ETV Bharat / politics

ବିଜେଡି ସଂସଦୀୟ ଦଳ ବୈଠକ; ଫ୍ଲୋର ନୁହେଁ, ୱେଲ୍‌ରେ ଲଢେଇ କରିବାକୁ ନବୀନଙ୍କ ନିର୍ଦ୍ଦେଶ - No More Support to BJP

author img

By ETV Bharat Odisha Team

Published : Jun 24, 2024, 4:35 PM IST

BJD Parliamentary Party Meeting: ବିଜେପିକୁ ଆଉ ସହଯୋଗ ନୁହେଁ, ବିରୋଧ କର । ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ । ରାଜ୍ୟସଭାରେ ଥିବା ୯ ବିଜେଡି ସାଂସଦଙ୍କୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ । ଅଧିକ ପଢ଼ନ୍ତୁ

BJD Parliamentary Party Meeting
BJD Parliamentary Party Meeting (ETV Bharat Odisha)

ଭୁବନେଶ୍ବର: ନବୀନ ନିବାସରେ ଆଜି ଅନୁଷ୍ଠିତ ହୋଇଛି ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭାରେ ଆଭିମୁଖ୍ୟକୁ ନେଇ ବିଜେଡି ସଭାପତି ଦଳର ସାଂସଦମାନଙ୍କୁ ଦିଗଦର୍ଶନ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଫ୍ଲୋର ନୁହେଁ, ୱେଲରେ ଲଢେଇ କରିବାକୁ ନବୀନ ଦେଇଛନ୍ତି ନିର୍ଦ୍ଦେଶ ।

ଆଜିଠାରୁ ଆରମ୍ଭ ହୋଇଛି ସଂସଦୀୟ ଅଧିବେଶନ । ଏହା ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ନୂଆ ସରକାର ଗଠନ ପରେ ପ୍ରଥମ ସଂସଦୀୟ ଅଧିବେଶନ ହୋଇଥିବାରୁ ଏହା ବହୁ ଦିଗରୁ ଗୁରୁତ୍ବପୂର୍ଣ୍ଣ । ଏନେଇ ବିଜେଡି ପ୍ରସ୍ତୁତ କରିଛି ଦଳର ବ୍ଲ୍ୟୁ ପ୍ରିଣ୍ଟ । ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସଂସଦୀୟ ଦଳ ବୈଠକ । ବୈଠକରେ ବିଜେଡିର ୯ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ମମତା ମହାନ୍ତ, ନିରଞ୍ଜନ ବିଶି, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ ଓ ସୁଜିତ କୁମାର ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପରାଜୟ ପରେ ସାଂଗଠନିକ ସ୍ତରରେ ଅଦଳବଦଳ କରିବ ବିଜେଡି ! - odisha election results

ବିଜେଡି ପ୍ରତିଷ୍ଠାର ୨୬ ବର୍ଷ ପରେ ପ୍ରଥମ ଥର ପାଇଁ ଚଳିତଥର ଲୋକସଭାରେ ଦଳର ସଦସ୍ୟ ସଂଖ୍ୟା ଶୂନ୍ୟ ରହିଛି । ତେଣୁ ରାଜ୍ୟସଭା ଉପରେ ଅଧିକ ଫୋକସ କରିଛି ବିଜୁ ଜନତା ଦଳ । ଓଡିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ଦଳ । ସଂସଦର ଚଳିତ ଅଧିବେଶନରେ କଠୋର ଆଭିମୁଖ୍ୟ ରଖିବ ବିଜେଡି । ଏଥର ଲଢେଇ ଆର ପାର ହେବ । ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି । ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି । ଫ୍ଲୋର ନୁହେଁ, ୱେଲରେ ଲଢେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳ ଓଡିଶା ସ୍ବାର୍ଥ ସମ୍ବଳିତ ୨୨ଟି ଏଜେଣ୍ଡାକୁ ରାଜ୍ୟସଭାରେ ଉଠାଇବ । ସେଗୁଡିକ ହେଲା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥରେ ଓଡିଶାକୁ ଅଣଦେଖା, ଗ୍ରାମାଞ୍ଚଳରେ ପକ୍କା ଘର, ଶିକ୍ଷା, ସ୍ବାସ୍ଥ୍ୟ, ଆଦିବାସୀଙ୍କ ବିକାଶ, କୃଷକ ବିକାଶ, ରେଲୱେ ଓ ଯୋଗାଯୋଗ ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ପ୍ରସଙ୍ଗ ଉଠାଇବ ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.