ETV Bharat / politics

'ଶୀତ ଦିନେ ଚିଲିକାରେ ସାଇବେରିଆନ ପକ୍ଷୀ ବୁଲିବା ପରି ଓଡ଼ିଶାରେ ବିଜେପିର ଟୁରିଷ୍ଟ ସାଇବେରିଆନ ନେତା ବୁଲୁଛନ୍ତି' - BJD Targets BJP

author img

By ETV Bharat Odisha Team

Published : May 18, 2024, 9:55 PM IST

BJD Leader Bhrugu Baxipatra Targets BJP: ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର । କହିଲେ ଜେପି ଏକ ଫେକ ନ୍ୟୁଜ ଫ୍ୟାକ୍ଟ୍ରି ପରି କାମ କରୁଛି । ଅଧିକ ପଢ଼ନ୍ତୁ

ବିଜେପି ଉପରେ ବର୍ଷିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର
ବିଜେପି ଉପରେ ବର୍ଷିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ନିର୍ବାଚନୀ ଫାଇଟ । ଆରୋପ ପ୍ରତ୍ୟାରୋପ ଲାଗିରହିଥିବା ବେଳେ ଘନଘନ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦଳ ପରସ୍ପରକୁ ତାଚ୍ଛଲ୍ୟ କରୁଛନ୍ତି । ଆଜି ପୁଣିଥରେ ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି ବିଜେଡି । ଅନ୍ୟ ରାଜ୍ୟରୁ ଓଡ଼ିଶା ଆସୁଥିବା ବିଜେପି ନେତାମାନଙ୍କୁ ଟୁରିଷ୍ଟ ସାଇବେରିଆନ ପକ୍ଷୀଙ୍କ ସହ ତୁଳନା କରି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।

ଆଜି ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, "ଚଳିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଠାରୁ ବିଜେପି ପ୍ରତ୍ୟେକ ଦିନ ଗୋଟେ ଗୋଟେ ନୂଆ ନୂଆ ମିଛ ଓ ଅପପ୍ରଚାର କରୁଛନ୍ତି । ଓଡ଼ିଶାବାସୀ ଅନୁଭବ କଲେଣି ଯେ, ବିଜେପି ଗୋଟେ ଗୋଟେ ମିଛ କଥା ନୂଆ ଢାଞ୍ଚାରେ ବିଭିନ୍ନ ଲୋକଙ୍କ ଦ୍ୱାରା କୁହାଇ ବିଭ୍ରାନ୍ତି କରୁଛନ୍ତି । ଓଡିଶାବାସୀ ବୁଝିଲେଣି କିନ୍ତୁ ବିଜେପି ବୁଝି ପାରୁନାହିଁ । ଓଡ଼ିଶାକୁ ଏବେ ଏବେ ନୂଆ ନୂଆ ଟୁରିଷ୍ଟ ନେତାମାନେ ଆସୁଛନ୍ତି । ଶୀତ ଦିନେ ଚିଲିକାର ସାଇବେରିଆନ ପକ୍ଷୀ ବୁଲିବା ପରି ଆସୁଛନ୍ତି । ଓଡ଼ିଶାରେ ବିଜେପିର ଟୁରିଷ୍ଟ ସାଇବେରିଆନ ନେତା ବୁଲୁଛନ୍ତି । ଶୀତ ଦିନ ସରିଲେ ସାଇବେରିଆନ ପକ୍ଷୀ ଯେମିତି ଚାଲିଯାଆନ୍ତି, ସେମିତି ନିର୍ବାଚନ ପରେ ସାଇବେରିଆନ ନେତାମାନେ ପଳେଇଯିବେ । ପୁଣି 2029ରେ ସେମାନଙ୍କର ଦେଖା ମିଳିବ । ଓଡ଼ିଶାର ଲୋକଙ୍କୁ ଭଣ୍ଡେଇବା ପାଇଁ ଏହି ନୂଆ ବ୍ୟବସ୍ଥାକୁ ବିଜେଡ଼ି ନିନ୍ଦା କରୁଛି ।"

