ETV Bharat / politics

ଓଡିଶା ପ୍ରଗତିର ପ୍ରତିବନ୍ଧକ କେନ୍ଦ୍ର ସରକାର: ବିଜେଡି - BJD Press Meet - BJD PRESS MEET

BJD Press Meet: କେନ୍ଦ୍ର ସରକାର ରେଲୱେ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରୁଥିବା ବେଳେ ଅନେକ ରେଳ ପ୍ରକଳ୍ପର ନିର୍ମାଣ କାମ ଶେଷ ହେଉନି ବୋଲି ବିଜେଡି ଅଭିଯୋଗ କରିଛି । ହୋ, ମୁଣ୍ଡାରୀ, ଭୂମିଜ, କୁଇ ଓ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଉଠାଇଲା ବିଜେଡି । ଅଧିକ ପଢନ୍ତୁ

BJD Press Meet
BJD Press Meet (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 10:57 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ୬ଟି ଲୋକସଭା ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହି ପରିପ୍ରେକ୍ଷୀରେ ବିଜେଡି କେନ୍ଦ୍ର ସରକାରଙ୍କ ଅଣଦେଖାକୁ ଟାର୍ଗେଟ କରିଛି । ରାଜ୍ୟସଭା ସାଂସଦ ମମତା ମହନ୍ତ ଓଡ଼ିଶାର ବିଭିନ୍ନ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଥିବାର ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି ଯେ, ରେଳବାଇ କ୍ଷେତ୍ରରେ ଓଡିଶା କ୍ରମାଗତ ଭାବେ ଅବହେଳାର ଶିକାର ହୋଇଆସୁଛି ।

BJD Press Meet (ETV Bharat Odisha)

କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବାଧୀନତାର ୭୬ ବର୍ଷ ପରେ ବି ଓଡ଼ିଶାକୁ ହକ ମିଳିପାରିନାହିଁ । ଓଡ଼ିଶାର ରେଳପଥ ସାନ୍ଦ୍ରତା କେବଳ ଜାତୀୟ ହାରାହାରିରୁ କମ ରହିଛି ତାହା ନୁହେଁ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଠାରୁ ମଧ୍ୟ ଯଥେଷ୍ଟ ପଛରେ ରହିଛି । ପୂର୍ବ ଭାରତର ବିକାଶ କଥା ବାରମ୍ବାର ଡିଣ୍ଡିମ ପିଟା ଯାଉଥିବା ବେଳେ ଓଡ଼ିଶା ପୂର୍ବ ଭାରତର ରାଜ୍ୟ ମାନଙ୍କ ତୁଳନାରେ ରେଳ ସାନ୍ଦ୍ରତା କ୍ଷେତ୍ରରେ ସବୁଠାରୁ ତଳେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ରେଳବାଇ ବିଭାଗ ଓଡ଼ିଶାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି । ହେଲେ ଆଜି ବି ରାଜ୍ୟର ୭ଟି ଜିଲ୍ଲା ରେଳସେବାରୁ ବଞ୍ଚିତ ହୋଇ ରହିଛି ।

ଏହା ମଧ୍ୟ ପଢନ୍ତୁ ... ମୋଦିଙ୍କୁ ନବୀନଙ୍କ ଜବାବ; 'ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭୋଟ ପାଇଁ ମୋ ସ୍ୱାସ୍ଥ୍ୟ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ' - Naveen Reply To PM Modi

