ETV Bharat / politics

ପ୍ରାର୍ଥୀ ଘୋଷଣା ପରେ ପାରଳାଖେମୁଣ୍ଡିରେ ପ୍ରଦୀପ ପାଣିଗ୍ରାହୀ, କହିଲେ ବାହୁବଳକୁ ବ୍ୟବହାର କଲେ କିଛି ଫରକ ପଡିବନି - PRADEEP PARALAKHEMUNDI Visit - PRADEEP PARALAKHEMUNDI VISIT

Pradeep Panigrahi On Paralakhemundi Visit: ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ଆସି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଦୀପ ପାଣିଗ୍ରାହୀ । ଏଥର ରାଜ୍ୟରେ ବିଜେପି ସରକାର ଗଢିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Pradeep Panigrahi In Paralakhemundi
Pradeep Panigrahi In Paralakhemundi
author img

By ETV Bharat Odisha Team

Published : Mar 30, 2024, 7:52 AM IST

Pradeep Panigrahi In Paralakhemundi

ପାରଳାଖେମୁଣ୍ଡି: ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ । ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରି ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ସେଠାରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଦୀପ । ରାଜ୍ୟରେ ସରକାର ଗଢିବା ନେଇ ଦମ୍ଭୋକ୍ତି ପ୍ରକାଶ କରିବା ସହ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଦୀପ ।

ପ୍ରଦୀପ କହିଛନ୍ତି, "ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ବାଧୀନ ସରକାରକୁ ଲୋକେ ପରିବର୍ତ୍ତନ କରି ବିଜେପି ସରକାର ହେବା ନିଶ୍ଚିତ । ଏଥିପାଇଁ ଲୋକେ ମନସ୍ଥ କରି ସାରିଛନ୍ତି । ରାଜ୍ୟରେ ବହୁଥିବା ପରିବର୍ତ୍ତନର ହାୱାକୁ କେହି ରୋକି ପାରିବେ ନାହିଁ । ଥରେ ଲୋକେ ମନ ବଦଳାଇଲେ ଅବସ୍ଥା କ’ଣ ହୁଏ ତାହା ବିଗତ ଦିନର ସରକାରଙ୍କ କ୍ଷେତ୍ରରେ ସମସ୍ତେ ଦେଖିଛନ୍ତି । ତେଣୁ ସରକାର ଯେତେ ପ୍ରଶାସନିକ କଳ କିମ୍ବା ବାହୁବଳକୁ ବ୍ୟବହାର କଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଏଥର ରାଜ୍ୟରେ ସରକାର ପରିବର୍ତ୍ତନ ହେବା ଥୟ ।"

ସେ ଆହୁରି କହିଛନ୍ତି , "ଦିନ ଥିଲା ଦେଶରେ ଇନ୍ଦିରା ଗାନ୍ଧୀ ମଧ୍ୟ ବହୁ ପ୍ରଭାବଶାଳୀ ମହିଳା ପ୍ରଧାନମନ୍ତ୍ରୀ ରହିଥିଲେ । କିନ୍ତୁ ଲୋକେ ଚାହିଁବାରୁ ତାଙ୍କୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ । ଆଉ ରାଜ୍ୟରେ ସରକାରରେ ଥିବା ବିଜେଡିରେ ତ ଅନେକ ଫାଟ । ସେହି ଦଳ ବର୍ତ୍ତମାନ ବିଭିନ୍ନ ଗୋଷ୍ଠୀରେ ବିଭାଜିତ । ତେଣୁ ସେମାନଙ୍କୁ ପରିବର୍ତ୍ତନ ପାଇଁ ଲୋକେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିଜେଡି କିଭଳି ରୋକି ପାରିବ । ଗଣତନ୍ତ୍ର ମନ୍ଦିରରେ ଭୋଟର ହେଉଛନ୍ତି ସର୍ବେସର୍ବା । ସେମାନଙ୍କ ବିନା ନା କୌଣସି ଦଳ କୌଣସି ପ୍ରାର୍ଥୀ କାହାର କିଛି ସ୍ଥିତି ହିଁ ନାହିଁ ।"

ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନରେ ପ୍ରଦୀପ ଓ ଭର୍ତ୍ତୃହରିଙ୍କ ପରି ନେତା ବିଜେଡି ପାଇଁ କ୍ଷତିକାରକ ହେବେ: ଅକ୍ଷୟ ସାହୁ - Impact On Loksabha Polls

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ଏବଂ ତାଙ୍କୁ ବିଜେପି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ କରିବା ପରେ ପ୍ରଥମ ଥର ପାଇଁ ସେ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ । ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ଦାଶ ଏବଂ ପୂର୍ବତନ ଆୟକର ଅଧିକାରୀ ତ୍ରିନାଥ କାର୍ଯୀ ଏବଂ ବରିଷ୍ଠ ଆଇନଜୀବି ଏମ.ପୃଥ୍ବୀରାଜ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦେବୀ ଅନେକ ଦିନ ହେଲା ବିଜେଡିରୁ ଇସ୍ତଫା ଦେଇସାରିଥିଲେ । ସେମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ଗଜପତି ଜିଲ୍ଲା ବିଜେପି ପ୍ରଭାରୀ ସରୋଜ ସାବତ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.