ETV Bharat / politics

ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର; ସିଇଓଙ୍କ ଦ୍ୱାରସ୍ଥ ବିଜେଡି - VIOLATION OF MCC

author img

By ETV Bharat Odisha Team

Published : May 2, 2024, 10:52 PM IST

Violation of Code of Conduct: ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଆଣି ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢ଼ନ୍ତୁ

Violation of Code of Conduct
Violation of Code of Conduct (Etv Bharat Odisha)

ଭୁବନେଶ୍ବର: ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେଲା ବିଜେଡ଼ି। ତେବେ ଏଥର ଅଭିଯୋଗ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବିରୋଧରେ ଆସିଛି। ଜାତୀୟ କଂଗ୍ରେସର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆଜି ତାଙ୍କର ନାମାଙ୍କନ ଭରିଛନ୍ତି । ସମରେନ୍ଦ୍ର ନାମାଙ୍କନ ଦାଖଲ କରିବାକୁ ଯିବା ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି ବିଜେଡ଼ି।

ତେବେ ସମରେନ୍ଦ୍ର ବଲାଙ୍ଗୀର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମର୍ଥକଙ୍କ ସହିତ ଦଳୀୟ ପତାକା, ପ୍ଲାଗକାର୍ଡ ଏବଂ ଦଳ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଯାହା ପାଇଁ ସମରେନ୍ଦ୍ର ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରୀ କାର୍ଯ୍ୟାଳୟରେ ଏଭିଳି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଇଛି ବିଜେଡିର ଏକ ପ୍ରତିନିଧି ଦଳ । ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ କହିଛନ୍ତି ଯେ, ବିଜୁ ଜନତା ଦଳ ଏକ ଦାଇତ୍ୱବାନ ଓ ସମ୍ବେଦନଶୀଳ ରାଜନୈତିକ ଦଳ । ଯେତେବେଳେ ଆମେ ଦେଖୁଛୁ ବିରୋଧୀ ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ଆମେ ଏହା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଛୁ । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏଥର ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହୋଇଛନ୍ତି ସମରେନ୍ଦ୍ର ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ.. ମିଶନ ଶକ୍ତି ବିଭାଗ ବିଜେଡି ପାଇଁ ଭୋଟ ଯୋଗାଡ କରିବା କାମରେ ଲାଗିଛନ୍ତି: ବିଜେପି - Violation Of Code Of Conduct

ସମରେନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବଲାଙ୍ଗୀର ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବାବେଳେ ନିଜର ସମର୍ଥକ, ଦଳୀୟ ପତାକା, ପ୍ଲାଏକାର୍ଡ ଓ ସ୍ଲୋଗାନ ଦେଇ ପ୍ରବେଶ କରିଥିବା ଓମ ପ୍ରକାଶ ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଭିଡିଓ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ଯାହା ସମ୍ପୂର୍ଣ୍ଣ ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ । କୌଣସି ସରକାରୀ ଅଫିସରେ କୌଣସି ଦଳର ପତାକା, ବ୍ୟାନର ନେବା ଅନୁଚିତ । ଯାହା ଜାତୀୟ କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯାଇଛି । କଂଗ୍ରେସର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତରେ ଏହା ହୋଇଛି । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଅନୁରୋଧ କରିଛୁ । ଭବିଷ୍ୟତରେ ଏଭଳି ଭୁଲ ଆଉ କେଉଁ ପ୍ରାର୍ଥୀ ନକରିବା ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅନୁରୋଧ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସ୍ବୟଂ ପ୍ରକାଶ ମହାପାତ୍ର ଓ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.