ETV Bharat / politics

ରେଢ଼ାଖୋଲରୁ ପ୍ରାର୍ଥୀ ହେବା ପରେ ସମଲେଶ୍ୱରୀଙ୍କ ଶରଣରେ ପ୍ରସନ୍ନ ଆଚାର୍ଯ୍ୟ - Prasanna Acharya visits Sambalpur

author img

By ETV Bharat Odisha Team

Published : Apr 22, 2024, 11:41 AM IST

Prasanna Acharya visits Sambalpur: ସମ୍ବଲପୁର ଗସ୍ତରେ ଆସି ସମଲେଶ୍ୱରୀଙ୍କ ଦର୍ଶନ କଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ରେଢାଖୋଲରୁ ବିଧାୟକ ପ୍ରାର୍ଥୀ ହେବା ପରେ ମା'ଙ୍କ ଆଶୀର୍ବାଦ ନେଲେ । ଅଧିକ ପଢନ୍ତୁ

PRASANNA ACHARYA
PRASANNA ACHARYA
PRASANNA ACHARYA

ସମ୍ବଲପୁର: ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ପରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଶରଣରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ମାଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ପ୍ରସନ୍ନ । କୌଣସି ନିର୍ବାଚନକୁ ମୁଁ ସହଜ ଭାବରେ ଗ୍ରହଣ କରେ ନାହିଁ । ପ୍ରତିଟି ଲଢେଇ ମୋ ପାଇଁ ବଡ ଲଢେଇ ବୋଲି କହିଛନ୍ତି ପ୍ରସନ୍ନ ।

ସେ ଆହୁରି ମଧ୍ୟ କହିଛନ୍ତି, "ମା'ଙ୍କ ଆଶିର୍ବାଦରୁ ମୁଁ ସଡ଼କ ଦୁର୍ଘଟଣାରୁ ବର୍ତ୍ତୀ ପୁନର୍ବାର ଜୀବନ ପାଇଛି । କୌଣସି ନିର୍ବାଚନକୁ ମୁଁ ସହଜ ଭାବରେ ଗ୍ରହଣ କରେ ନାହିଁ । ନିର୍ବାଚନକୁ ଓହ୍ଲାଉଛନ୍ତି ମାନେ ଏହାକୁ ଗୁରୁତର ଭାବେ ନେବା ଉଚିତ । ପ୍ରତିଟି ଲଢେଇ ମୋ ପାଇଁ ବଡ ଲଢେଇ । ମୁଁ ଦଳର ଅନୁଗତ କର୍ମୀ । ମୋତେ ଯେତେବେଳେ ଦଳ ଯେଉଁ ଦାୟିତ୍ବ ଦେଇଛି ତାକୁ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ବ ମିଳିଛି ତାହା ବି ଭଲରେ କରିବାକୁ ଚେଷ୍ଟା କରିବି । ଚଳିତ ନିର୍ବାଚନରେ ପ୍ରଗତି ଓ ବିକାଶ ହିଁ ମୁଖ୍ୟ ମୁଦ୍ଦା l''

ଏହା ମଧ୍ୟ ପଢନ୍ତୁ-ଆସନ ବଦଳିବା ପରେ ରୋହିତ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସୈନିକ... - Prasanna And Rohit Has Been Swapped

2009 ବିଧାନସଭା ନିର୍ବାନଚରେ ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଚଳିତ ନିର୍ବାନଚରେ ସେହି ଆସନରୁ ବିଧାୟକ ଭାବେ ଲଢିବାକୁ ବିଜେଡି ତାଙ୍କୁ ଟିକେଟ ଦେଇଛି । ପ୍ରଥମେ ସମ୍ବଲପୁର ବିଧାନସଭା ଆସନ ପାଇଁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଇଂ ରୋହିତ ପୂଜାରୀଙ୍କୁ ବିଜେଡି ଟିକେଟ ଦେଇଥିଲା । ପରେ ବିଜେଡି଼ ପକ୍ଷରୁ ଉଭୟ ଆସନର ପ୍ରାର୍ଥୀ ଅଦଳ ବଦଳ କରାଯାଇଥିଲା। ରବିବାର ଭୁବନେଶ୍ୱରରୁ ବାହାରି ନିଜ ବିଧାନସଭା କ୍ଷେତ୍ର ରେଢ଼ାଖୋଲରେ ପହଞ୍ଚିବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ବିଜେଡି କର୍ମୀ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l

ସୂଚନଯୋଗ୍ୟ ଯେ, 2009 ରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲର ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହେବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ l ପରବର୍ତ୍ତୀ ସମୟରେ 2014 ରେ ଓ 2019 ରେ ବିଜେଡି ରୋହିତ ପୂଜାରୀଙ୍କୁ ରେଢ଼ାଖୋଲରୁ ଟିକେଟ ଦେଇଥିଲା ଆଉ ରୋହିତ ବିଜୟୀ ମଧ୍ୟ ହୋଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.