ଭୃଗୁ ଆହୁରି ମଧ୍ୟ କହିଛନ୍ତି, "ମହାପ୍ରଭୁ ଜଗନ୍ନାଥଙ୍କୁ ବି ବିଜେପି ନେତା ଛାଡିଲେ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ନାଁ'କୁ ବ୍ୟବହାର କରି ରାଜନୀତି କରୁଛନ୍ତି । ଶ୍ରୀମନ୍ଦିରକୁ ନେଇ ହୋଇଥିବା, ଚାଲିଥିବା ଓ ଆଗକୁ ହେବାକୁ ଥିବା କାର୍ଯ୍ୟକୁ ନେଇ ରାଜନୀତି କରି ଫେଲ ମାରିଛନ୍ତି । କିନ୍ତୁ ଅଭ୍ୟାସଗତ ଭାବେ ବିଜେପି ଏକ ଫେକ ନ୍ୟୁଜ ଫ୍ୟାକ୍ଟ୍ରି ପରି କାମ କରୁଛି ବୋଲି ଲାଗୁଛି । ପ୍ରତ୍ୟେକ ଦିନ ଗୋଟେ ଗୋଟେ ନୂଆ ଫେକ ନ୍ୟୁଜ ଥୋଇବା ଲାଗି ନୂଆ ନୂଆ ନେତାଙ୍କୁ ବ୍ୟବହାର କରୁଛି ବିଜେପି । ବିଜେପି ପ୍ରଥମେ କହିଲା, ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର 4000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପରିକ୍ରମା ପ୍ରକଳ୍ପରେ 325 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅବଢ଼ା ଯୋଜନା ପାଇଁ 4200 କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ବାରମ୍ବାର ପ୍ରମାଣ ସହ ଏହା ସରକାର କହିଛନ୍ତି । ହେଲେ ଅଭ୍ୟାସଗତ ମିଛ କହିବା ଛାଡୁ ନାହାନ୍ତି ବିଜେପି । ଅଭଡ଼ା ଯୋଜନାର କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ।

ସେ ଆହୁରି ମଧ୍ୟ କହୁଛନ୍ତି, "ଜୁଲାଇ ମାସରେ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ ବୋଲି ରାଜ୍ୟ ସରକାର କହିଛନ୍ତି । ଏହାର ତଦାରଖ କରିବେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି । ଏହାର ପ୍ରଥମ ବୈଠକ ସରିଛି । ବିଜେପି ନେତା ଖବରକାଗଜ ପଢୁନାହାନ୍ତି କିମ୍ବା ଟିଭି ଦେଖୁନାହାନ୍ତି । ଦାୟିତ୍ୱହୀନ ବିରୋଧୀ ଦଳ କେବଳ ସରକାର ନୁହେଁ ସମାଜ ପାଇଁ ଚିନ୍ତାର କାରଣ । ପରିକ୍ରମା ଯୋଜନାରେ କିଛି ହେଉନାହିଁ ବୋଲି ସେମାନେ କହିଥିଲେ । ବିଜେପି ଏଏସଏଇକୁ ବ୍ୟବହାର କଲେ । ସୁପ୍ରିମକୋର୍ଟରେ ପିଟିସନ ଦେଲେ । ସବୁ କଥା ଖାରଜ ହେଲା । କିଛି କାମ ଦେଲା ନାହିଁ । ଆମେ କହିଲୁ ଯଦି ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା କଥା ବିଜେପି ଇସ୍ତାହାରରେ ଲେଖନ୍ତୁ । ହେଲେ ସେମାନେ ଏହା ପରେ କହିଲେ ଆମେ ସମର୍ଥନ କରୁଛି । ଜଗନ୍ନାଥଙ୍କୁ ରାଜନୀତିରୁ ନିବୃତ୍ତ ରଖୁ ବିଜେପି ।"

"ନୂଆ ଢାଞ୍ଚାରେ ଓଡ଼ିଶା ବାହାର ନେତା ଆସୁଛନ୍ତି । ରାଜନୀତିରେ ଶାଳୀନତା ଥାଏ । ହେଲେ ବିଜେପି ନିର୍ବାଚନ ପ୍ରକ୍ରିୟାରେ ଶାଳୀନତା ରଖିନି । କିନ୍ତୁ କୁଭାଷା ବ୍ୟବହାର କରୁଛନ୍ତି ସେ ସବୁ ନେତା । ଯାହାକୁ ଓଡ଼ିଶା ସମାଜ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିବ ନାହିଁ । ଦେଶର କୌଣସି ରାଜ୍ୟକୁ ଏକ ନମ୍ବର କରି ପାରିଲାନି ବିଜେପି । ଭାଷା ଭଲ ଭାବେ ବ୍ୟବହାର କରୁ ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶାଳୀନତା ଶିଖନ୍ତୁ । ସେ ରାଜନୀତିରେ ଶାଳୀନତାର ପ୍ରତୀକ । ବିଜେପିର ପ୍ରଚାର ପ୍ରସାର ଢାଞ୍ଚାକୁ ବିଜେଡି ବିରୋଧ ଓ ନିନ୍ଦା କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...‘ବାହା ହୋଇ ଯୌତୁକରେ ଓଡିଶା ଆସିଛନ୍ତି ପାଣ୍ଡିଆନ, ସତ ସାହସ ଥିଲେ ସାଙ୍ଗିଆ ବଦଳାଇ ରାଉତ ରଖନ୍ତୁ’ - BJP Targets Pandian

ସେହିପରି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ଆଜି ବିଜେପିର ଅପପ୍ରଚାର ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବାର ଆବଶ୍ୟକତା ଥିଲା । ବିଜେପିର ଏପରି ମାନସିକତାର ଜବାବ ଅତୀତରେ ଦିଆଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.