ETV Bharat / politics

କଳିଙ୍ଗ ଷ୍ଟାଡିୟମ ଭିତରୁ ବିଜେଡି ପ୍ରଚାର ପାଇଁ ପାଣ୍ଡିଆନଙ୍କୁ କିଏ ଦେଲା ଅନୁମତି: ବିଜେପି - BJP Delegation Meet CEO

author img

By ETV Bharat Odisha Team

Published : Apr 20, 2024, 9:30 PM IST

BJP Delegation Meet CEO: ମୋ ସରକାର କଲ୍‌ ସେଣ୍ଟରରୁ ବିଜେଡିକୁ ଭୋଟ ଦେବାକୁ ସରକାରୀ କର୍ମଚାରୀଙ୍କୁ ମିଳୁଛି ଧମକ । କଳିଙ୍ଗ ଷ୍ଟାଡିୟମ ଭିତରେ ଯାଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଏଭଳି ଏକାଧିକ ଅଭିଯୋଗ ସହ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣି ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ । ଅଧିକ ପଢ଼ନ୍ତୁ

BJP Delegation Meet CEO
BJP Delegation Meet CEO

BJP Delegation Meet CEO

ଭୁବନେଶ୍ବର: ବିଜେଡି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଡିଓ କଲ୍‌ ରେକର୍ଡ ଏବଂ ଫଟୋ ପ୍ରମାଣ ସହ ସିଇଓଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ରାଜ୍ୟ ସରକାରଙ୍କ ମୋ ସରକାର କଲ୍‌ ସେଣ୍ଟରରୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛି ଦଳ । ସରକାରୀ କଳକୁ ନିର୍ବାଚନୀ ପ୍ରଚାର ପାଇଁ ବିଜେଡି ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଏହି ପ୍ରତିନିଧି ଦଳ । ଏଥିପାଇଁ ମୋ ସରକାର କଲ ସେଣ୍ଟରକୁ ବନ୍ଦ କରାଯାଉ ବୋଲି ବିଜେପି ଦାବି କରିଛି ।

ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, "ବିଜେଡିର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମ ଭିତରେ ଯାଇ ଦଳର ଇସ୍ତାହାର ବିଷୟରେ ସୂଚନା ଦେଇଛନ୍ତି । ଯାହାକି ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ।" ଜଣେ ସାଧାରଣ ବିଜେଡି କର୍ମୀ କଳିଙ୍ଗ ଷ୍ଟାଡିୟମ ଭିତରକୁ କିପରି ଗଲେ ଓ କାହା ଅନୁମତିରେ କେଉଁ ଆଧାରରେ ଗଲେ ବୋଲି ପ୍ରଶ୍ନ କରିଛି ବିଜେପି । ଆଉ ଏଥିପାଇଁ ପାଣ୍ଡିଆନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଗୋଲକ କହିଛନ୍ତି, "ସିଇଓ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନହେଲେ ଆମେ କଳିଙ୍ଗ ଷ୍ଟାଡିୟମ ଯାଇ ନିର୍ବାଚନ ପ୍ରଚାର କରିବୁ । କାରଣ ସେ ଗୋଟିଏ ଦଳର ଜଣେ ସଧାରଣ କର୍ମୀ । କଳିଙ୍ଗ ଷ୍ଟାଡିୟମ ଭିତରକୁ ସେ କିପରି ଗଲେ କିଏ ଅନୁମତି ଦେଲା ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ ଅଫିସରେ ସଭା କରୁଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJP MEETS CHIEF ELECTORAL OFFICER

ସେହିପରି ଗତକାଲି ବିଜେପି ପ୍ରେସମିଟ୍ କରି ପାଣ୍ଡିଆନଙ୍କ ଅପିଲକୁ ନେଇ କଟାକ୍ଷ କରିଥିଲା । ଦୁଇଦିନ ତଳେ ଭିକେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମରେ କହିଥିଲେ, 'ଓଡିଶାବାସୀଙ୍କର କଣ ଅସୁବିଧା ଅଛି, ଆମକୁ ଜଣାନ୍ତୁ ।' ଏନେଇ ବିଜେପିର କହିବା କଥା, "ବିଜେଡିର 38 ଜଣିଆ ନିର୍ବାଚନୀ ଇସ୍ତାହାର କମିଟିର ସଭାପତି ଅଛନ୍ତି ଚନ୍ଦ୍ର ଶେଖର ସାହୁ । ହେଲେ ତାଙ୍କର ଦେଖାନାହିଁ । ନୂଆ ନେତା ଓଡିଶାବାସୀଙ୍କୁ କହିଲେ ମତାମତ ଦିଅନ୍ତୁ । ଶଙ୍ଖ ଭବନରେ ବିବୃତି ରଖି ପାରିଥାନ୍ତେ । ହେଲେ କଳିଙ୍ଗ ଷ୍ଟାଡିୟମରେ କହିଲେ । ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ । ବିଜେଡି ପୂର୍ବ ନିର୍ବାଚନ ଇସ୍ତାହାର ପୂରଣ କରିନି ।" 500 କୋଟି ଟଙ୍କା ଖର୍ଚ୍ଚ କରି ସାରା ଓଡିଶା ବୁଲିଥିଲେ । ଆଜି ପୁଣି ଆହୁରି ମତାମତର କଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଥିଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.