ETV Bharat / politics

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି - BJD MEET CEO - BJD MEET CEO

BJD MEET CEO: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନର ଅଭିଯୋଗ ଆଣିଛି । ସରକାରୀ କର୍ମଚାରୀମାନଙ୍କୁ ଧମକ ଚମକ ଦେବା ସହ ଶିଶୁମାନଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବା ଭଲି ସଙ୍ଘୀନ ଅଭିଯୋଗ ଆଣିଛି ବିଜେଡି। ଅଧିକ ପଢନ୍ତୁ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି

author img

By ETV Bharat Odisha Team

Published : May 1, 2024, 8:57 PM IST

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଭୋଟ ଦାନ ତାରିଖ ଯେତେ ନିକଟ ହେଉଛି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ସେତେ ବଢୁଛି । ଆଜି ପୁନର୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେପି ଦଳର ପ୍ରାର୍ଥୀ ଓ ନେତାମାନଙ୍କ ଆଚରଣ ବିଧି ଉଲ୍ଲଂଘନକୁ ନିନ୍ଦା କରିଛି ବିଜେଡି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମିହିର ରାୟ କହିଛନ୍ତି ଯେ, ଚଳିତ ନିର୍ବାଚନରେ ଆଦର୍ଶ ଆଚରଣ ଉଲ୍ଲଙ୍ଘନ କ୍ଷେତ୍ରରେ ବିଜେପି ନୂଆ କୀର୍ତ୍ତିମାନ ସୃଷ୍ଟି କରିବାକୁ ଯାଉଛି । ବହୁ ସମୟରେ ବିଜେପି ନେତା ଓ ପ୍ରାର୍ଥୀ ମାନେ ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି । ସେମାନଙ୍କ ବିରୋଧରେ ହିଂସାତ୍ମକ ଆଚରଣ କରୁଛନ୍ତି । ଏପରିକି ଧମକ ଚମକ ଦେଇ ନିର୍ବାଚନରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଧର୍ମେନ୍ଦ୍ରଙ୍କ ରାଲିରେ ରାଧାକୃଷ୍ଣ ବେଶରେ ଶିଶୁ; ସିଇଓଙ୍କ ଫେରାଦ ହେଲା ବିଜେଡି - BJD Meet CEO

ସେହିଭଳି କୋମଳମତି ଶିଶୁଙ୍କୁ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜନ କରୁଛନ୍ତି । ବିଜେପିର ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଜେପିର ଖୋର୍ଦ୍ଧାର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି । ବିଜେପି ନେତା ମାନେ ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କୁ ଧମକାଉଛନ୍ତି । ବରିଷ୍ଠ ଆଇଏଏସ ଓ ଆଇପିଏସଙ୍କ ବଦଳିର ଉଦାହରଣ ଦେଇ ଧମକାଉଛନ୍ତି । ଯଦି ତମେ ଆମ କଥାରେ ରାଜି ହୋଇ କାମ ନକର ତୁମକୁ ମଧ୍ୟ ସେହିପରି ବଦଳି କରାଇଦେବୁ ଏଭଳି ଧମକ ଦିଆଯାଉଛି । ଏହା ଦ୍ବାରା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେଉଛି । ଫଳରେ ସରକାରୀ ଅଧିକାରୀ ମାନଙ୍କ ମନୋବଳ ଭାଙ୍ଗି ଯାଉଛି ।

ନିର୍ବାଚନ ଆସିବ ଓ ଯିବ । ନିର୍ବାଚନ ପରେ ଏହି ଅଧିକାରୀଙ୍କ ଭାଙ୍ଗି ଯାଇଥିବା ମନୋବଳକୁ କିଏ ବଢ଼େଇବ ? ତେଣୁ ଆମେ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛୁ । ଏହା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେଉ । ଯାହା ଫଳରେ ବିଜେପି ନେତାମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବେ । ଫଳରେ ସରକାରୀ ଅଧିକାରୀଙ୍କ ମନୋବଳ ଦୃଢ଼ ରହିବ । ବଦଳି ଧମକର ପ୍ରମାଣ ଆମେ ସିଇଓ ଦେଇଛୁ ବୋଲି କହିଛନ୍ତି ମିହିର । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ମୁଖପାତ୍ର ଓମ ପ୍ରକାଶ ସାହୁ, ଇପସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.