ETV Bharat / politics

ଆସିଲା ବିଜେପି ନିର୍ବାଚନୀ ଇସ୍ତାହାର; ବିଜେଡିକୁ ଟାର୍ଗେଟ କରି ରତ୍ନ ଭଣ୍ଡାର ଚାବି ମାଗିଲେ ନଡ୍ଡା - JP Nadda releases BJP Manifesto - JP NADDA RELEASES BJP MANIFESTO

Nadda releases BJP Manifesto: ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 'ସଂକଳ୍ପ ପତ୍ର'ର ନାଁ ରହିଛି 'ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି' । ଯାହା କହିଛୁ କରିଛୁ, ଯାହା କହୁଛୁ ବି କରିବୁ କହିଲେ ନଡ୍ଡା । ଅଧିକ ପଢ଼ନ୍ତୁ

Nadda releases BJP Manifesto
Nadda releases BJP Manifesto (ETV BHARAT ODISHA)
author img

By ETV Bharat Odisha Team

Published : May 5, 2024, 6:12 PM IST

Updated : May 5, 2024, 8:06 PM IST

Nadda releases BJP Manifesto (ETV BHARAT ODISHA)

ଭୁବନେଶ୍ବର: ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ । ଭୁବନେଶ୍ବରର ଏକ ଘଟୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ନିର୍ବାଚନୀ ଇସ୍ତାହାର 'ସଂକଳ୍ପ ପତ୍ର' ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ନିର୍ବାଚନୀ ଇସ୍ତାହାରର ନାଁ ରହିଛି 'ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି' । ରାଜ୍ୟ ବିଜେପିର ଇସ୍ତାହାରରେ ୪ଟି ବର୍ଗଙ୍କୁ ଫୋକସ କରାଯାଇଛି । ବିଶେଷ କରି ଏଥିରେ ଯୁବକ, ମହିଳା ଓ କୃଷକଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି ।

'ଯାହା କହିଛୁ କରିଛୁ, ଯାହା କହୁଛୁ ମଧ୍ୟ କରିବୁ': ରାଜ୍ୟ ବିଜେପି ନିର୍ବାଚନୀ ଇସ୍ତାହାର କମିଟି ମୁଖ୍ୟ ରହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ସଂକଳ୍ପ ପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସମୀର ମହାନ୍ତିଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ନଡ୍ଡା କହିଛନ୍ତି, "ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜନୀତିର ସଂସ୍କୃତି ବଦଳିଛି । ନିର୍ବାଚନୀ ଇସ୍ତାହାରର ଗାରିମା ଓ ମହତ୍ତ୍ବ ବି ବଢ଼ିଛି । ପୂର୍ବ ସରକାର ସମୟରେ ଇସ୍ତାହାର କେବଳ ଦେଖାଣିଆ ଥିଲା । ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ପରେ ଭୁଲିଯାଉଥିଲେ । ହେଲେ ଏବେ ମୋଦି ସରକାରଙ୍କ ସଂକଳ୍ପ, ଯାହା କହିଛୁ କରିଛୁ । ଯାହା କହୁଛୁ ମଧ୍ୟ ନିଶ୍ଚିତ କରି ଦେଖାଇବୁ ।"

'୪୫ ବିଜେଡି ବିଧାୟକ ଅପରାଧୀ': ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, "ଓଡ଼ିଶାରେ ବିଜେପି ବିରୋଧୀ ଆସନରେ ବସିବାକୁ ଚାହୁଁନାହିଁ । ସରକାର ଗଢ଼ିବାକୁ ନିର୍ବାଚନ ଲଢ଼ୁଛି । ନବୀନ ପଟ୍ଟନାୟକଙ୍କ ସରକାରରେ ଖେତକୁ ପାଣି ପହଞ୍ଚୁନାହିଁ । ଓଡ଼ିଶା ଚାଷୀଙ୍କ ଆୟ ସବୁଠାରୁ କମ୍‌ । ଏଠାରୁ ସବୁଠାରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ପ୍ରତିଘରେ ଦାଦନ ଶବ୍ଦ ଗୁଞ୍ଜରଣ ହେଉଛି । ଏଥିପାଇଁ ସରକାରଙ୍କ କୌଣସି ଚିନ୍ତାନାହିଁ । ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ମହିଳା ଉତ୍ପୀଡ଼ନ କ୍ଷେତ୍ରରେ ଓଡ଼ିଶା ୧ ନମ୍ବରରେ ରହିଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେଡିର ନେତା ସଂପୃକ୍ତ ଅଛନ୍ତି । ବିଜେଡିର ୪୫ ଜଣ ବିଧାୟକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅପରାଧିକ ମାମଲାରେ ଜଡ଼ିତ ।"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା - JP NADDA IN BHUBANESWAR

