ETV Bharat / politics

ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ତେରଚ୍ଛା ବାଣ, କହିଲା ସେ 'ଓଡ଼ିଆ ଜାଣନ୍ତି ନାହିଁ'

Politics Over Odia Language: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଓଡ଼ିଆ ଭାଷା ପ୍ରୀତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 24, 2024, 10:58 PM IST

odia language
odia language
odia language

ଭୁବନେଶ୍ବର: ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି।" ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ, ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଜରୁରୀ । ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବଢିବା ଦରକାର । ଓଡ଼ିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରନ୍ତୁ " ବୋଲି ଲୋକାର୍ପଣ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି, "ବିଜେଡି ସରକାରଙ୍କ ଓଡ଼ିଆ ପ୍ରୀତି ଅତ୍ୟନ୍ତ ହାସ୍ୟାସ୍ପଦ, ସେପଟେ କଂଗ୍ରେସ ମଧ୍ୟ ସରକା ଙ୍କୁ ସମାଲୋଚନା କରିଛି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡ଼ିଆ ଭାଷାକୁ କେହି ଭାଙ୍ଗି ପାରିବେନି କି କେହି ନଷ୍ଟ କରିପାରିବେ ନାହିଁ। ଯେଉଁମାନେ ଓଡ଼ିଆକୁ ଭଲ ପାଆନ୍ତି ସେମାନେ ଫର ଫର ହୁଅନ୍ତି ନାହିଁ। ଓଡ଼ିଆ ଭାଷା ଏକ ଦେବ ଭାଷା। ଓଡ଼ିଆ ଏକ ମଧୁର ଭାଷା, ସମସ୍ତେ ଓଡ଼ିଆ ଭାଷାକୁ ଭଲପାଆନ୍ତି।ସେପଟେ ଭାରତୀୟ ଜନତା ପାର୍ଟି ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। "ଅଧପନ୍ତରିଆ ଓଡ଼ିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ? ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଶହ ଶହ ଏକର, କିନ୍ତୁ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି" ବୋଲି କହି ବର୍ଷିଛି ବିଜେପି।

ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ

ରାଜ୍ୟ ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି, "ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର। ନିର୍ବାଚନକୁ ଲକ୍ଷ୍ୟ ରଖି ବିଶ୍ୱ ଓଡିଆ ସମ୍ମିଳନୀ ପୂର୍ବରୁ ତରବରିଆ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟନ କରିବା ବିଜେଡି ସରକାରର ପ୍ରଚାର ସର୍ବସ୍ୱ ରାଜନୀତି ନୁହେଁ କି ? ଓଡ଼ିଶାରେ ବିଶେଷତଃ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ସୌଧ ଉଦ୍‌ଘାଟିତ ହେବା ଆନନ୍ଦର ବିଷୟ ଓ ସ୍ୱାଗତଯୋଗ୍ୟ । ଓଡି଼ଆ ଭାଷା, ସଂସ୍କୃତି, ଐତିହ୍ୟ ଅତ୍ୟନ୍ତ ପୁରାତନ । ନୂଆପଡ଼ା ଯୋଗୀମଠ ଓଡିଆ ଶୀଳାଲିପି ପ୍ରାୟ ୧୦ହଜାର ବର୍ଷ ତଳର ବୋଲି ଅନୁମାନ କରାଯାଏ । ସେହିପରି ବଲାଙ୍ଗୀର ଜିଲ୍ଲାର ବିକ୍ରମଖୋଲ ଶୀଳାଲିପି ପ୍ରାୟ ୩୬ଶହ ବର୍ଷ ପୂର୍ବର ବୋଲି ବିଚାର କରାଯାଏ । ଭରତମୁନୀ ନାଟ୍ୟଶାସ୍ତ୍ର ଗବେଷଣାରେ ଓଡିଆ ଭାଷା ବି ବହୁ ପୁରାତନ ତାହା ପ୍ରମାଣିତ ହୁଏ । ପୂର୍ବଘୋଷିତ ସରକାରୀ ନଥିପତ୍ରରେ ଓଡିଆ ଭାଷାକୁ ସରକାରୀ ଭାଷା କରିବା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅପରପକ୍ଷରେ ଓଡିଆ ବା ଓଡିଶା ପରିବର୍ତ୍ତେ ‘ନୂଆ- ଓ’ ଓଡିଆ ଭାଷାର ଅପପ୍ରୟୋଗ ବା ଅପଭ୍ରଂଶ ହୋଇଛି । ତୃଣମୂଳସ୍ତରରୁ ଆରମ୍ଭ କରି ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ସରକାରୀସ୍ତର ପର୍ଯ୍ୟନ୍ତ ଓଡିଆ ଭାଷାର ପ୍ରଚଳନ ଉନ୍ନୟନ ଗୁରୁତ୍ୱକୁ ଅଦ୍ୟାବଧି ଅଣଦେଖା କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.