ସେ କହିଛନ୍ତି ଯେ, ଓଡ଼ିଶାରେ ରେଳବାଇର ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଏବଂ ୫୦ ପ୍ରତିଶ୍ରତ ଅର୍ଥ ପ୍ରଦାନ କରୁଛନ୍ତି । ଏଯାଏ ଅନେକ ରେଳ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇପାରୁନାହିଁ । ପାରାଦୀପ-ହରିଦାସପୁର, ବୁଢାମରା-ଚାକୁଲିଆ, ବାଙ୍ଗିରିପୋଷି-ଗୋରୁ ମହିଷାଣୀ, ବାଦାମ ପାହାଡ-କେଉଁଝର, ତାଳଚେର-ବିମଲାଗଡ, ଜୟପୁର-ନବରଂଗପୁର, ଜୟପୁର-ମାଲକାନଗିରି, ଖୋର୍ଦ୍ଧା-ବଲାଙ୍ଗୀର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ସେହିପରି ବାଙ୍ଗିରିପୋଷି-ରୁପସା ରେଳ ଲାଇନ ସିଙ୍ଗଲ ଲାଇନ ଥିବା ଫଳରେ ଯାତ୍ରା ବିଳମ୍ବ ହେଉଛି । ମାଲ ବାହୀ ଟ୍ରେନ ବାରିପଦା ଓ ବାଙ୍ଗିରିପୋଷି ଯାଇପାରୁନାହିଁ । ନୂଆଗାଁ ଷ୍ଟେସନରୁ ଠାକୁରତୋଟା ଷ୍ଟେସନ ବାଇପାସ ଲିଙ୍କ ନିର୍ମାଣ ସକାଶେ ବାରମ୍ବାର ଦାବି ହେଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହା ଫଳରେ ବାରିପଦାରୁ କଲିକତା ଟ୍ରେନ ସିଧା ଯାତାୟାତ କରିପାରୁନାହିଁ । ସପ୍ତାହକୁ ଥରେ ଚଳାଚଳ କରୁଥିବା ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନକୁ ପ୍ରତେକ ଦିନ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ସପ୍ତାହକୁ ଚାରି ଦିନ ଚାଲୁଥିବା ଭଞ୍ଜପୁର-ଶାଲିମାର ଟ୍ରେନକୁ ସପ୍ତାହରେ ୭ ଦିନ ଚାଲିବାକୁ ଦାବି ହୋଇଆସୁଛି । ଶାଲିମାର ବଦଳରେ ହାଓ୍ବାଡ଼ାକୁ ସଂଯୋଗୀକରଣ ହେଲେ ରେଳଯାତ୍ରୀ ଅଧିକା ଉପକୃତ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଜନସଂଖ୍ୟାର ୨୨.୮୫% ଆଦିବାସୀ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରୁ ଆଦିବାସୀ ମାନଙ୍କ ନାର୍ଯ୍ୟ ହକ ଆଜି ଯାଏଁ ମିଳିପାରିନାହିଁ । ହୋ, ମୁଣ୍ଡାରୀ, ଭୂମିଜ, କୁଇ ଓ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇ ପାରିନାହିଁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ତାପନ ସକାଶେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।

କେନ୍ଦ୍ର ସରକାର ଓଡ଼ିଶାର ସାତଟି କୋଷ୍ଟାଲ ଜିଲ୍ଲାକୁ ସଂଯୋଗ କରି ଏକ କୋଷ୍ଟାଲ ରାଜପଥ ତିଆରି କରିବା ପାଇଁ ଘୋଷଣା କରିଥିଲେ । ଏହି ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେଲେ ଗମନା ଗମନ ସୁବିଧା ହେବା ସଙ୍ଗେ ବାଣିଜ୍ୟ, ଶିଳ୍ପ ଓ ଟୁରିଜିମ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି କୁହାଯାଇଥିଲା । ବାରମ୍ବାର ରାଜ୍ୟ ସରକାର ଓ ବିଜେଡି ସାଂସଦ ସଂସଦରେ ଏ ବିଷୟ ଉତଥାପନ କଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ନିର୍ବାଚନ ସମୟରେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା । ଏ ଦିଗରେ ଯଦି ଟିକେ ଆଗ୍ରହ ପ୍ରକାଶ କରିଥାନ୍ତେ, ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଜିଲ୍ଲା ସମେତ ରାଜ୍ୟର ଅର୍ଥନୀତି ସୃଦୃଢ ହୋଇପାରନ୍ତା ବୋଲି କହିଛନ୍ତି ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.