ETV Bharat / politics

ସୋରରେ ପରାଜୟକୁ ନେଇ ବିଜେପିର ସମୀକ୍ଷା, କାରଣ କହିଲେ ନେତା - SORO ASSEMBLY CONSTITUENCY

Defeat of BJP In Soro: ଚଳିତ ନିର୍ବାଚନରେ ସୋର ଆସନରେ ବିଜେଡି ପ୍ରାର୍ଥୀ ମାତ୍ର 802 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇବା ପରେ ଦଳ ପକ୍ଷରୁ ତର୍ଜମା ଆରମ୍ଭ ହୋଇଛି । ନିଜ ସଙ୍ଗଠନ ଓ ବିଜେପି ସଙ୍ଗଠନ ଥିବା ସତ୍ତ୍ବେ ହାରିଯାଇଥିଲେ ପର୍ଶୁରାମ ଧଡ଼ା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 8, 2024, 10:58 PM IST

Defeat of BJP In Soro
Defeat of BJP In Soro (ETV Bharat Odisha)

ବାଲେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନରେ ବିଜେପି ରାଜନୀତି ବେଶ ଚର୍ଚ୍ଚାର ରହିଥିଲା । ବିଜେପିର ବିଧାୟକ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇବା ନିଷ୍ପତ୍ତି ବିଜେପି ପାଇଁ ବିପର୍ଯ୍ୟୟର କାରଣ ହୋଇଥିବା ଜଣାପଡିଛି । ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ପ୍ରାର୍ଥୀ ମାତ୍ର 802 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇବା ଏକ ପ୍ରକାର ରାଜନୀତି ଗଣିତ କେଉଁଠି ନା କେଉଁଠି ଭୁଲ ହୋଇଥିବା କଥା ସ୍ପଷ୍ଟ କରୁଛି ।

ଅନ୍ୟପଟେ ସୋର ଅଞ୍ଚଳର ବରିଷ୍ଠ ବିଜେପି ନେତା ଆଶିଷ ଦାସ ତୃତୀୟ ଦଳର ଭୋଟ ବିଜେଡି ଆଡକୁ ଯିବା ଯୋଗୁଁ ଏମିତି ବିପର୍ଯ୍ୟୟ ହୋଇଥିବା କଥା କହିଥିବା ବେଳେ ଏହା ଭିତରେ ବିଜେପି ନେତା ରାକେଶ ମଲ୍ଲିକଙ୍କ କଣ ଭୂମିକା ରହିଥିଲା ତାହା ମଧ୍ୟ ତର୍ଜମାର ବିଷୟ ବସ୍ତୁକୁ ଆସିପାରେ । ସୂଚନାଯୋଗ୍ୟ ଯେ ସୋର ବିଧାନସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା ଭିତରେ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରିଥିବା ବେଳେ ସେତେବେଳେ ସୋରର ବିଜେପି ନେତା ତଥା 2019ରେ ନିର୍ବାଚନ ଲଢ଼ିଥିବା ଏବଂ ବିଜେପିର ମଙ୍ଗ ସୋରରେ ସମ୍ଭାଳିଥିବା ରାକେଶ ମଲ୍ଲିକ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ବିରୋଧ କରିବା ସହ ପ୍ରାର୍ଥୀ ବଦଳାଇବା ପାଇଁ ଜୋରଦାର ଦାବି କରିଥିଲେ । ମାତ୍ର ଶେଷଦିନ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ମଧ୍ୟ କୌଣସି ପରିବର୍ତ୍ତନ ନ ହେବାରୁ ରାକେଶ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା - Balasore Sadar Seat

ଏଥିପାଇଁ ରାକେଶଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ରାକେଶ ଏକାକୀ ନିଜ ସଂଗଠନ ଏବଂ କର୍ମକର୍ତ୍ତାଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ନିର୍ବାଚନରେ ରାକେଶ ସମୁଦାୟ 2200 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିରେ ରହି ଦୁଇଥର ବିଧାୟକ ହୋଇଥିବା ପର୍ଶୁରାମ ଧଡ଼ା ବିଜେପିର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 62 ହଜାର 840 ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ମାଧବ ଧଡାଙ୍କ ଠାରୁ ପର୍ଶୁରାମ ମାତ୍ର 802 ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ସେତେବେଳେ ପର୍ଶୁରାମ କହିଥିଲେ ସବୁକିଛି ସଜାଡ଼ି ଆଗକୁ ବଢ଼ିବେ, ମାତ୍ର ଅସନ୍ତୁଷ୍ଟ ରାକେଶଙ୍କୁ କେଉଁଠି ନା କେଉଁଠି ମନାଇବାରେ ବିଫଳ ହୋଇଥିଲେ ପର୍ଶୁରାମ ।

ନିଜ ସଙ୍ଗଠନ, ବିଜେପି ସଙ୍ଗଠନ ଏବଂ ସୋରବାସୀଙ୍କ ସହଯୋଗରେ ପର୍ଶୁରାମ ନିର୍ବାଚନ ବୈତରଣୀ ପାରି ହେବାର ଦୃଢ଼ ଆତ୍ମ ବିଶ୍ବାସ ରଖିଥିବା ବେଳେ ଶେଷରେ ସୋର ଆସନ ତାଙ୍କ ହାତରୁ ଖସି ଯାଇଥିଲା । ପର୍ଶୁରାମଙ୍କ ପଛରେ ଅନେକ ଅସନ୍ତୋଷ ନେତା ଓ ସ୍କିପ ଭୋଟ ତାଙ୍କ ପରାଜୟର କାରଣ ହୋଇପାରେ ବୋଲି ବିଜେପି ନେତା କହିଛନ୍ତି । ଆଗାମୀ ଦିନରେ ସୋର ବିଜେପି ଏସବୁ ସ୍ଥିତି ସୁଧାରି ଆହୁରି ମଜବୁତ ହେବାସହ ନିଶ୍ଚିତ ଭାବେ ଦଳର ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ ସଫଳ ହେବ ବୋଲି ବରିଷ୍ଠ ନେତା ଆଶିଷ ଦାସ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.