ETV Bharat / politics

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି - KANDHAMAL MANGO SEED CASE

କନ୍ଧମାଳ ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ । ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା । କାଉଣ୍ଟର କଲା ବିଜେପି ।

KANDHAMAL MANGO SEED CASE
KANDHAMAL MANGO SEED CASE (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 9:56 PM IST

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ, ୬ ଜଣ ଚିକିତ୍ସିତ ଘଟଣାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ପାଇବାରେ ଉକ୍ତ ପରିବାର ୪ ମାସ ହେଲା ବଞ୍ଚିତ ଥିବା ବିଜେଡି ଅଭିଯୋଗ କରିଛି । ଆମ୍ବ ଟାକୁଆ ଖାଇବା ସ୍ଥାନୀୟ ଲୋକଙ୍କ ନିୟମିତ ଖାଦ୍ୟ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ସେପଟ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛି ବିଜେପି ।

BJD TARGETS BJP GOVERNMENT (ETV Bharat Odisha)

'ଘଟଣାକୁ ଚପାଇବାକୁ ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ଉଦ୍ୟମ'

ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ରାଜ୍ୟରେ ଏକ ଗୁରୁତର ଓ ସମ୍ବେଦନଶୀଳ ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମଣ୍ଡିପଦା ଗାଁର ଘଟଣା । ଗତ ୨୯ ତାରିଖ ଦିନ ଆମ୍ବ ଟାକୁଆ ଖାଇ ୬ଟି ପରିବାରର ୮ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଆଉ ୬ ଜଣ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କର ଯେତିକି ସମ୍ବେଦନଶୀଳତା ରହିବା କଥା ରହିଲା ନାହିଁ । ଏଭଳି ଏକ ଘଟଣାକୁ ଚପାଇ ଦେବାକୁ ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ଉଦ୍ୟମ ହୋଇଛି । ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଛି ।"

ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା:

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ ଘଟଣାକୁ ହାଲକା ଭାବେ ନେଇଛନ୍ତି । ଆମ୍ବ ଟାକୁଆ ସେ ଅଞ୍ଚଳର ଜନସାଧାରଣଙ୍କର ନିୟମିତ ଖାଦ୍ୟ ବୋଲି ଦେଇଥିବା ବିବୃତ୍ତି ଦୁର୍ଭାଗ୍ୟଜନକ । ଏହାକୁ କଡା ଭାଷାରେ ନିନ୍ଦା କଲେ କମ ହେବ । ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଛି । ଖାଦ୍ୟ ଅଭାବରୁ ଅନାହାରରେ ମୃତ୍ୟୁ ରୋକିବା ଏହାର ଲକ୍ଷ୍ୟ ଥିଲା । ଏହି ଯୋଜନା ରାଜ୍ୟରେ ଲାଗୁ କରିବା ସମୟରେ ଆହୁରି ଅନେକ ଲୋକ ଏଥିରୁ ବଞ୍ଚିତ ହେଉଥିବା ନଜରକୁ ଆସିଲା । ତେଣୁ ଓଡିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କଲେ । ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ।"

ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇବାରୁ ବଞ୍ଚିତ :

ନୂତନ ସରକାର ନିଜକୁ ଡବଲ ଇଞ୍ଜିନର ସରକାର କହୁଛନ୍ତି । କେବଳ ପ୍ରଚାର ଏବଂ ପ୍ରସାର ଭିତରେ ଏ ସରକାର ରହିଛି । ୮ଟି ଆଦିବାସୀ ପରିବାରର ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଜୀବନ ସହିତ ସଂଗ୍ରାମ କରିବା ରାଜ୍ୟର ବିପର୍ଯ୍ୟସ୍ତ ବଣ୍ଟନ ବ୍ୟବସ୍ଥାର ଆଖି ଖୋଲି ଯାଇଛି । ଉକ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ସ୍ଥାନୀୟ ଜିଲ୍ଲା ପ୍ରଶାସନ କହିଛି । କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ପାଇବାରେ ଉକ୍ତ ପରିବାର ୪ ମାସ ହେଲା ବଞ୍ଚିତ ହୋଇଛନ୍ତି । ତଦନ୍ତ ପରେ ପଦକ୍ଷେପ ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ରାଜ୍ୟର ବଣ୍ଟନ ବ୍ୟବସ୍ଥାର ପୋଲ ଖୋଲି ଯାଇଛି ।"

