ETV Bharat / politics

ନିୟନ୍ତ୍ରଣ ବାହାରେ ଦରଦାମ ! ଏଭଳି କହିଲେ ବିଜେପି ବିଧାୟକ - Essential Commodities Price Hike

author img

By ETV Bharat Odisha Team

Published : Jul 31, 2024, 9:00 PM IST

Essential Commodities Price Hike: ଦିନକୁ ଦିନ ବୃଦ୍ଧି ପାଉଛି ଅତ୍ୟାବଶ୍ୟକୀୟ ଜିନିଷ ଦର । ଏହା ଭିତରେ ଆକାଶଛୁଆଁ ଆଳୁଦର । ଦରଦାମ୍‌ ବୃଦ୍ଧିକୁ ନେଇ ଏଭଳି କହିଲେ ବିଜେପି ବିଧାୟକ ଅମର ନାୟକ । ଅଧିକ ପଢ଼ନ୍ତୁ

Hike Of Essential Commodities Price
Hike Of Essential Commodities Price (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିଛି, ହେଲେ ଦରଦାମ୍ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ! ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିନକୁ ବୃଦ୍ଧି ପାଇବାରେ ଲାଗିଛି । ପନିପରିବା ଠାରୁ ଆରମ୍ଭ କରି ଡାଲି ଚାଉଳ ପର୍ଯ୍ୟନ୍ତ ସବୁ ଦର ଆକାଶଛୁଆଁ । କେବେ ସରକାର ଏଥିପ୍ରତି ଧ୍ୟାନ ଦେବେ ବୋଲି ବିଧାନସଭାରେ ବିରୋଧୀ ପ୍ରଶ୍ନ କରିଛନ୍ତି । ସେପଟେ ରାଜ୍ୟ ସରକାର ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିର୍ତ୍ତିରେ ଗୁରୁତ୍ବ ଦେଇ ନିଷ୍ପତ୍ତି ନେଉଥିବା କହିଛନ୍ତି ବିଜେପି ବିଧାୟକ ଅମର କୁମାର ନାୟକ ।

Amar Kumar Nayak (ETV Bharat Odisha)

ବଜାରରେ ଆଳୁ ଚଡ଼କ:

ବଜାରକୁ ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି । ଯଦିଓ ସରକାର କହୁଛନ୍ତି ୭ ଦିନ ପାଇଁ ଆଳୁ ଗଚ୍ଛିତ ଅଛି, ହେଲେ ସବୁଠି ସ୍ଥିତି ସଙ୍ଗୀନ । କାହିଁକି ନା ଯେଉଁଠି ଦିନକୁ ୬ରୁ ୭ ଆଳୁ ବୋଝେଇ ଗାଡି ଲାଗୁଥିଲା ଆଜି ସେଠି ଜମାଗାଡି ନାହିଁ । ତେଣୁ ବ୍ୟବସାୟୀ ବି କହୁଛନ୍ତି ସେମାନେ ୪୦ରେ କିଣୁଛନ୍ତି । ଯେଉଁଥିପାଇଁ ୪୫ରୁ ଅଧିକ ଦାମରେ ବିକିବାକୁ ସେମାନେ ବାଧ୍ୟ ହେଉଛନ୍ତି ।

ଆକ୍ସନ ମୋଡରେ ରାଜ୍ୟ ସରକାର:

ଅନ୍ୟପଟେ ଆଳୁ ମୂଲ୍ୟ ବୃଦ୍ଧି ପରେ ଆକ୍ସନ ମୋଡରେ ଆସିଥିବା ରାଜ୍ୟ ସରକାର ଗୋଦାମରେ ଚଢଉ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ଏହାସହ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଯୋଜନା ଥିବା କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୨ ଟଙ୍କାରେ ବିକ୍ରି କରିବେ । ଏହାଠାରୁ ଅଧିକ ଦରରେ ବିକ୍ରି କଲେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଖାଉଟି ମନ୍ତ୍ରୀ । ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ କିଛି ଆଳୁ ଗାଡି ଓଡିଶାକୁ ଆସିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର: ଖାଉଟି କଲ୍ୟାଣ ମନ୍ତ୍ରୀ - Cold storage Facilities In Odisha

ଦର ବୃଦ୍ଧି ନେଇ କ'ଣ କହିଲେ ବିଜେପି ବିଧାୟକ:

ଆଳୁଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ଅମର କୁମାର ନାୟକ କହିଛନ୍ତି, "ରାଜ୍ୟ ସରକାର ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଭଲ ଭାବରେ ବୁଝିଛନ୍ତି । ଓଡ଼ିଶାର ଜନଭାବନାକୁ ବହୁତ ଭଲ ଭାବରେ ପରଖିଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣଙ୍କ ମୌଳିକ ଆବଶ୍ୟକତା କ'ଣ, ତାକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେଇ ସରକାର ନିଷ୍ପତ୍ତି ନେଉଛନ୍ତି । ଯେଉଁ ଅସାଧୁ ବ୍ୟବସାୟୀମାନେ ରାଜ୍ୟରେ ଏକ ଖରାପ ବାତାବରଣ ତିଆରି କରିବାକୁ ଚାହୁଁଛନ୍ତି ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି । ସରକାରଙ୍କ ନିୟମ ବାହାରେ ଯେଉଁମାନେ ଯିବେ ସେମାନଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଆସନ୍ତା ଦିନରେ ଗରିବ ଲୋକଙ୍କ ଜନଭାବନାକୁ ସରକାର ଗୁରୁତ୍ବ ଦେଇ ନିଷ୍ପତ୍ତି ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.