ETV Bharat / politics

ସମ୍ବଲପୁର ଲୋକସଭା କ୍ଷେତ୍ର ଦଖଲ ନେଇ ବିଜେଡିର ଦୃଢୋକ୍ତି, ଏକ ତରଫା ଜିତିବୁ କହିଲେ ଲେନିନ - Election 2024 - ELECTION 2024

BJD on Sambalpur fight: ସମ୍ବଲପୁର ଲୋକସଭା ବିଗ୍‌ ଫାଇଟ୍‌ ଉପରେ ସାରା ରାଜ୍ୟର ନଜର । ଧର୍ମେନ୍ଦ୍ର ବନାମ ପ୍ରଣବ ଲଢ଼େଇରେ କିଏ ମାରିବ ବାଜି, ସେନେଇ ଚାଲିଛି ଅଙ୍କକଷା । ସେପଟେ ଏକତରଫା ଜିତିବୁ ବୋଲି ଦୃଢ଼ୋକ୍ତି ବାଢ଼ିଛି ବିଜେଡି । ଅଧିକ ପଢ଼ନ୍ତୁ

BJD on Sambalpur fight
BJD on Sambalpur fight
author img

By ETV Bharat Odisha Team

Published : Apr 14, 2024, 6:02 PM IST

BJD on Sambalpur fight

ଭୁବନେଶ୍ବର/ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସମଗ୍ର ରାଜ୍ୟର ନଜର ଅଟକିଛି ସମ୍ବଲପୁର ଲୋକସଭା କ୍ଷେତ୍ରରେ । କାରଣ ଏଠାରେ ଏଥର ଦେଖିବାକୁ ମିଳିବ ହେଭିୱେଟ୍‌ଙ୍କ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଲଢ଼େଇ । ବିଜେପି ହାତରେ ଥିବା ଏହି ଆସନରୁ ଏଥର ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ମଧ୍ୟ କଡ଼ା ଟକ୍କର ଦେବାକୁ ଓହ୍ଲାଇଛି ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ହେଲେ ସମ୍ବଲପୁର ଦଖଲ ନେଇ ଦୃଢୋକ୍ତି ବାଢ଼ିଛି ବିଜେଡି । ସମ୍ବଲପୁରରେ ଦଳ ଏକତରଫା ଭାବେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ ମହାନ୍ତି କହିଛନ୍ତି, "କିଛି ଲୋକ ବାହସ୍ପଟ ମାରୁଛନ୍ତି । ସମ୍ବଲପୁରରେ ଯେଉଁ ଲଢେଇ ତାହା ଏକତରଫା ଲଢେଇ ଅଟେ । ପ୍ରଣବ ପ୍ରକାଶ ଦାସ ସାଂସଦ ଭାବେ ସମ୍ବଲପୁରରୁ ନିର୍ବାଚିତ ହେବେ । ଜୁନ ୪ରେ ସମସ୍ତେ ଜାଣିପାରିବେ । ସମ୍ବଲପୁରରେ ଯେଉଁ ଭଳି ଭାବରେ ଲୋକଙ୍କ ସମର୍ଥନ ରହିଛି ତାହା ଜଣାପଡ଼ୁଛି ସାରା ରାଜ୍ୟରେ ଏଭଳି ଲୋକଙ୍କ ଭଲ ପାଇବା ସମର୍ଥନ ରହିଛି। ବିଜେଡି ସବୁବେଳେ ଗ୍ରାଉଣ୍ଡରେ ଲୋକଙ୍କ ସହ ଅଛି । ସେଥିପାଇଁ ସଫଳ ଆଞ୍ଚଳିକ ରାଜନୈତିକ ଦଳ ଭାବେ ପରିଚୟ ପାଇଛି ।" ସେହିଭଳି ବାଲେଶ୍ଵର ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ହେଭିୱେଟ ଲଢେଇ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, "ହେଭିୱେଟଙ୍କ ପାଇଁ ଗାଦି ଦରକାର । କିନ୍ତୁ ବିଜେଡି ନେତା ଓ କର୍ମୀ ସବୁବେଳେ ଗ୍ରାଉଣ୍ଡରେ ଲୋକଙ୍କ ସହ ଅଛନ୍ତି । ଜୁନ ୪ରେ ସବୁ ଉତ୍ତର ମିଳିଯିବ । ଭୁବନେଶ୍ବରରେ ରହି ଯେଉଁମାନେ କହୁଛନ୍ତି ସେମାନେ ବାହାସ୍ପଟ ମାରୁଛନ୍ତି । ଅନେକ ଥର ବାହାସ୍ପଟ ଶୁଣିବାକୁ ମିଳେ, କିନ୍ତୁ ରେଜଲ୍ଟ ଦିନରେ ତାହା ପାଣି ଫୋଟକା ଭଳି ଫାଟିଯାଏ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ ରୋହିତଙ୍କ ତେରଚ୍ଛା ବାଣ; ଆମେ ସମ୍ବଲପୁର ମାଟିର ଛୁଆ, ଆମକୁ ପ୍ରଚାର ଦରକାର ନାହିଁ - Rohit targets Dharmendra

ତେବେ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ବିଭିନ୍ନ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି ପଡ଼ିଛନ୍ତି ନେତା ଓ କର୍ମୀ । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ଚର୍ଚ୍ଚିତ ନିର୍ବାଚନ କ୍ଷେତ୍ର ପାଲଟିଛି ସମ୍ବଲପୁର। ସମସ୍ତଙ୍କ ନଜର ଏବେ ଏହି ଜିଲ୍ଲା ଉପରେ । କାରଣ ଏଠାରେ ବିକାଶର ହୁଙ୍କାପିଟା ଆବାଜ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ପରସ୍ପରକୁ ଚେକ୍‌-ମେଟ୍‌ ଦେବାକୁ ରଣାଙ୍ଗନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.