ETV Bharat / politics

ଏସଏସଜି ଗ୍ରୁପକୁ ନିର୍ବାଚନ କାମରେ ଲଗାଇଛି ବିଜେଡ଼ି, ସିଇଓଙ୍କ ଫେରାଦ ହେଲା ବିଜେପି - BJP meets CEO - BJP MEETS CEO

Violation Of Code Of Conduct: ବିଜେଡ଼ି ବିରୋଧରେ ଅଭିଯୋଗ ଆଣିଲା ବିଜେପି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି କେଉଁ ଅଭିଯୋଗ ଆଣିଛି ଜାଣନ୍ତୁ । ଅଧିକ ପଢ଼ନ୍ତୁ

Violation Of Code Of Conduct
Violation Of Code Of Conduct (ETV Bharat Odisha)
author img

By ETV Bharat Odisha Team

Published : May 7, 2024, 8:56 PM IST

Violation Of Code Of Conduct (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ କାମରେ ଏସଏସଜି ଗ୍ରୁପକୁ ବ୍ୟବହାର କରୁଛି ବିଜେଡି । ଫଟୋ ଦେଖାଇ ସିଇଓଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ବାଲେଶ୍ବରରେ ଏମବିକେ ମିଶନ ଶକ୍ତି ସଭାପତି ନିରୁପମା ନାୟକ ବିଜେଡି ପାଇଁ ପ୍ରଚାରରେ ଲାଗିଛନ୍ତି । ମିଶନ ଶକ୍ତି ସଦସ୍ୟ ମାନଙ୍କୁ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି ନିରୁପମା, ଯାହାର ଅଡିଓ ଭାଇରଲ ହେଉଥିବା ଅଭିଯୋଗ ଆଣିଛି ବିଜେପି ।

ବିଜେପି ଅଭିଯୋଗ ଅନୁଯାୟୀ, ବିଜେଡି କିଛି ମୁଷ୍ଟିମେୟ ମହିଳାଙ୍କୁ ବ୍ୟବହାର କରୁଛି । ମହିଳାଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା । ହେଲେ ବିଜେଡି ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍‌ଏଚଜିର ମା' ଭଉଣୀମାନଙ୍କୁ ପ୍ରଲୋଭିତ କରିଆସୁଛି । ଏହି ପ୍ରଲୋଭନର ଶିକାର ହୋଇ କିଛି ମୁଷ୍ଟିମେୟ ମିଶନ ଶକ୍ତିର ମା’ ଯଥା ଜିପିଏଫ ଲିଡର, ଏମବିକେ, ସିଆରପି, ଜିଆରଏସ୍ ନିଜର ଦାୟିତ୍ବ ଭୁଲି ବିଜେଡିର ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି । ଏହା ନିର୍ବାଚନ ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପର୍ବର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଞ୍ଚାୟତ ମହାସଂଘକୁ ମୋଦି ସରକାର ଦେଉଥିବା ଲକ୍ଷ ଲକ୍ଷ ସିଆଇଏଫ ଟଙ୍କାକୁ ମହିଳାମାନଙ୍କ ଟ୍ରେନିଂରେ ଉପଯୋଗ ନକରି ବିଜେଡି ସରକାର ନିଜର ମିଛ ପ୍ରଚାର ଯଥା ପିତଳକୁ କିଭଳି ସୁନା କହିବେ ସେ ପ୍ରକାର ଟ୍ରେନିଂ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି, ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ହେଲା ଫେରାଦ - BJD Meets CEO

ବିଜେଡ଼ିର ଏହି କାର୍ଯ୍ୟକଳାପ ଏସ୍‌ଏଚଜିର ମୂଳ ଲକ୍ଷ୍ୟ ବିରୋଧୀ ବୋଲି କହିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ଯେଉଁ ମା’, ଭଉଣୀମାନେ ପ୍ରକୃତରେ ସଶକ୍ତ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଧାର୍ଯ୍ୟ କାର୍ଯ୍ୟରେ ନଲଗାଇ ଏମ୍‌ବିକେ, ସିଆରପି ପଦାଧିକାରୀର ଛଦ୍ମ ରୂପରେ ବିଜେଡିର କିଛି ମହିଳାମାନେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ବିଜେଡିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି । ଯାହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିଜେପି କହିଛି । ବିଜେପି ମହିଳା ପ୍ରତିନିଧିମଣ୍ଡଳୀ ଏହାକୁ ନିନ୍ଦା କରିବା ସହ ତଥ୍ୟ ପ୍ରମାଣ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ବିଜେଡି ନିରୀହ ଏସ୍‌ଏଚଜିର ମା’, ଭଉଣୀମାନଙ୍କୁ ନିଜ ଦଳୀୟ କାର୍ଯ୍ୟରେ ଲଗାଇ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବାରୁ ନିଜକୁ ବିଚ୍ୟୁତ ରଖୁ । ଅପରପକ୍ଷେ ବିଜେପି ସର୍ବଦା ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଚାହେଁ ବୋଲି ସେମାନେ ମତ ରଖିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.