'ଚିଟପଣ୍ଡ ଟଙ୍କା ଫେରସ୍ତ କରାଯିବ': ସେ ଆହୁରି କହିଛନ୍ତି, "ଆମେ ବିକାଶ ରାଜନୀତି କରୁଛୁ । ଆୟୁଷ୍ମାନ ଯୋଜନାରୁ ଓଡିଶାକୁ ବଞ୍ଚିତ କରିଛନ୍ତି ବିଜେଡି ସରକାର । ଓଡିଶାକୁ ୩ ଲକ୍ଷ ୫୨ ହଜାର କୋଟି ମିଳିଛି । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ସରକାର ମିଛ ପ୍ରତିଶ୍ରୁତି ପୂରଣ ହେଲାନି । କ୍ଷେତକୁ ପାଣି ଯାଉନି, ଓଡ଼ିଶାରେ କୃଷକଙ୍କର ଆୟ କମ୍‌ ଅଛି, ଦାଦନ ଅଧିକ ଅଛି । ସବୁ ଘରେ ଦାଦନ । ହେଲେ ସରକାରଙ୍କୁ ଏହାର ଚିନ୍ତା ବି ନାହିଁ । ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା, ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି । ମହିଳା ବିରୋଧୀ ଅପରାଧରେ ଓଡିଶା ୧ ନମ୍ବର । ଓଡିଶାବାସୀ ସବୁଠୁ ଅଧିକ ବିଦ୍ୟୁତ ଶୁଳ୍କ ଦେଉଛନ୍ତି । ବିଦ୍ୟୁତ ଅଭାବରୁ ଶୀତଳଭଣ୍ଡାର ବନ୍ଦ ହେଇଯାଉଛି । ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି । ବିଜେପି ଯେବେ ସରକାରକୁ ଆସିବ ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୂରଣ କରିବ । ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ୍‌ ନୀତି କରିବ ବିଜେପି । ସରକାରକୁ ଆସିଲେ ଚିଟପଣ୍ଡ ଟଙ୍କା ଫେରସ୍ତ କରାଯିବ ।

'ରତ୍ନ ଭଣ୍ଡାର ଚାବି ମାଗିଲେ ନଡ୍ଡା': ବିଜେଡିକୁ ରତ୍ନ ଭଣ୍ଡାର ଚାବି ମାଗିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ ଜୁନ ୪ରେ ଆମେ ସରକାରକୁ ଆସିଲେ ଆମକୁ ରତ୍ନ ଭଣ୍ଡାର ଚାବି ଦେବେ, ଆମେ ରତ୍ନ ଭଣ୍ଡାର ଖୋଲିବୁ ।" ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନଡ୍ଡା । ସେ କହିଛନ୍ତି, "ବିଜେଡି ସରକାରଙ୍କ ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ସମାପ୍ତ କରିବୁ । ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ । ସୁଭଦ୍ରା ଯୋଜନା ଆରମ୍ଭ କରିବୁ । ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ପାରିବ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ଆମେ ଭାରତର ସମସ୍ତ ମେଟ୍ରୋ ସହରରେ ଓଡ଼ିଆ ସମୁଦାୟ ଭବନ ପ୍ରତିଷ୍ଠା କରିବୁ । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ । ପ୍ରତ୍ୟେକ ମତ୍ସ୍ୟଜୀବୀକୁ ଅଣଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବୁ । ମତ୍ସ୍ୟଜୀବୀ ବନ୍ଦରର ନବୀକରଣ, ଶୀତଳ ଭଣ୍ଡାର ସ୍ଥାପନ କରିବୁ ।

'ପ୍ରଥମ ଥର ପାଇଁ ବିଜେପିର ସରକାର ହେବ': କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଗୋଟିଏ ଯୁଗର ଅବସାନ ଘଟିବ, ନୂଆ ଦିଶା ଦେଖାଇବ ଏହି ନିର୍ବାଚନ । ଦୁଇଥର ପଦ୍ମ, ଦୁଇଗୁଣା ବିକାଶ ନାରା ନେଇ ବିଜେପି ନିର୍ବାଚନକୁ ଯିବ । ଲୋକମାନେ ଆମକୁ ନିଶ୍ଚୟ ସରକାରକୁ ଆଣିବେ । ଏହି ଇସ୍ତାହାର ଗରିବ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ସମସ୍ତ ବର୍ଗଙ୍କୁ ଛୁଇଁବ । କେବଳ ବିଶ୍ବାସ ନୁହେଁ, ଆମକୁ ସରକାର କରିବାକୁ ସୁଯୋଗ ଦେବେ । ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବ । ୧୮ ଦିନ ଧରି ଯେଉଁ ଚର୍ଚ୍ଚା ଚାଲିଲା, ତାହା ଆମକୁ ଅନୁପ୍ରାଣିତ କଲା । ବିଜେପି ସରକାରକୁ ଆସିଲେ ଶତପ୍ରତିଶତ ଜଳସେଚନ କରିବୁ । ମୋଦି ୧୦ ବର୍ଷରେ ସଂକଳ୍ପ ପତ୍ରରେ ଯାହା ଯାହା କହିଛନ୍ତି ତାହା କରିଛନ୍ତି । ୨୧ଟି ସଂକଳ୍ପ ପତ୍ର ଗୋଟି ଗୋଟି କାର୍ଯ୍ୟକାରୀ କରିବୁ । ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ । ଚାଷୀ, ଯୁବକ, ଗରିବ, ମହିଳା ଉପରେ ଫୋକସ ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 5, 2024, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.