ETV Bharat / politics

ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ: ବିଜେଡି - BJD Meet CEO

BJD Meet CEO: ବିଜେପି ବିରୋଧରେ ରାଜନୈତିକ ହିଂସାର ଅଭିଯୋଗ ଆଣି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ନୟାଗଡ଼ ଜିଲ୍ଲାରେ ବିଜେଡି ନେତା ଓ କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣର ଅଭିଯୋଗ ଆଣିଛି ବିଜେଡି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 2, 2024, 8:30 PM IST

ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ: ବିଜେଡି
ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ: ବିଜେଡି (Etv Bharat)
ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ: ବିଜେଡି (ETV bharat)

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଭୋଟ ଦାନ ତାରିଖ ଯେତେ ନିକଟ ହେଉଛି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ସେତେ ବଢୁଛି । ଆଜି ପୁନର୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେପି କର୍ମୀ ମାନଙ୍କ ଦ୍ବାରା ବିଜେଡି କର୍ମୀମାନେ ରାଜନୈତିକ ଆକ୍ରମଣର ଶିକାର ହେବାର ଅଭିଯୋଗ ଆଣିଛି ବିଜେଡି । ବିଜେଡି ମୁଖପାତ୍ର ଅମିତ କୁମାର ମଲ୍ଲିକ କହିଛନ୍ତି ଯେ, ନୟାଗଡ଼ ଜିଲ୍ଲାରେ ବିଜେପି ନେତା ଓ କର୍ମୀ ହିଂସ୍ର ହୋଇ ଉଠିଛନ୍ତି । ବିଜେପି ନେତା ଓ କର୍ମୀ ସଂଘବଦ୍ଧ ଭାବେ ବିଜୁ ଜନତା ଦଳର କର୍ମୀ ପୃଥ୍ବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ନିର୍ବାଚନ ବେଳେ ମିଛକୁ ସାହାରା ନେବା ବିଜେଡିର ଅଭ୍ୟାସ ହୋଇଗଲାଣି: ଧର୍ମେନ୍ଦ୍ର - Dharmendra Slams BJD

ବିଜେପି ନେତା ଓ କର୍ମୀ ବନମାଳୀ ନାୟକ, ସନ୍ତୋଷ ନାୟକ, ବିଜୟ ନାୟକ, କାଶୀନାଥ ନାୟକ, ନାଲୁ ବେହେରା ଓ ଗଙ୍ଗାଧର ଜେନା ସେମାନଙ୍କୁ ଆକ୍ରମଣ କରିଛନ୍ତି । ମରଣାନ୍ତକ ଆକ୍ରମଣରେ ବିଜେଡି ନେତା ଓ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ନୟାଗଡ ବ୍ଲକ ନୋଟାର ଗ୍ରାମପଞ୍ଚାୟତର ବାଉଳି ଗାଁରେ ଘଟିଛି । ଅମିତ ଆହୁରି ମଧ୍ୟ କହିଛନ୍ତି, "ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ । ଅତୀତରେ ଏହାର ନଜିର ସମସ୍ତଙ୍କ ପାଖରେ ଅଛି । ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ବିଜେପିକୁ ହାରିବା ଭୟ ଘାରରେ । ବିଜେପି ନେତା ଓ କର୍ମୀ ହିଂସ୍ର ହୋଇ ଉଠନ୍ତି । 2019 ନିର୍ବାଚନରେ ବିଜେପିର ହିଂସ୍ର ରୂପ ସମସ୍ତେ ଦେଖିଥିଲେ । 2022 ପଞ୍ଚାୟତ ଓ ପୌର ନିର୍ବାଚନରେ ଆମେ ଅନୁଭବ କରିଛେ । ଏଥର ନିର୍ବାଚନରେ ବିଜେପି ପ୍ରାର୍ଥୀମାନେ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି । ଏବେ ମରଣାନ୍ତକ ଆକ୍ରମଣ କରୁଛନ୍ତି ।"

ଅମିତ କହିଛନ୍ତି ଯେ, ହେତୁ ସେମାନଙ୍କୁ ହରାଇବା ଭୟ ଘାରିଲାଣି, ତେଣୁ ଏମିତି କରୁଛନ୍ତି । ଆମେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଏହି ଘଟଣାରେ ସମ୍ପୃକ୍ତ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ । ଆଗକୁ ଅବାଧ ଓ ନିରପେକ୍ଷ ନିର୍ବାଚନ କେମିତି ହେବ ସେ ନେଇ ପଦକ୍ଷେପ ନେବାକୁ ବିଜେଡି ଅନୁରୋଧ କରିଛି । ଏହି ପ୍ରତିନିଧି ଦଳରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ସ୍ବୟଂ ପ୍ରକାଶ ମହାପାତ୍ର, ଇପସିତା ସାହୁ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.