ନୂତନ ସରକାରଙ୍କ ଲାଗି ଲଜ୍ଜା ନୁହେଁ ଆହ୍ୱାନ:

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଏଭଳି ଘଟଣା ପୁନରାବୃତ୍ତି ନହେଉ । ଏହା ରାଜ୍ୟ ଲାଗି ଲଜ୍ଜା । ନୂତନ ସରକାରଙ୍କ ଲାଗି ଏହା କେବଳ ଲଜ୍ଜା, ନୁହେଁ ଆହ୍ୱାନ । ନୂତନ ସରକାର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରନ୍ତୁ । ପ୍ରଚାରରେ ନମାତି ଖାଦ୍ୟ ସୁରକ୍ଷା ଯୋଜନାକୁ ଲୋକଙ୍କ ପାଖକୁ ନେବା ଉପରେ ଗୁରୁତ୍ୱ ଦିଅନ୍ତୁ । କନ୍ଧମାଳର ଏହି ଘଟଣା, ଅପପୃଷ୍ଟି ଘଟଣା ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ କେଉଁ ଘଟଣା ଘଟିଲେ ଅପପୃଷ୍ଟି ବୋଲି ସରକାର ମାନିବେ ? ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଖାଦ୍ୟ ସୁରକ୍ଷା ଯୋଜନା ଯେପରି ସଠିକ ଦିଗରେ ଯିବ, ସେ ବାବଦରେ ସରକାର ଅଙ୍ଗୀକାରବଦ୍ଧତା ଦେଖନ୍ତୁ ।"

KRUSHNA CHANDRA PATRA REACTION (ETV Bharat Odisha)

ବିଷାକ୍ତ ଖାଦ୍ୟ ଖାଇବା ପରେ ଏଭଳି ହୋଇଛି:

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, "ମୁଁ କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି । କନ୍ଧମାଳ ଜିଲ୍ଲାପାଳ ମୋତେ ରିପୋର୍ଟ ମଧ୍ୟ ଦେଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ସେ ଖାଦ୍ୟ ସେମାନେ ସଦାବେଳେ ଖାଆନ୍ତି । ୩ରୁ ୪ ଦିନର ବାସି ଖାଦ୍ୟ ଖାଇଛନ୍ତି । ଯାହାଫଳରେ ଏହା ବିଷାକ୍ତ ହୋଇଯାଇଛି । ବିଷାକ୍ତ ଖାଦ୍ୟ ଖାଇବା ପରେ ଏଭଳି ଅସୁବିଧା ହୋଇଛି । ଡ଼ାକ୍ତରୀ ଟିମ ଯାଇ ଦେଖିଛନ୍ତି । ପରୀକ୍ଷା ମଧ୍ୟ କରିଛନ୍ତି । ଡାକ୍ତରଙ୍କ ରିପୋର୍ଟ ମଧ୍ୟ ସମାନ ରହିଛି ।"

ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଣ ହେଉଛି:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଚାଉଳ ଅଭାବରୁ ଏଭଳି ଘଟଣା ଘଟିନାହିଁ । କାରଣ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଉକ୍ତ ପରିବାର ଗ୍ରହଣ କରିଛନ୍ତି । ଅକ୍ଟୋବର ମାସର ଚାଉଳ ସେମାନେ ଗ୍ରହଣ କରିନାହାନ୍ତି । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ରିଲିଜ କରିଛୁ । ପୂର୍ବ ମାସର ଚାଉଳ ଥିବାରୁ ସେମାନେ ଗ୍ରହଣ କରିନାହାନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଣ ନହେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ମିଥ୍ୟା । ବିଜେପି ସରକାରରେ ଠିକ ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଣ ହେଉଛି । ଯଦି ଜଣେ ଆସିକି ନନେବ ଆମେ କ'ଣ କରିବା । କିନ୍ତୁ ଅକ୍ଟୋବର ମାସରୁ ଚାଉଳ ଦିଆଯାଉଛି । ଲୋକେ ନେଲେଣି, E-KYC କାର୍ଯ୍ୟ ସରିବା ଉପରେ ରହିଛି । ରାଜ୍ୟରେ ଆସନ୍ତା ୧୫ ଦିନରେ ସରିଯିବ E-KYC କାର୍ଯ୍ୟ ।"

