ETV Bharat / politics

ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କ ବିଜୟ ନେଇ ଦୃଢୋକ୍ତି, ଅନ୍ୟପଟେ ଟିକେଟ ନେଇ ବିଜେଡିରେ ଅନ୍ତକନ୍ଦଳ - BIRAMITRAPUR ASSEMBLY CONSTITUENCY

BJP And BJD Tactics For Biramitrapur: ସୁନ୍ଦରଗଡ଼ ଜିଲ୍ଲାର ଏକ ଚର୍ଚ୍ଚିତ ଏବଂ ଅଭିନ୍ନ ନିର୍ବାଚନ ମଣ୍ଡଳୀ ହେଉଛି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ । ବିଜ୍ପିରୁ ଶଙ୍କର ଓରାମ, ବିଜେଡିରୁ ରୋହିତ ଜୋସେଫ ତିର୍କୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ-ଜେଏମଏମ ପ୍ରାର୍ଥୀ ସ୍ପଷ୍ଟ ହୋଇନି । ସେପଟେ ରୋହିତ ଙ୍କ ପ୍ରାର୍ଥୀତ୍ବକୁ ଖୋଲାଖୋଲି ବିରୋଧ କରିଛନ୍ତି ବିଜେଡି ଯୁବ ନେତା ରାଜେଶ କେର୍କେଟା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 6, 2024, 10:26 PM IST

ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କ ବିଜୟ ନେଇ ଦୃଢୋକ୍ତି, ଅନ୍ୟପଟେ ଟିକେଟ ନେଇ ବିଜେଡିରେ ଅନ୍ତକନ୍ଦଳ

ରାଉରକେଲା/ବୀରମିତ୍ରପୁର: ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଆରମ୍ଭ ହୋଇଯାଇଛି । ଏକ୍ଷେତ୍ରରେ ବିଜେପି ସର୍ବାଧିକ ୧୧୨ ଟି ପ୍ରାର୍ଥୀ ମାନଙ୍କ ନାଁ ଘୋଷଣା କରିଥିବା ବେଳେ ବିଜେଡି ୧୦୮ ଓ କଂଗ୍ରେସ ୪୯ଟି ଆସନା ପାଇଁ ତାଲିକା ପ୍ରକାଶ କରିଛି । ଯାହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା । ସୁନ୍ଦରଗଡ଼ ଜିଲ୍ଲାର ଏକ ଚର୍ଚ୍ଚିତ ଏବଂ ଅଭିନ୍ନ ନିର୍ବାଚନ ମଣ୍ଡଳୀ ହେଉଛି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ । ତେବେ ବିଜେଡି ଏବଂ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରି ସାରିଛି କିନ୍ତୁ ଏହି ସିଟ ପାଇଁ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ କରିଛି ।

ବିଜେପି ପକ୍ଷରୁ ବର୍ତ୍ତମାନ ବିଧାୟକ ଶଙ୍କର ଓରାମଙ୍କୁ ପ୍ରାର୍ଥୀ କରାଯାଇଛି । ଆଗାମୀ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଏଥର ଆମେ ଶକ୍ତି ବୃଦ୍ଧି କରି ସାରିଛୁ ଏବଂ ନିଶ୍ଚିତ ବିଜୟ ହେବୁ । ଏଥର କେନ୍ଦ୍ର ସରକାରଙ୍କ ସଫଳତା ଏବଂ ଗରିବ କଲ୍ୟାଣ କାରୀ ଯୋଜନା ତଥା ମୋଦି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବୁ ଏବଂ ନିର୍ବାଚନ ଲଢ଼ିବୁ । ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି ଯେ ରାଜ୍ୟ ସରକାର ଏହି ଅଞ୍ଚଳକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି ଏବଂ ଏହି ଅଞ୍ଚଳରେ ଯାତାୟାତ, ଗମନାଗମନ ସହ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସବୁ ଆଜି ମଧ୍ୟ ଅପହଞ୍ଚ । ବାରମ୍ବାର ଦାବି ସତ୍ତ୍ବେ ଶୁଣୁ ନାହାନ୍ତି ରାଜ୍ୟ ସରକାର । ତେବେ ପୂର୍ବରୁ 314 ବ୍ଲକରେ 314 ତହସିଲ ଅଫିସ ଲାଗି ଘୋଷଣା ହୋଇଥିଲା ଏବଂ ନୂଆଗାଁ ବ୍ଲକ ତହସିଲ ଅଫିସ ପାଇବାରୁ ବଞ୍ଚିତ ହୋଇଛି ଯାହାକୁ ଆଜି ପର୍ଯ୍ୟନ୍ତ ପୁରା କରି ପାରିନାହାଁନ୍ତି ରାଜ୍ୟ ସରକାର । ଏହି ବୀରମିତ୍ରପୁର ଅଞ୍ଚଳ ହେଉଛି ଚାଷୀ ବହୁଳ ଅଞ୍ଚଳ । ଏଠାରେ ଚାଷୀଙ୍କ ପାଇଁ ନାହିଁ ବ୍ୟାପକ ବ୍ୟବସ୍ଥା । ପାଣି ସମସ୍ୟା ଠାରୁ ନେଇ କୋଲଡ଼ ଷ୍ଟୋରେଜଟିଏ ଏହି ଅଞ୍ଚଳରେ ନିର୍ମାଣ ହୋଇ ପାରିଲା ନାହିଁ ଏବଂ ସବୁଠାରୁ ବଡ଼ କଥା ଚାଷୀଙ୍କ ପାଇଁ କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ଦାବି ହେଉଛି ଯାହାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ ... ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ - Monideepa Sarkhel

ତେବେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ତାଙ୍କ ଉପରେ ଉଠିଥିବା ପ୍ରଶ୍ନକୁ ନେଇ କହିଛନ୍ତି ଯେ ସବୁ ଅଭିଯୋଗ ମିଥ୍ୟା । ହୁଏତ କିଛି କାର୍ଯ୍ୟ ହୋଇ ପାରିନାହିଁ କିନ୍ତୁ ଆଗାମୀ ସମୟରେ ବିଜେପିକୁ ଭୋଟ ଦେଲେ ବିଜେପି ସରକାରଙ୍କ ସମସ୍ତ ସାହାଯ୍ୟ ଏବଂ ସହାୟତା ଲୋକେ ପାଇ ପାରିବେ । ତେବେ ଏହି ଅଞ୍ଚଳରେ ବେରୋଜଗାର ସଂଖ୍ୟା ମଧ୍ୟ ରାଜ୍ୟ ସରକାରଙ୍କ ଯୋଗୁଁ ବଢୁଛି ବୋଲି କହି ଟାର୍ଗେଟ କରିଛନ୍ତି ସେ ଏବଂ ଆମେ ବିଧାୟକ ଭାବରେ ଯେତିକି କରିପାରିବା କଥା କରୁଛୁ କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ତେବେ ଚଳିତ ନିର୍ବାଚନ ରେ ବିଜେଡି ଦଳ ସହ କଡା ଟକ୍କର ହେବ ଏବଂ ଏଥର ନିଶ୍ଚିତ 40 ହଜାର ଭୋଟ ରେ ବିଜୟ ହେବି ବୋଲି କହିଛନ୍ତି ଶଙ୍କର ଓରାମ ।

ସୂଚନା ଯୋଗ୍ୟ ଯେ ଗତ ନିର୍ବାଚନରେ ଶଙ୍କର ଓରାମ ବିଜେଡି ପ୍ରାର୍ଥୀ ମାଖଲୁ ଏକ୍କାଙ୍କୁ ୧୬୩୫୧ ଖଣ୍ଡ ଭୋଟରେ ହରାଇଥିଲେ । ସେହିପରି ଗତ ଥରର ପରାଜିତ କଂଗ୍ରେସ ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ ବିଜେଡିରେ ଯୋଗ ଦେଇ ବୀରମିତ୍ରପୁର ପାଇଁ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଯାହାକୁ ନେଇ ବିଜେଡିରେ ଦେଖାଦେଇଛି ବିଦ୍ରୋହ । ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ଏକ ଭିଡ଼ିଓ କରି ବିଜେଡି ଦଳର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଆଶାୟୀ ନେତା ତଥା ଯୁବ ନେତା ରାଜେଶ କେର୍କେଟା । ସେ କହିଛନ୍ତି ଯେ ଦଳ ବାହାରୁ ଆଣି ଯାହାର କୌଣସି ଅସ୍ତିତ୍ବ ନାହିଁ କି ଯିଏ ବିରମିତ୍ରପୁର ପାଇଁ କୌଣସି କାର୍ଯ୍ୟ କରିନାହିଁ ତାଙ୍କୁ କିଭଳି ଭାବରେ ପ୍ରାର୍ଥୀ କରାଯାଇଛି ଏବଂ ଯେଉଁ ମାନେ ବିଜୁ ଜନତା ଦଳ ପାଇଁ ବର୍ଷ ବର୍ଷ କାର୍ଯ୍ୟ କରିଛନ୍ତି ସଂଗଠନକୁ ମଜବୁତ କରିଛନ୍ତି, ସଂଗଠନ କରି ଦଳକୁ ଆଜି ଭଲ ସ୍ଥାନରେ ପହଞ୍ଚିଛନ୍ତି ତାଙ୍କ ମଧ୍ୟରେ ମଧ୍ୟ ଆକ୍ରୋଶ ମନୋଭାବ ଦେଖିବାକୁ ମିଳିଛି ଏବଂ ଏଥର ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ି କିଭଳି ବିଜୟୀ ହୁଅନ୍ତି ସ୍ବାଧୀନ ନେତା ତାହା ଦେଖାଇଦେବି ବୋଲି କହି ଏକ ଭିଡ଼ିଓ କରି ପ୍ରକାଶ କରିଛନ୍ତି । ଦଳର ଏହି ନିଷ୍ପତ୍ତି ରେ ସମ୍ପୂର୍ଣ୍ଣ ନାଖୁସ ଅଛନ୍ତି ଯୁବନେତା ରାଜେଶ କେର୍କେଟା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.