ETV Bharat / politics

ସିଇଓଙ୍କୁ ଫେରାଦ ହେଲା ବିଜେପି, ସରକାରୀ କର୍ମଚାରୀଙ୍କ ବିଜେଡି ପାଇଁ ପ୍ରଚାର ଅଭିଯୋଗ - BJP MEET CEO

author img

By ETV Bharat Odisha Team

Published : Apr 22, 2024, 10:05 PM IST

BJP Meet CEO: ସରକାରୀ କର୍ମଚାରୀମାନେ ବିଜେଡି ନେତାଙ୍କ ନିର୍ବାଚନୀ ସଭାରେ ଉପସ୍ଥିତ ହେବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ବିଜେପି କରିଛି କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ସିଇଓଙ୍କୁ ଫେରାଦ ହେଲା ବିଜେପି, ସରକାରୀ କର୍ମଚାରୀଙ୍କ ବିଜେଡିର ପ୍ରଚାର ଅଭିଯୋଗ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛି । ଏ ସମ୍ପର୍କରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ ସରକାରୀ ଅଧିକାରୀ ମାନେ ବିଜେଡ଼ି ପାଇଁ ପ୍ରଚାର କରୁଛନ୍ତି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବ୍ୟାନର ଥିବା ମଞ୍ଚରେ ବସିଥିଲେ ପୋଲିସ କର୍ମଚାରୀ ।

ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ମଧ୍ୟ ଦେଉଥିଲେ । ଆଠଗଡ଼ ସରକାରୀ ମେଡିକାଲର କ୍ଲର୍କ ସନ୍ତୋଷ ମିଶ୍ର ମଧ୍ୟ ଆଠଗଡ଼ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ । ଏଠି ପ୍ରଶ୍ନ ଉଠେ ନିର୍ବାଚନ ଆଚରଣବିଧି ଲାଗୁ ପରେ ଏମାନେ ଏପରି କାର୍ଯ୍ୟ କେମିତି କରୁଛନ୍ତି । ଜଣେ ସରକାରୀ କର୍ମଚାରୀ ଦଳୀୟ ସଭାରେ ଉଦବୋଧନ ଦେବା ଏହା ଆଚରଣବିଧି ଉଲ୍ଲଘଂନ ।

ଏହା ମଧ୍ୟ ପଢନ୍ତୁ... ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି - BJD MEETS CEO

ସେହିପରି ଚାନ୍ଦବାଲି ବିଜେଡ଼ି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଇଁ ପ୍ରଚାର କରୁଥିଲେ ଭଦ୍ରକ ଜିଲ୍ଲା ସାଳନ୍ଦୀ ଡିଭିଜନର ଜଳସେଚନ କାର୍ଯ୍ୟାଳୟର କର୍ମଚାରୀ ପରମେଶ୍ବର ମଲ୍ଲିକ । ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ କରିଛି ବିଜେପି । ଏହାସହ ବଲାଙ୍ଗୀର ଜିଲ୍ଲାରେ ମିଶନ ଶକ୍ତି ପ୍ରକଳ୍ପ ମ୍ୟାନେଜର ସୁମନ ଦ୍ବିବେଦୀ ବିଜେଡିର ଭୋଟ ପାଇଁ ଏସଏଚଜି ଗ୍ରୁପ ମହିଳା ମାନଙ୍କୁ ଫୋନ୍ କରି କହୁଛନ୍ତି ବୋଲି ଅଭିଯୋଗ କରିଛି ଦଳ । ସବୁ ଫଟୋ ପ୍ରମାଣ ସହ ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ଠାରେ ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ତେଣୁ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ଏହି ସରକାରୀ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ବୋଲି ସିଇଓ ଠାରେ ଦାବି କରିଛି ବିଜେପି ।

ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଓ ବିଜେଡି ପରସ୍ପର ପ୍ରତି କାଦୁଅ ଫିଙ୍ଗା ଥମିନାହିଁ । ଆଜି ବିଜେଡି କେନ୍ଦୁଝର ବିଧାୟକ ତଥା ବିଜେପି ନେତା ମୋହନ ଚରଣ ମାଝୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି । ମୋହନ ଶିକ୍ଷାନୁଷ୍ଠାନରେ ରାଜନୈତିକ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ଆଣିଛି ବିଜେଡି । କେନ୍ଦୁଝର ମୋହନ ଚରଣ ମାଝୀ ବିଧାୟକ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.