ETV Bharat / politics

ପ୍ରଦୀପଙ୍କ ଉପସ୍ଥିତିରେ ଦିଗପହଣ୍ଡିରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି ବୈଠକ - ODISHA ASSEMBLY ELECTION 2024

BJP Election Preparation Meeting: ଆଜି ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଦଳୀୟ ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କ କିଭଳି ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ କିଭଳି ପ୍ରସ୍ତୁତ ରହିବ କାର୍ଯ୍ୟ ତାହାକୁ ନେଇ କର୍ମୀଙ୍କୁ ଆହ୍ବାନ କରିଥିଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

ପ୍ରଦୀପଙ୍କ ଉପସ୍ଥିତିରେ ଦିଗପହଣ୍ଡିରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Mar 30, 2024, 10:18 PM IST

ପ୍ରଦୀପଙ୍କ ଉପସ୍ଥିତିରେ ଦିଗପହଣ୍ଡିରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦିଗପହଣ୍ଡି ଠାରେ ଆୟୋଜିତ ହୋଇଯାଇଛି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରସ୍ତୁତି ବୈଠକ । ବ୍ରହ୍ମପୁର ଲୋକସଭା ଆସନର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ବ୍ରହ୍ମପୁର ଲୋକସଭା ଆସନର ବିଜେପି ଦଳର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅନେକ ବରିଷ୍ଠ କର୍ମୀ ଓ ନେତା ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.... ସଶକ୍ତ ହେଉଛି ବିଜେପି; ପଦ୍ମ ଧରିଲେ ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର - Priyadarshi Mishra Joins BJP

ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରତେକ ବୁଥରେ ଦଳ ଯେପରି ୬ଶହ ରୁ ଅଧିକ ଭୋଟ ବିଜେପି ସଂଗ୍ରହ କରିବ ସେ ନେଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ଦଳର ନେତୃବୃନ୍ଦ । ଏପରିକି ବିଜେପି ଦଳର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗତ ୨୪ ବର୍ଷରେ କିପରି ସାଧାରଣ ଜନତା ସରକାରୀ କଳ ଓ ଦଳ ପକ୍ଷରୁ ହଇରାଣ ହରକତ ହୋଇଥିଲେ ତାହାକୁ ଉପସ୍ଥାପନ କରିବା ସହିତ ବର୍ତ୍ତମାନର ସମୟରେ ପରିବର୍ତ୍ତନ କରିବାକୁ ବାର୍ତ୍ତା ଦେଇଥିଲେ । ଗଡଜାତ ମିଶ୍ରଣ ସମୟରେ ଦିଗପହଣ୍ଡି ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ ଏବଂ ବ୍ରିଟିଶ ଶାସନ ସମୟରେ ଜିଲ୍ଲାର ସେହି ମହାନ୍ ବ୍ୟକ୍ତିବିଶେଷଙ୍କ ଭୂମିକାକୁ ସ୍ମରଣ କରିବା ସହ ବର୍ତ୍ତମାନ ସମୟରେ ଦଳୀୟ ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କ କିଭଳି ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ କିଭଳି ପ୍ରସ୍ତୁତ ରହିବ କାର୍ଯ୍ୟ ତାହାକୁ ନେଇ କର୍ମୀଙ୍କୁ ଆହ୍ବାନ କରିଥିଲେ ପ୍ରଦୀପ ।

ଏହି ଅବସରରେ ଦଳର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ବିଧାୟକ ପାଇଁ ଆଶାୟୀ ରହିଥିବା ବିଧାୟକ ପ୍ରାର୍ଥୀ ମାନେ ସମସ୍ତେ ଏକତ୍ରିତ ହୋଇ ନିର୍ବାଚନ ଲଢିବେ ବୋଲି ମଞ୍ଚରେ ନିଷ୍ପତ୍ତି ନେଇଥିବା କହିଛନ୍ତି । ଗତ କିଛି ବର୍ଷ ଧରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବରେ ବିଜୟୀ ହୋଇ ଆସୁଥିବା ପ୍ରାର୍ଥୀ ମାନେ ଭୁବନେଶ୍ବରରେ ବିଜୟୀ ହୋଇ ଆସୁଥିବା ବେଳେ ସାଧାରଣ ଜନତା ସେମାନଙ୍କ କାର୍ଯ୍ୟ ପାଇଁ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେଉଥିବା ବେଳେ ବର୍ତ୍ତମାନ ଦିଗପହଣ୍ଡି ମାଟିର ପୁଅ ହିଁ ଦଳରୁ ପ୍ରାର୍ଥୀ ହୋଇ ବିଜୟୀ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦଳ ଯାହାକୁ ଟିକେଟ ଦେବେ ସମସ୍ତେ ମିଳିତ ଭାବରେ ସେହି ପ୍ରାର୍ଥୀଙ୍କୁ ହିଁ ବିଜୟୀ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.