ETV Bharat / politics

ଧର୍ମେନ୍ଦ୍ରଙ୍କ ରାଲିରେ ରାଧାକୃଷ୍ଣ ବେଶରେ ଶିଶୁ; ସିଇଓଙ୍କ ଫେରାଦ ହେଲା ବିଜେଡି - BJD Meet CEO

author img

By ETV Bharat Odisha Team

Published : Apr 29, 2024, 10:33 PM IST

BJD Meet CEO: ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି । ଆଠମଲ୍ଲିକରେ ଛୋଟ ପିଲାମାନଙ୍କୁ ରାଧାକୃଷ୍ଣ ବେଶ କରି ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିଥିବାର ଅଭିଯୋଗ ଆଣିଛି ବିଜେଡି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ରାଲିରେ ରାଧାକୃଷ୍ଣ ବେଶରେ ଶିଶୁ; ସିଇଓଙ୍କ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଭୋଟ ଦାନ ତାରିଖ ଯେତେ ନିକଟ ହେଉଛି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ସେତେ ବଢୁଛି । ଆଜି ଅପରାହ୍ନରେ ପୁନର୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ଏକ ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲିରେ ଶିଶୁଙ୍କୁ ରାଧାକୃଷ୍ଣ ବେଶରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ଦିନ ଦ୍ବିପ୍ରହରରେ 40 ଡିଗ୍ରୀ ଖରାରେ ଆଠମଲ୍ଲିକ ଏନଏସିରେ ରାଲିରେ ଧର୍ମେନ୍ଦ୍ର ଶିଶୁଙ୍କୁ ବ୍ୟବହାର କରିଥିବା ଅଭିଯୋଗ ନେଇ ସିଇଓଙ୍କ ଫେରାଦ ହୋଇଛି ବିଜେଡି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେବା ପରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି ଯେ, ଅଭ୍ୟାସଗତ ଭାବେ ଆଇନ ଉଲ୍ଲଘଂନ କରନ୍ତି ବିଜେପି ନେତା ଓ କର୍ମୀ । ଆଇନ ଉଲ୍ଲଘଂନ ଭାବେ ନୂଆ ପରିଚୟ ପାଇଛନ୍ତି । ଆଜି ଅପରାହ୍ନ ଦିନ 1 ବେଳେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆଠମଲ୍ଲିକ ଏନଏସି ଠାରେ ଏକ ଆଇନ ଉଲ୍ଲଘଂନ ଘଟଣା ସାମ୍ନାକୁ ଆସିଛି । ବିଜେପିର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଠାରେ କିଛି ଛୁଆଙ୍କୁ ରାଧାକୃଷ୍ଣ ବେଶ କରି ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି - BJD COMPLAIN TO CEO

ସେ ଆହୁରି ମଧ୍ୟ କହିଛନ୍ତି,‘‘ଏଇଟା କେବଳ ଆଜିର କଥା ନୁହେଁ । ବିଜେପି ନେତା ଓ କର୍ମୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିର୍ବାଚନ ସଭା, ରାଲି, ପୋଷ୍ଟର ଓ ବ୍ୟାନର ଲଗେଇବାରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ସମ୍ବଲପୁରର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏହା ଲଗାତାର ଭାବେ କରି ଆସୁଛନ୍ତି । ନିର୍ବାଚନର ବିଭିନ୍ନ କାର୍ଯ୍ୟରେ ସେମାନେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ରାଜ୍ୟରେ ଯେଉଁଭଳି ଭାବେ ଗ୍ରୀଷ୍ମପ୍ରବାହ ହେଉଛି ସେଥିପାଇଁ ଶିଶୁଙ୍କୁ ନିର୍ବାଚନ ପ୍ରକ୍ରିୟାରେ ନିବୃତ ରଖିବା ପାଇଁ ଫେରାଦ ହେଉଛୁ । କିନ୍ତୁ ବିଜେପି ନେତା ଓ କର୍ମୀ ସୁଧୁରୁ ନାହାନ୍ତି । ଏଥିପାଇଁ ରାଜ୍ୟ ବିଜେପି ନେତାଙ୍କ ପାଇଁ ଗୋଟେ କଥା ମୋତେ ଯେତେ ମାଠିବୁ ମାଠେ, ମୁଁ ସେହି ଦରପୋଡା କାଠ । ଆଇନ ଉଲ୍ଲଘଂନ ବିଜେପି ନେତାଙ୍କ ଅଭ୍ୟାସଗତରେ ପରିଣତ ହୋଇସାରିଲାଣି । କେବଳ ଏହି ଘଟଣା ନୁହେଁ ପୂର୍ବରୁ ବିଜେପିର ଅନେକ ନେତା ନିଜର ରାଲି ପ୍ରଚାର ଓ ପୋଷ୍ଟର ମାରିବାରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ସେଥି ଲାଗି ଆଜି ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ପ୍ରମାଣ ଦେବା ସହ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛୁ । ନହେଲେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଅସମ୍ଭବ ବୋଲି ଜଣାଇଛୁ ।’’ ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ତୁମ୍ବାନାଥ ପଣ୍ଡା, ଇପ୍ସିତା ସାହୁ, ସୋଫିଆ ଆଲାମ, ପ୍ରିୟବ୍ରତ ମାଝୀ ଓ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.