAN MAJHI Tribal CM Of Odisha

author img

By ETV Bharat Odisha Team

Published : Jun 11, 2024, 11:04 PM IST

First Fulltime Tribal CM Of Odisha: କେନ୍ଦୁଝରର ବିଧାୟକ ମୋହନ ମାଝୀ ରାଜ୍ୟର ପ୍ରଥମ ପୂର୍ଣ୍ଣକାଳୀନ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏକଦା ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରକୁ ଡାଲି ଫୋପାଡି ଚର୍ଚ୍ଚାରେ ଥିଲେ ମୋହନ । ଅଧିକ ପଢନ୍ତୁ

First Fulltime Tribal CM Of Odisha
First Fulltime Tribal CM Of Odisha (ETV Bharat Odisha)

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ପରେ ବିଧାନସଭା ଗୃହ ଦେଖିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମୋହନ ଚରଣ ମାଝୀ । ପୂର୍ବରୁ ବିଜେପି ଶାସିତ ରାଜ୍ୟ ଭଳି ଏଥର ମଧ୍ୟ ଓଡିଶା ଦେଖିବ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଯୋଡି । ପ୍ରଭାତୀ ପରିଡା ଓ କେଭି ସିଂହଦେଓ ହେବାକୁ ଯାଉଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ । ତେବେ ଜାନୁଆରୀ ୬ ତାରିଖ ୧୯୭୨ ମସିହାରେ କେନ୍ଦୁଝରର ରାଇକଳା ଗାଁରେ ଜନ୍ମ ଗ୍ରହଣ କରିଥିବା ମୋହନ ମାଝୀ ଓଡିଶାର ୧୫ ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏକଦା ମଧ୍ୟାହ୍ନ ଭୋଜନ ସ୍କିମରେ ହୋଇଥିବା ୭୦୦ କୋଟିର ଦୁର୍ନୀତି ବିରୋଧରେ ମୋହନ ମାଝୀ ନିଜର ସାଥୀ ମୁକେଶ ମହାଲିଙ୍ଗଙ୍କ ସହିତ ବିଧାନସଭା ଗୃହ ମଝିରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ଏହି ଡାଲି ଦୁର୍ନୀତିରେ ଖୋଦ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମନ୍ତ୍ରୀତ୍ବ ସମୟରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ ମୋହନ ।

ଏହା ମଧ୍ୟ ପଢନ୍ତୁ ... ଓଡ଼ିଶାର ନୂଆ ଉପମୁଖ୍ୟମନ୍ତ୍ରୀ; 6 ଥରର ବିଧାୟକ କେଭି, ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ - New Deputy CM of Odisha

ସେଦିନର ନିଲମ୍ବିତ ବିଧାୟକ ଏବେ ଶାସକ ଦଳର ମୁଖିଆ ଭାବେ ଶପଥ ନେବାକୁ ଯାଉଛନ୍ତି । ମୋହନ ମାଝୀ ରାଜ୍ୟର ପ୍ରଥମ ପୂର୍ଣ୍ଣକାଳୀନ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂର୍ବରୁ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ହେମାନନ୍ଦ ବିଶ୍ବାଳ ଓ ଗିରିଧର ଗମାଙ୍ଗ ଶାସନ କରିଥିଲେ ହେଁ ତାହା ଥିଲା ସ୍ବଳ୍ପକାଳୀନ ତଥା ଅସ୍ଥାୟୀ । ବିଜେପି ମୋହନ ମାଝୀଙ୍କ ଭଳି ଆଦିବାସୀ ଚେହେରାକୁ ରାଜ୍ୟ ରାଜନୀତିରେ ଆଗକୁ ଆଣି ଟ୍ରମ୍ପକାର୍ଡ ଖେଳିଛନ୍ତି ।

ଓଡିଶାରେ ଆଦିବାସୀ ସମୁଦାୟ ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ହୋଇଥିବା ବେଳେ ରାଜ୍ୟରେ ମୋଟ ୬୪ ଟି ଜନଜାତି ବସବାସ କରିଥାନ୍ତି । ଜଣେ ନିର୍ବିବାଦୀୟ ଓ ଶାନ୍ତ ବ୍ୟକ୍ତିତ୍ବ ଭାବେ ମୋହନ ମାଝୀଙ୍କ ପ୍ରତି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ ଓ ପଶ୍ଚିମ ଓଡିଶାର ଆଦିବାସୀ ସମାଜଙ୍କ ସମର୍ଥନ ରହିଛି । ୪ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଟାଣୁଆ ଆଦିବାସୀ ନେତା ଭାବେ ତାଙ୍କ ନିକଟରେ ବିଶାଳ ରାଜନୈତିକ ଅଭିଜ୍ଞତା ରହିଛି ।

ସେହିଭଳି ଏକ ସୁଦୂରପ୍ରସାରୀ ଲକ୍ଷ୍ୟକୁ ଆଖିଆଗରେ ରଖି ମୋହନଙ୍କୁ ମନୋନୟନ କରି ପ୍ରଧାନମନ୍ତ୍ରୀ ମୋଦି ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । ତାଙ୍କ ନିକଟରେ ସାଙ୍ଗଠନିକ ଦକ୍ଷତା ରହିଥିବା ବେଳେ ଆରମ୍ଭରୁ ତାଙ୍କର ତୀବ୍ର କଂଗ୍ରେସ ବିରୋଧୀ ଭାବେ ପରିଚୟ ରହିଛି । ସେ ଏଥର ଖଣି ଖାଦାନ ଭରା ରତ୍ନଗର୍ଭା କେନ୍ଦୁଝର ସଦର ଆସନରୁ ୧୧,୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏଥରର ଲୋକସଭା ନିର୍ବାଚନରେ ବିଜେପି ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ମଧ୍ୟ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡିଶା, ଦକ୍ଷିଣ ରାଜସ୍ଥାନ, ପୂର୍ବ ଗୁଜୁରାଟରେ ଭଲ ପ୍ରଦର୍ଶନ କରିଛି । ତେଣୁ ମୋହନ ମାଝୀଙ୍କ ଭଳି ପୋଖତ ଗୋଟିଚାଳନା ବିଜେପିକୁ ଆସନ୍ତା ୨୦୨୯ରେ ଦେଶବ୍ୟାପୀ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.