ETV Bharat / politics

ବାକିଥିବା ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଆସିବ, ଓଡ଼ିଶା ଆମକୁ ଭଲ ଫଳ ଦେବ: ବିଜେପି ସହ ପ୍ରଭାରୀ - Lata Usendi on Odisha Politics - LATA USENDI ON ODISHA POLITICS

Lata Usendi on Odisha Politics: ବାକିଥିବା ପ୍ରାର୍ଥୀ ଘୋଷଣା ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ପ୍ରତିକ୍ରିୟା । କହିଲେ ଚିତ୍ର କ୍ଲିଅର ଅଛି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ଓ ଓଡ଼ିଶା ଆମକୁ ଭଳ ଫଳ ଦେବ । ଅଧିକ ପଢନ୍ତୁ

Lata Usendi on Odisha Politics
Lata Usendi on Odisha Politics
author img

By ETV Bharat Odisha Team

Published : Apr 20, 2024, 4:40 PM IST

ବାକିଥିବା ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଆସିବ, ଓଡ଼ିଶା ଆମକୁ ଭଲ ଫଳ ଦେବ: ବିଜେପି ସହ ପ୍ରଭାରୀ

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ବାକି ଥିବା ସିଟଗୁଡିକରେ ଟିକେଟ ଘୋଷଣା କରିବି ବିଜେପି । ଏନେଇ ପ୍ରସ୍ତୁତି ଚାଲିଛି, ଖୁବଶୀଘ୍ର ସମସ୍ତ ଟିକେଟ ଘୋଷଣା କରାଯିବ । ପିକ୍ଚର ସମ୍ପୂର୍ଣ୍ଣ କ୍ଲିଅର ଅଛି । ସବୁ ଜିନିଷ କ୍ଲିଅର ହୋଇଛି । ଲଢେଇ ହେବ । ବିଜେପିର ବାକି ଥିବା ସିଟ ଘୋଷଣା ନେଇ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ପ୍ରତିକ୍ରିୟା ରଖି ଏପରି କହିଛନ୍ତି । ବିଜେପି ଏଯାବତ ରାଜ୍ୟରେ 112 ବିଧାୟକ ପ୍ରାର୍ଥୀ ଘୋଷଣା କରିସାରିଛି ।

ବିଜେପି ସହ ପ୍ରଭାରୀ ଲତା ପ୍ରତିକ୍ରିୟା ରଖି କହିଛନ୍ତି, "ଓଡ଼ିଶା ଏହା ଚାହୁଁଥିଲା ମୋଦିଙ୍କ ଗ୍ୟାରେଣ୍ଟି, ମୋଦିଙ୍କ ଲହର ଓ ବିକଶିତ ଭାରତ ସହ ଲୋକ ଯିବାକୁ ଚାହୁଁଛନ୍ତି । ଡବଲ ଇଞ୍ଜିନ ସରକାର କରିବାକୁ ଓଡ଼ିଶାବାସୀ ଚାହୁଁଛନ୍ତି । କେନ୍ଦ୍ରରେ ସରକାର ହେବା ପାଇଁ 400 ପାର କଥା ଆମେ କହୁଛୁ, ଓଡ଼ିଶାରୁ ଅଧିକରୁ ଅଧିକ ସିଟ ବିଜେପିକୁ ଯିବ । ଓଡ଼ିଶା ଆମକୁ ଏକ ଭଲ ରେଜଲ୍ଟ ଦେବାକୁ ଯାଉଛି । ଏକ ଭଲ ପ୍ରଭାବ ଓଡ଼ିଶାରୁ ଦେଖିବାକୁ ମିଳିବ । ସବୁ ରାଜ୍ୟର ସିଟ ନିଶ୍ଚିତ ଭାବେ ଗୁରୁତ୍ବ ବହନ କରିବ । 400 ପାର ପାଇଁ ସବୁ ରାଜ୍ୟର ସିଟ ବିଜେପି ଖାତାକୁ ଆସିବ ।"

ଏହା ବି ପଢନ୍ତୁ- 21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର

ତେବେ ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବାବେଳେ ତିନି ରାଜନୈତିକ ଦଳ ଏବେ ପ୍ରଚାର ମଇଦାନରେ ଜୋରସୋରରେ ଲାଗିଛନ୍ତି । ପ୍ରାୟ 3 ଦଳ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଲେଣି । ଆଉ କିଛିଟା ବାକି ଅଛି । 2ରୁ 3 ଦିନ ମଧ୍ୟରେ ପ୍ରାୟ ସବୁ ଦଳ ଘୋଷଣା କରିଦେବେ ବୋଲି ଆଶା କରାଯାଉଛି । ସେପଟେ ବିଜେପିର ବହୁ ଆଶାୟୀ ଥିବାବେଳେ ଦଳ କାହାକୁ ଟିକେଟ ଦେବ ସେ ଅଙ୍କ ଛିଡୁନଥିବା ପରିଲକ୍ଷିତ ହେଉଛି । ସେପଟେ ବିଜେପି ପ୍ରଥମ ପର୍ଯ୍ୟାୟ ଏବଂ ଦିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଛି ।

ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଆସନ ଘୋଷଣା ପରେ ବିଜେପି ପିଛା ଛାଡୁନି ବିବାଦ। କାରଣ ଯେଉଁ ଦିନଠାରୁ ପ୍ରଥମ ପର୍ଯ୍ୟାୟ ଘୋଷଣା କରାଗଲା ତା' ପରଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଶାୟୀମାନଙ୍କ ପ୍ରତିବାଦ ଆରମ୍ଭ ହୋଇଥିଲା ଏବଂ ଏବେ ବି ଜାରି ରହିଛି । କିଛି ଅସନ୍ତୁଷ୍ଟ କର୍ମୀମାନେ ପାର୍ଟି ଅଫିସ ସମ୍ମୁଖରେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି । ବିଜେପି ଯାହାକୁ ଟିକେଟ ଦେଇଛି ତାଙ୍କୁ ବଦଳି କରିବାକୁ କର୍ମୀମାନେ ଦାବି କରୁଛନ୍ତି । ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହଁ । ବିଦ୍ରୋହ କରୁଥିବା ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନା ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ଲତା ଉସେଣ୍ଡି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.