ETV Bharat / politics

ମା' ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ମୋହନ ମାଝୀ - Kendujhar Assembly Constituency

author img

By ETV Bharat Odisha Team

Published : Apr 5, 2024, 3:54 PM IST

Kendujhar Assembly Constituency: ଘଟଗାଁ ମା' ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ । ଅଧିକ ପଢ଼ନ୍ତୁ

ମୋହନ ମାଝୀ
ମୋହନ ମାଝୀ

ମୋହନ ମାଝୀ

କେନ୍ଦୁଝର: ମୁଣ୍ଡ ଉପରେ ନିର୍ବାଚନ ଘଡି଼ । ରାଜ୍ୟର ପ୍ରମୁଖ ଦଳମାନେ ପର୍ଯ୍ୟାୟ କ୍ରମେ ନିଜ ନିଜର ଯୋଦ୍ଧାମାନଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛନ୍ତି । ତେବେ ଯୋଦ୍ଧାମାନେ ମଧ୍ୟ ଯୁଦ୍ଧ ଲଢିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଇଛନ୍ତି । ନେତାମାନେ ପ୍ରଚାଚକୁ ଓହ୍ଲାଇଥିବା ବେଳେ ପ୍ରଚାର କମ୍ପିଲାଣି ରାଜନୀତି ମୈଦାନ । ସେପଟେ ପ୍ରଚାରରେ ଆଗରେ ରହିଛନ୍ତି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ । ଆଜି (ଶୁକ୍ରବାର) ଘଟଗାଁ ମା' ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ମୋହନ ।

ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ତରଫରୁ ପୁନର୍ବାର ବିଧାୟକ ପ୍ରାର୍ଥୀ ଚୟନ କରାଯାଇଛି । ବିଧାୟକ ଟିକେଟ୍ ପାଇବା ପରେ ମୋହନ ମାଝୀ ପ୍ରଥମ ଥର ପାଇଁ କେନ୍ଦୁଝର ମାଟିରେ ଘଟଗାଁ ମା' ତାରିଣୀଙ୍କ ପୀଠରେ ପହଞ୍ଚି ମା'ଙ୍କ ଦର୍ଶନ କରି କୃପାଲାଭ କରିଛନ୍ତି । ଏହି ଅବସରରେ ମୋହନ ମାଝୀଙ୍କ ସହ ଶହ ଶହ କର୍ମୀ ଉପସ୍ଥିତ ଥିଲେ । ମା'ଙ୍କ ଦର୍ଶନ ପରେ ସଦର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ମୋହନ ମାଝୀ । ଜିଲ୍ଲାର ମୌଳିକ ଅଧିକାର ସହ ମେଗା ଇସ୍ପାତ ପ୍ରକଳ୍ପ, ପୁନଃକ୍ଷମ ମେଡିକାଲ, କାନପୁର ଜଳସେଚନ ପ୍ରକଳ୍ପ ଆଦି ମୁଦା ନେଇ ଲୋକଙ୍କ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ମୋହନ । ଏହା ସହ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରା ଆଧାରରେ ୬ଟି ବିଧାନସଭା ସହ ଲୋକସଭା ଆସନ ମଧ୍ୟ ବିଜେପି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋହନ ।

ଏହା ମଧ୍ୟ ପଢ଼ନ୍ତୁ....ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ: ବିଜେପି - BJP TARGETS VK PANDIAN

ପ୍ରକାଶ ଥାଉକି, ମୋହନ ଚରଣ ମାଝୀ ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମେଣ୍ଟ ସରକାର ସମୟରେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ । କିନ୍ତୁ ପରେ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ସଦର ନିର୍ବାଚନ ମଣ୍ଡଳୀ ବିଜେଡି ହାତକୁ ଚାଲି ଯାଇଥିଲା । କିନ୍ତୁ ଗତ ୨୦୧୯ ନିର୍ବାଚନରେ ସଦର ବିଧାୟକ ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ମାତ୍ର ୧୧୬୦ ଭୋଟ ବ୍ୟବଧାନରେ ପରାଜିତ କରି ବିଧାୟକ ହେବା ସହ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ତୁଲାଇଥିଲେ । ଚଳିତ ବର୍ଷ ନିର୍ବାଚନରେ ବିଜେପି ଦଳ ତାଙ୍କ ଉପରେ ପୁଣିଥରେ ଭରସା କରି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.