BJP ON KANDHAMAL MANGO SEED CASE (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

ଘଟଣାରେ ରାଜ୍ୟ ସରକାର ସଚେତନ ଅଛନ୍ତି:

ଆମ୍ବ ଟାକୁଆ ଖାଇ ୨ ଘଟଣାରେ ପୂର୍ବ ସରକାରଙ୍କୁ ଦୋଷ ଦେଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଘଟଣାରେ ରାଜ୍ୟ ସରକାର ଚିନ୍ତିତ ଏବଂ ସଚେତନ ଅଛନ୍ତି । ରାଜ୍ୟ ସରକାର ଘଟଣାସ୍ଥଳକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ପଠାଇ ତଦନ୍ତ ମଧ୍ୟ କରିଛନ୍ତି । ଖୁବଶୀଘ୍ର ଜିଲ୍ଲା ପ୍ରଶାସନକୁ ଏନେଇ ରିପୋର୍ଟ୍ ଦେବାକୁ ନିର୍ଦ୍ଦେଶ ମଧ୍ୟ ହୋଇଛି । ଯେଉଁମାନେ ପୀଡ଼ିତ ଅଛନ୍ତି ଏବଂ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସମସ୍ତେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ରାସନ କାର୍ଡର ହିତାଧିକାରୀ । ବିଗତ ୨ ମାସ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ରାସନ୍ ମଧ୍ୟ ପହଞ୍ଚିଛି । ମାତ୍ର ଯେଉଁମାନେ ଏ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନଙ୍କ ନିୟମ ଅନୁସାରେ ପୂର୍ବରୁ ୩ ମାସରେ ଥରେ ରାସନ ପହଞ୍ଚିଥିଲା । ପୂର୍ବତନ ସରକାର ବର୍ତ୍ତମାନ ଉତ୍ତର ଦେବାର ଆବଶ୍ୟକତା ରହିଛି ସେ ଅଞ୍ଚଳର ଲୋକଙ୍କୁ ଅପପୃଷ୍ଟିରୁ ଦୂରେଇବା ପାଇଁ ଏବଂ ସେ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କ'ଣ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୮୯୧ କୋଟିର ବଲାଙ୍ଗୀର ପ୍ୟାକେଜ, ତୁଷୁରା ଏୟାରଷ୍ଟ୍ରିପ ଶିଳାନ୍ୟାସ

ମୋହନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ:

ନରେନ୍ଦ୍ର ମୋଦି ଯେଉଁ ଚାଉଳ ସବୁ ମାସରେ ଦେବା ପାଇଁ ନିୟମ କରିଥିଲେ ପୂର୍ବ ସରକାର ତାହା ୩ ମାସରେ ଥରେ ଲୋକଙ୍କୁ ଦେଉଥିଲେ । ଏ ଘଟଣା ନୂଆ ନୁହେଁ, ଗତ ସରକାର ସମୟରେ ୨୦୧୬ରେ ସମାନ ଘଟଣା ଘଟିଥିଲା । ତାହା ସେମାନେ ବୋଧେ ଭୁଲି ଯାଇଛନ୍ତି । ରାଜ୍ୟ ସରକାର ସଚେତନ ଅଛନ୍ତି । ଯଦି କିଏ ଦୋଷୀ ବାହାରେ ତେବେ ଦୋଷୀକୁ ଦଣ୍ଡ ମିଳିବ । ସେହି ଅଞ୍ଚଳର ସବୁ ପ୍ରକାର ଉନ୍ନତି ପାଇଁ ସରକାର ଚେଷ୍ଟିତ ଅଛନ୍ତି । ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ସେମାନେ ରାସନ ପାଇଛନ୍ତି । ବିଗତ ୩ ମାସର ରାସନ ଗଚ୍ଛିତ ଅଛି । ସେମାନେ ତାର ଉପଭୋକ୍ତା ଅଛନ୍ତି । ରାସନ କାର୍ଡକୁ ମହାଜନ ପାଖରେ ଯଦି କିଏ ବନ୍ଧା ରଖିଥିବେ ତେବେ ମୋହନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.