ETV Bharat / politics

ମେଣ୍ଟ ଚର୍ଚ୍ଚା ମଧ୍ୟରେ ନବୀନ ଡାକିଲେ ବିଜେଡି ଛାମୁଆ ନେତାଙ୍କ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

BJD meeting at Naveen Niwas: ବିଜେଡି-ବିଜେପି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ, ଆଜି ବସୁଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାର ନବୀନ ନିବାସରେ ବସୁଛି ଏହି ବୈଠକ । ଏଥିରେ ସାମିଲ ହେବେ ଦଳର ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ,

BJD meeting at Naveen Niwas
BJD meeting at Naveen Niwas
author img

By ETV Bharat Odisha Team

Published : Mar 14, 2024, 11:41 AM IST

Updated : Mar 14, 2024, 12:23 PM IST

ଭୁବନେଶ୍ୱର: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ମେଣ୍ଟ ନେଇ ଖୁବଶୀଘ୍ର ସ୍ପଷ୍ଟ ହୋଇପାରେ ଚିତ୍ର । ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଦଳର ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ସାମିଲ ହେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହ ବୈଠକ ସାରି ଫେରିବା ପରେ, ଆଜି ବିଜେଡିର ବୈଠକ ବସୁଛି । ଯାହା ମେଣ୍ଟ ସସପେନ୍ସ ଉପରୁ ପରଦା ହଟାଇବା ସହ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ-ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ମୁହଁ ଖେଲିଲେ ମନମୋହନ, ' ସବୁ ଠିକ୍ ଠାକ୍ ଚାଲିଛି'

ବୈଠକରେ ମେଣ୍ଟ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିପାରେ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଆସନ ବୁଝାମଣାକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ବର ପରି ସମାପ୍ତୀ ଘଟିପାରେ । ସେପଟେ ଆଜି ଦିଲ୍ଲୀରେ ବୈଠକ ସାରି ଭୁବନେଶ୍ୱର ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଖୋଲା ଖୋଲି ଭାବେ ମେଣ୍ଟ ନେଇ କୌଣସି ସଠିକ ସଂକେତ ଦେଇନଥିଲେ ମଧ୍ୟ ଇସାରା ଦେଇଛନ୍ତି ଯେ, ସବୁକିଛି ଠିକଠାକ୍ ଚାଲିଛି । ଆମର ଯାହା ପ୍ରକ୍ରିୟା ତାହା କରାଯାଉଛି, ସବୁ ବିଷୟରେ ଆଲୋଚନା ହେଉଛି ବୋଲି କହିଥିଲେ ମନମୋହନ । ତାଙ୍କର ଏପରି ବୟାନ ସ୍ପଷ୍ଟ କରୁଛି ଯେ, ଦିଲ୍ଲୀରେ ମେଣ୍ଟ ନେଇ ଆଲୋଚନା ଚାଲିଛି । ରାଜନୈତିକ ମହଲରେ ଆଲୋଚନା ହେଉଥିବା ଚର୍ଚ୍ଚା ଅନୁସାରେ ଆସନ ଭାଗବଣ୍ଟା ଚିଣ୍ଡୁ ନଥିବା କାରଣରୁ ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।

ଏହା ମଧ୍ୟ ପଢନ୍ତୁ-BJD-BJD ମେଣ୍ଟ ଚର୍ଚ୍ଚା: 'ସିଟ ସେୟାରିଂଙ୍କୁ ନେଇ ନିଷ୍ପତ୍ତି ନେବେ ମୋଦି, ଖୁବଶୀଘ୍ର ହେବ ଔପଚାରିକ ଘୋଷଣା'

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବସୁଛି ଘନ ଘନ ବୈଠକ, ଛିଡ଼ୁନି ଅଙ୍କ । ଏପଟେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରିଛି । ଗତ ସପ୍ତାହେ ଧରି ରାଜନୈତିକ ଦଳ ଗୁଡିକ ତୁହାକୁ ତୁହା ବୈଠକ କରୁଛନ୍ତି । ବିଜେପି ରାଜ୍ୟ ନେତୃତ୍ବ ବାରମ୍ବାର ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ଦିଲ୍ଲୀରୁ ଡାକରା ଆସୁଛି ରାଜ୍ୟ ସଭାପତିଙ୍କୁ । ତେଣୁ କେଉଁଠି ନା କେଉଁଠି ମେଣ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇ ପାରୁନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 14, 2024, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.