ETV Bharat / politics

ରେଢାଖୋଲରେ ପ୍ରଣବ-ପ୍ରସନ୍ନଙ୍କ ପ୍ରଚାର; କହିଲେ- କୌରବକୁ ହରାଇ ପାଣ୍ଡବ ସେନାର ବିଜୟ ହେବ - Lok Sabha Election - LOK SABHA ELECTION

Lok Sabha Election: ରେଢାଖୋଲରେ ପ୍ରଣବ ପ୍ରକାଶ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜୋରଦାର ପ୍ରଚାର । ବିରୋଧୀଙ୍କୁ କୌରବ ଓ ବିଜେଡି କର୍ମୀଙ୍କୁ ପାଣ୍ଡବ ସହ ତୁଳନା କଲେ ବିଜେଡି ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 26, 2024, 8:21 AM IST

କୌରବକୁ ହରାଇ ପାଣ୍ଡବ ସେନାର ବିଜୟ ହେବ

ସମ୍ବଲପୁର: ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେହିଭଳି ଭାବେ ଜୋରସୋରରେ ଚାଲିଛି l ପ୍ରଚଣ୍ଡ ଖରା ତାତିକୁ ଖାତିର୍ ନକରି ଘର ଘର ବୁଲିବା ସହ ମାଳ ମାଳ ସଭା, ରାଲି କରୁଛନ୍ତି ପ୍ରାର୍ଥୀ । ଚଳିତ ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସମ୍ବଲପୁରରେ ପ୍ରଚାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଯେମିତି ଏକ ପ୍ରତିଦ୍ବନ୍ଦିତା ଚାଲିଛି l ସମ୍ବଲପୁର ଲୋକସଭା ସିଟରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ, ବିଜେଡିରୁ ଲଢୁଛନ୍ତି ପ୍ରଣବ ପ୍ରକାଶ ଦାସ l ଏହି ଆସନ ଦୁଇ ହେଭିୱେଟଙ୍କ ପାଇଁ ସମ୍ମାନର ବିଷୟ ହୋଇଥିବାରୁ ଉଭୟ ଝାଳବୁହା ପ୍ରଚାରରେ ଲାଗି ପଡିଛନ୍ତି ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଯୁମୁରା ଓ ଧମାଠାରେ ବିଜେଡି ପ୍ରଚାର ଆରମ୍ଭ କରିଛନ୍ତି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ରେଢ଼ାଖୋଲ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ l ଗୁରୁବାର ଦୁଇଟି ଯାକ ସ୍ଥାନରେ ବିଜେଡି କର୍ମୀ ସମ୍ମିଳନୀ କରିଛି । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରାର୍ଥୀ l ଜୁଯୁମୁରାର ଭୀମଖୋଜରେ ଅନୁଷ୍ଠିତ ସମ୍ମଳନୀରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନ ଆଚାର୍ଯ୍ଯଙ୍କ ସହ ସମ୍ବଲପୁର ବିଧାନସଭା ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଯୋଗ ଦେଇ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିିଛନ୍ତି l କାର୍ଯ୍ଯକ୍ରମରେ ହଜାର ହଜାର ଜନସାଧାରଣ ଏକାଠି ହୋଇଥିଲେ l

ଏହା ମଧ୍ୟ ପଢନ୍ତୁ: ନବୀନଙ୍କ ଉପରେ ବର୍ଷିଲେ ଶାହ, ମତଦାତାଙ୍କୁ ଦେଲେ ମାଳ ମାଳ ପ୍ରତିଶ୍ରୁତି - AMIT SHAH ATTACKS BJD GOVT

ବିଜେଡିର ଏହି କର୍ମୀ ସମ୍ମିଳନୀରେ ଅନ୍ଯ ଦଳର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି l ଭୀମଖୋଜ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବବି l ସେ କହିଛନ୍ତି ଯେ, ଯିଏ ଯେଉଁ ଚଷମା ପିନ୍ଧେ ତାଙ୍କୁ ଦୁନିଆଟା ସେପରି ଦେଖାଯାଏ l ଯେ ବିଗତ ୨୫ ବର୍ଷ ହେଲା ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଆସୁଛନ୍ତି l କିନ୍ତୁ ସେମାନେ ଟାର୍ଗେଟ କରି କଥା କହିବେ ଓ ଆମେ ଟାର୍ଗେଟ କରି କାମ କରିବୁ l ଜନସାଧରଣ କାହା ସହିତ ଅଛନ୍ତି ଆପଣମାନେ ଦେଖି ପାରୁଥିବେ ବୋଲି କହିଛନ୍ତି ପ୍ରଣବ l

ଅନ୍ୟପଟେ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀଙ୍କୁ କୌରବ ଓ ବିଜେଡି କର୍ମୀଙ୍କୁ ପାଣ୍ଡବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀକୃଷ୍ଣ ଓ ପ୍ରଣବ ପ୍ରକାଶ ଦାସଙ୍କୁ ପାଣ୍ଡବଙ୍କ ସେନାପତି ଭାବେ ତୁଳନା କରି ଏହି ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହେବେ ବୋଲି ନିଜ ଅଭିଭାଷଣରେ କହିଥିଲେ l ଏହାପରେ ଧମା ଝାଡେଶ୍ବରୀ ଗେଟ୍ ସମ୍ମୁଖ ପଡିଆରେ ମଧ୍ଯ ମାନେଶ୍ବର ବ୍ଲକ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ମଧ୍ୟ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ଯ, ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ଭୋଟରଙ୍କ ଆଶୀର୍ବାଦ ମାଗିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.