ETV Bharat / politics

ପାରାଦ୍ୱୀପରେ ସମ୍ବିତ ଓ ସମ୍ପଦଙ୍କ ମଧ୍ୟରେ ତୁ ତୁ ମେ ମେ - PARADEEP ASSEMBLY ELECTION - PARADEEP ASSEMBLY ELECTION

Political Tussle In Paradeep: ଜଗତସିଂହପୁରରେ ଆରମ୍ଭ ହୋଇଛି ବିଜେଡି ଓ ବିଜେପି ମଧ୍ୟରେ ତୁ ତୁ ମେ ମେ । ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ପାରାଦ୍ୱୀପରେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଓ ବିଜେଡି ବିଧାୟକ ସମ୍ବିତ ରାଉତରାୟ ମୁହାଁମୁହିଁ

author img

By ETV Bharat Odisha Team

Published : Apr 9, 2024, 9:15 AM IST

ପାରାଦ୍ୱୀପରେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଓ ବିଜେଡି ବିଧାୟକ ସମ୍ବିତ ରାଉତରାୟ ମୁହାଁମୁହିଁ

ଜଗତସିଂହପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ । ଜଗତସିଂହପୁରରେ ଆରମ୍ଭ ହୋଇଛି ବିଜେଡି ଓ ବିଜେପି ମଧ୍ୟରେ ବାକ୍ ବିତଣ୍ଡା । ସୋମବାର ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ, ବିଜେଡି ଏବେ ଶୃଗାଳ ପାଲଟିଛି । ବିଭିନ୍ନ ସ୍ଥାନରେ ସେ ଶୃଗାଳମାନଙ୍କର ସଭା ସମିତି ଆରମ୍ଭ କରିଛନ୍ତି । କିନ୍ତୁ ଏହା ନିର୍ବାଚନରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଶହେ ଶୃଗାଳ ଏକାଠି ହେଲେ ମଧ୍ୟ ସିଂହର ସମକକ୍ଷ ହୋଇପାରିବେ ନାହିଁ । ଜଙ୍ଗଲର ରାଜା ହେଉଛି ସିଂହ । ସିଂହ ଯେଉଁଠିକୁ ଯିବ ସେଠାରୁ ଶୃଗାଳମାନେ ପଳାୟନ କରିବେ । ଅନ୍ୟାୟ ଦୁର୍ନୀତି ବିରୋଧରେ ଆମର ସ୍ବର ତୀବ୍ରତର ହେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ପାରାଦ୍ୱୀପ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର, ବିଧାୟକ ବନାମ ପୂର୍ବତନ ବ୍ଲକ ଅଧ୍ୟକ୍ଷ - Paradeep BJD

ଏହାର ଜବାବ ଦେଇଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ ରାଉତରାୟ କହିଛନ୍ତି ଯେ, ଶୃଗାଳ ସଭାକୁ ସିଂହ ଏକା ଆସିବାକୁ ଭୟ କରେ । କାରଣ ସିଂହର ଦାନ୍ତ ଠାରୁ ଶୃଗାଳର ଦାନ୍ତ ଅଧିକ ଶକ୍ତିଶାଳୀ । ଶୃଗାଳର କାମୁଡ଼ା ଶକ୍ତି 1180 ହୋଇଥିବା ବେଳେ ସିଂହର କାମୁଡ଼ା ଶକ୍ତି ମାତ୍ର 630 । ସିଂହ ଯେତେବେଳେ ଶୃଗାଳଙ୍କ ମେଳିକୁ ଚାଲିଆସେ ସିଂହକୁ ଶୃଗାଳମାନେ ଭାରି କଲବଲ କରିଥାନ୍ତି । ସିଂହ ମାଂସ ଖାଇଥାଏ ଓ ହାଡ଼ଗୁଡିକୁ ଛାଡି ଚାଲିଯାଏ । କିନ୍ତୁ ଶୃଗାଳ ସେହି ହାଡ଼କୁ ଖାଇ ହଜମ କରିଥାଏ । ଯଦି ସମ୍ପଦ ବାବୁ ନିଜକୁ ସିଂହ ଭାବି 630ରେ ରହିବାକୁ ଚାହୁଁଛନ୍ତି ରୁହନ୍ତୁ । କିନ୍ତୁ ଯେଉଁମାନଙ୍କୁ ଶୃଗାଳ ମେଳି ବୋଲି କହୁଛନ୍ତି ସେ ସତ୍‌ସାହସ ଦେଖାଇ ସେଠାକୁ ଆସନ୍ତୁ ତ ! ଦେଖିବେ ସେ କେମିତି କଲବଲ ହେଉଛନ୍ତି । ଉଭୟଙ୍କର ମଧ୍ୟରେ ଏହି ପ୍ରକାର ବାକ ବିତଣ୍ଡା ପାରାଦ୍ବୀପରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ସାଧାରଣ ନିର୍ବାଚନରେ ପାରାଦ୍ବୀପ ବିଧାନସଭା ଆସନ ପାଇଁ ବିଜେପି ସମ୍ପଦ ସ୍ବାଇଁଙ୍କ ନାମ ଘୋଷଣା କରିଥିବା ବେଳେ ବିଜେଡି ଏହି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଏହି ଆସନରୁ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିବା ପାଇଁ ସମ୍ବିତଙ୍କ ସମର୍ଥକ ଦାବି କରୁଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.