ETV Bharat / politics

ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ : ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ, କାଲି ଶପଥ - Odisha to get new CM today

author img

By ETV Bharat Odisha Team

Published : Jun 11, 2024, 8:53 AM IST

Updated : Jun 11, 2024, 11:02 AM IST

BJP Legislature Party meets today: ଆଜି ଅପରାହ୍ନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ । ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ । ନେତା ନିର୍ବାଚିତ କରିବେ ନବନିର୍ବାଚିତ ବିଧାୟକ । କାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ । ଅଧିକ ପଢନ୍ତୁ

BJP Legislature Party meets today
BJP Legislature Party meets today (ETV Bharat Odisha)

ହାଇଦ୍ରାବାଦ: ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କି’ଏ ହେବ, ତାକୁ ନେଇ ପ୍ରାୟ ସପ୍ତାହେ ଧରି ଲାଗି ରହିଥିବା କଳ୍ପନା ଜଳ୍ପନା ଆଜି ଅନ୍ତ ହେବାକୁ ଯାଉଛି । ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦୁଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ ଦଳର ରାଜ୍ୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ହିଁ ବିଧାୟକ ଦଳ ନେତା ନିର୍ବାଚିତ ହେବେ ଓ ସେ ହିଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଦାୟିତ୍ବ ଗ୍ରହଣ ପରେ ଦିଲ୍ଲୀରୁ ଫେରିଲେ ଧର୍ମେନ୍ଦ୍ର ପ୍ରଧାନ (ETV Bharat Odisha)

ଚର୍ଚ୍ଚାରେ ଆଗରେ ସୁରେଶ ପୂଜାରୀ:-

ଏହି ଚର୍ଚ୍ଚାରେ ଏକାଧିକ ବରିଷ୍ଠ ନେତାଙ୍କ ନାମ ରହିଥିବା ବେଳେ ସବୁଠୁ ଆଗରେ ରହିଛନ୍ତି ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ବ୍ରଜରାଜନଗରରୁ ବିଧାୟକ ହୋଇଥିବା ସୁରେଶ ପୁଜାରୀ । ସୁରେଶ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଫେରି ସାରିଛନ୍ତି । ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କୁଚିଣ୍ଡା ବିଧାୟକ ରବି ନାଏକଙ୍କ ନାମ ମଧ୍ୟ ଏହି ସମ୍ଭାବ୍ୟ ତାଲିକାରେ ରହିଛି । ହେଲେ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ଆଧାରରେ ବିଧାୟକ ଦଳ ନିଜ ନେତା ନିର୍ବାଚିତ କରିବାକୁ ଥିବାବେଳେ ଆଜି ହିଁ ମୁଖ୍ୟମନ୍ତ୍ରୀ ପଦରୁ ସସପେନ୍ସ ପ୍ରାୟତଃ ହଟିବା ମଧ୍ୟ ଏକପ୍ରକାର ସ୍ପଷ୍ଟ । ଗତକାଲି କେନ୍ଦ୍ର କ୍ୟାବିନେଟରେ ଦାୟିତ୍ବ ଆବଣ୍ଟନ ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତମାନେ ତାଙ୍କି ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିଛନ୍ତି । ଅନ୍ୟପଟେ ଦଳର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଭୁବନେଶ୍ବର ଫେରିଛନ୍ତି ।

ପ୍ରଥମେ ଚର୍ଚ୍ଚାରେ ଥିଲେ ଏକାଧିକ ସାଂସଦ:-

ଚଳିତ ୪ ତାରିଖରେ ପ୍ରକାଶ ପାଇଥିବା ବିଧାନସଭା ଜନାଦେଶରେ ସ୍ପଷ୍ଟ ବହୁମତ ହାସଲ କରିଛି ବିଜେପି । ୧୪୭ ଆସନ ମଧ୍ୟରୁ ୭୮ ଆସନ ଜିତି ରାଜ୍ୟରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି ଏକକ ସରକାର ଗଠନ କରିବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ସହ ମେଣ୍ଟ ସରକାରରେ ଥିଲା । ଚଳିତ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମେ ଏକାଧିକ ବରିଷ୍ଠ ସାଂସଦଙ୍କ ନାମ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା । ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସର୍ବାଗ୍ରେ ଥିଲା । ହେଲେ ସେ କେନ୍ଦ୍ରରେ ୯ ତାରିଖରେ କ୍ୟାବିନେଟ ମନ୍ତ୍ରୀପଦ ବଜାୟ ରଖିବା ପରେ ଚର୍ଚ୍ଚାରୁ ବାଦ ପଡିଛନ୍ତି । ସେହିପରି କେନ୍ଦ୍ରାପଡା ସାଂସଦ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ଏହି ଦୌଡରେ ଥିଲା । ମାତ୍ର ଏବେ ଏକାଧିକ ବିଧାୟକଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଦାର ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ:- ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା - Modi 3 0 Portfolio Allocation

ଆସିବେ ପ୍ରଧାନମନ୍ତ୍ରୀ:-

ଆସନ୍ତାକାଲି ଜନତା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣର ସମାରୋହରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବାକୁ ଓଡିଶା ଆସୁଛନ୍ତି । ସେ ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ପ୍ରଥମେ ନିର୍ବାଚନୀ ସଭାମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ୧୦ ତାରିଖରେ ହେବା ନେଇ ଘୋଷଣା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ବିଳମ୍ବ ହେବା ଓ କେନ୍ଦ୍ରୀୟ ନେତୃତ୍ବ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟର ଶପଥ ସମାରୋହ ପାଇଁ ବ୍ୟସ୍ତ ରହିବା କାରଣରୁ ଏହାକୁ ୧୨ ତାରିଖକୁ ପୁନଃସୂଚିତ କରାଯାଇଥିଲା । ତେବେ ଆଜି ବିଧାୟକ ଦଳ ନେତା ନିର୍ବାଚନ ସରିବା ପରେ ଆସନ୍ତାକାଲି ଶପଥ ଗ୍ରହଣ କରିବ ବିଜେପି ସରକାର ।

୨୪ ବର୍ଷ ପରେ ଓଡିଶା ଦେଖିବ ନୂଆ ସରକାର:-

ଦୀର୍ଘ ୨୪ବର୍ଷ ପରେ ଶାସନ ପରିବର୍ତ୍ତନ ଦେଖିବାକୁ ଯାଉଛି ଓଡିଶା । ୨୦୦୦ ମସିହାରେ କଂଗ୍ରେସକୁ ଗାଦିଚ୍ୟୁତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପଦାଙ୍କରେ ଗଠିତ ହୋଇଥିବା ଆଞ୍ଚଳିକ ଦଳ ‘ବିଜେଡି’ କ୍ଷମତାକୁ ଆସିଥିଲା । ପରବର୍ତ୍ତୀ ସମୟରେ କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ବିରଳ ରେକର୍ଡ ସୃଷ୍ଟି କରିଥିଲେ ‘ବିଜେଡି’ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଷଷ୍ଠ ଥର ବିଜୟୀ ହୋଇ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବା ଧାରାରେ ଥିବା ନବୀନ ପଟ୍ଟନାୟକ ଚଳିତଥର ପରାଜୟର ସାମ୍ନା କରିଛନ୍ତି । ନବୀନ ଦୁଇଟି ଆସନରୁ ଗୋଟିଏରେ ଜିତିଥିଲେ ସୁଦ୍ଧା ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିପାରିିନି । ବିଜେପି ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2024, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.