ETV Bharat / politics

ଖେଲା ହୋବେ ନାଁରେ ହିଂସା ଓ ଦୁଷ୍କର୍ମକୁ ସମର୍ଥନ କରୁଛନ୍ତି ମମତା ସରକାର: ବିଜେପି - BJP Criticized Mamata Banerjee

author img

By ETV Bharat Odisha Team

Published : Aug 16, 2024, 10:31 PM IST

BJP Criticized West Bengal CM Mamata Banerjee: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଜେପିର କଡା ସମାଲୋଚନା । ଏଭଳି କହିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରକାଶ ପାଶୱାନ । ଅଧିକ ପଢ଼ନ୍ତୁ

Guru Prakash Paswan
Guru Prakash Paswan (ETV Bharat Odisha)

ଭୁବନେଶ୍ବର: ପଶ୍ଚିମବଙ୍ଗର ଆର.ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି । ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ୱାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ଘଟଣାର ତଦନ୍ତ ସିବିଆଇ କରୁଥିବାବେଳେ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି । ପ୍ରସଙ୍ଗରେ ଆଜି ଓଡିଶାରେ ସାମ୍ବାଦିକ ସମ୍ମିଳନୀ କରି ମମତା ସରକାରଙ୍କୁ ଘେରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରକାଶ ପାଶୱାନ ।

Guru Prakash Paswan (ETV Bharat Odisha)

ଖେଲା ହୋବେ ନାଁରେ ହିଂସା ହେଉଛି:

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରକାଶ ପାଶୱାନ କହିଛନ୍ତି, "ଆର.ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗ ମହିଳା ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସରକାର ଏଥିପାଇଁ ଦାୟୀ । 2021 ନିର୍ବାଚନ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଲା ହୋବେ ବୋଲି କହିଥିଲେ । ଖେଲା ହୋବେ ନାଁରେ ହିଂସା ହେଉଛି । ହତ୍ୟା, ନରସଂହାର ହେଉଛି । କିନ୍ତୁ ଘଟଣାକୁ ନେଇ ସବୁ ଚୁପ । ଇଣ୍ଡିମେଣ୍ଟ ଚୁପ ବସିଛନ୍ତି । ପଶ୍ଚିମବଙ୍ଗର ଝିଅ କ'ଣ, ଝିଅ ନୁହେଁ । ପଶ୍ଚିମବଙ୍ଗ ସରକାର ପୀଡ଼ିତାର ପରିବାରକୁ ଭେଟିଲେ । କିନ୍ତୁ କଲେଜର ପ୍ରିନ୍ସିପାଲଙ୍କୁ ତୁରନ୍ତ ଅନ୍ୟ କଲେଜରେ ନିଯୁକ୍ତି ଦେଇଦେଲେ । ଟିଏମସି ସରକାର ଅପରାଧୀ ତତ୍ତ୍ଵମାନଙ୍କୁ ସୁରକ୍ଷା ଦେଉଛି । ଏହି ଘଟଣାକୁ ନେଇ ଇଣ୍ଡି ମେଣ୍ଟର କୌଣସି ନେତାଙ୍କ ଆଖିରେ ଲୁହ ନାହିଁ ।"

ପ୍ରମାଣରେ ହେରଫେର ହୋଇଛି:

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି ପୀଡ଼ିତାଙ୍କ ପରିବାର ସହ ଦୃଢ଼ ଭାବେ ଛିଡା ହୋଇଛି । ପୀଡ଼ିତଙ୍କ ପରିବାରକୁ ନ୍ୟାୟ ନମିଳିବା ଯାଏଁ ବିଜେପି ଲଢେଇ ଜାରି ରଖିବ । ଏହି ଘଟଣା ଅତି ସମ୍ବେଦନଶୀଳ । କଲିକତା ହାଇକୋର୍ଟ ହସ୍ତକ୍ଷେପରୁ ଜଣାପଡୁଛି ଯେ, ପଶ୍ଚିମବଙ୍ଗ ସରକାର ଘଟଣାକୁ ଗୁରୁତର ସହ ନେଉନାହାନ୍ତି । ହାଇକୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ପ୍ରମାଣରେ ହେରଫେର ହୋଇଛି । କଲିକତା ହାଇକୋର୍ଟର ହସ୍ତକ୍ଷେପ ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଗଲା । ପୀଡ଼ିତାର ପରିବାରକୁ ମୃତଦେହ ନିକଟକୁ ଯିବା ପାଇଁ କାହିଁକି ଦିଆଗଲା ନାହିଁ । ପଶ୍ଚିମବଙ୍ଗର ନାଗରିକଙ୍କ ମଧ୍ୟରେ ଆଜି ମମତା ସରକାରଙ୍କ ଉପରେ ପ୍ରବଳ ଆକ୍ରୋଶ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ, ମେଡିକାଲ କଲେଜ ଅଧ୍ୟକ୍ଷ ଦେଲେ ଇସ୍ତଫା - Kolkata Doctor Rape Murder case

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.