ETV Bharat / politics

ବଢିଲା ବିଜେଡି କଳି: ଦେବାଶିଷଙ୍କୁ ଜବାବ ରଖିଲେ ସମ୍ବିତ; କହିଲେ ପାରାଦ୍ବୀପରୁ ସୁଯୋଗ ମିଳିଲାନି ବୋଲି ରାଗ - BJD Internal Conflict

BJD Internal Conflict: ଦିନକୁ ଦିନ ଉଗ୍ର ହେଉଛି ବିଜେଡି କନ୍ଦଳ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନେଇ ତାତିଲେ ସମ୍ବିତ ରାଉତରାୟ । ଯେତେବେଳେ ଗୋଡ଼ିବାଲି ସବୁ ଜିତିଲେ, ସେତେବେଳେ କାହିଁ ଦେବାଶିଷ ହାରିଗଲେ ବୋଲି କଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 9, 2024, 10:32 PM IST

BJD Internal Conflict
BJD Internal Conflict (ETV Bharat Odisha)

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି କଳି । ଗତକାଲି ଦେବାଶିଷ କରିଥିବା ଆକ୍ଷେପର ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ସମ୍ବିତ । ଦେବାଶିଷ ଏସବୁ କଥା ନିଜେ କହିଛନ୍ତି, ନା କାହାକୁ ସନ୍ତୁଷ୍ଟ କରିବା ପାଇଁ କହିଛନ୍ତି ପ୍ରଥମେ କୁହନ୍ତୁ ବୋଲି କହିଛନ୍ତି ସମ୍ବିତ । ଲାଗୁଛି ଦେବାଶିଷ ସାମନ୍ତରାୟ ନିଜ ଆଡୁ ବବି ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ଏହିସବୁ କଥା କହୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ପାରାଦ୍ବୀପ ବିଧାୟକ ।

ସମ୍ବିତଙ୍କ ଟାର୍ଗେଟରେ ଦେବାଶିଷ:-

ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, "ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ମୋ ପରିବାରକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦେବାଶିଷ ସାମନ୍ତରାୟ ଜାଣି ରଖିବା ଦରକାର, ମୋ ପରିବାର ଦାମ ରାଉତଙ୍କ ପରିବାର । ଦାମ ରାଉତ ୧୯୭୪ ମସିହାରେ ରାଜନୀତି ଆରମ୍ଭ କରିଥିଲେ । ୧୯୭୭ରେ ସେ ପ୍ରଥମ ମନ୍ତ୍ରୀ ହୋଇଥିଲେ । ଦୀର୍ଘ ୫୦ ବର୍ଷ, ଲମ୍ବା ସମୟ ଧରି ସେ ଓଡ଼ିଶାର ଲୋକଙ୍କ ସେବା କରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ୨୦୧୯ରେ ମୋତେ ଟିକଟ ମିଳିଥିଲା । ମୁଁ ପ୍ରାୟ ୭୦ ହଜାର ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି । ୨୦୨୪ରେ ଦଳର ସଭାପତି ମୋ ପତ୍ନୀଙ୍କୁ ଟିକଟ ଦେଇଥିଲେ । ସେ ମଧ୍ୟ ପ୍ରାୟ ୭୦ ହଜାର ଭୋଟ ପାଇଛନ୍ତି । ୨୦୧୯ ଓ ୨୦୨୪ରେ ସମାନ ପରିମାଣର ଭୋଟ ଆମେ ପାଇଛୁ । ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ କେମିତି ? ୨୦୧୯ କଂଗ୍ରେସର ପ୍ରାର୍ଥୀ ୪୮ ହଜାର ଭୋଟ ପାଇଥିଲେ । କିନ୍ତୁ କଂଗ୍ରେସ ୨୦୨୪ରେ ଦୁର୍ବଳ ପ୍ରାର୍ଥୀ ଦେଇଥିଲା । ସେ ମାତ୍ର ୮ ହଜାର ଭୋଟ ପାଇଲେ । ବାକି ୪୦ ହଜାର ଭୋଟ ମୁଁ ସାଉଁଟିପାରିଲି ନାହିଁ । ଯାହା ବିଜେପି ପାଖକୁ ପଳେଇଲା । ହରିବାର ଏହା ମୁଖ୍ୟ କାରଣ ହେଲା ।" ପ୍ରତ୍ୟାଖ୍ୟାନ କରିବା କଥା କେଉଁଠୁ ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

'୧୯ରେ ବାଲି ଗୋଡ଼ି ଜିତିଲା, ଦେବାଶିଷ ହାରିଗଲେ':-

କେବଳ ସେତିକି ନୁହେଁ, ୨୦୧୯ରେ ବିଜେଡିର ଗୋଡି ମାଟି ଜିତିଥିବାବେଳେ ଦେବାଶିଷ ହାରିଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ । ସେ କହିଛନ୍ତି, "ପାରାଦ୍ବୀପରୁ ମୁଁ, ଚୌଦ୍ବାରରୁ ସୌଭିକ ଓ ବାରବାଟୀରୁ ଦେବାଶିଷ ସାମନ୍ତରାୟଙ୍କୁ ଦଳ ଟିକଟ ଦେଇଥିଲା । ଗୋଡି ମାଟି ସବୁ ଜିତିଲେ । କିନ୍ତୁ ଦେବାଶିଷ ହାରିଗଲେ । କଟକ-ବାରବାଟୀ ଅଣକଂଗ୍ରେସ, ବିଜୁ ପଟ୍ଟନାୟକ ଓ ବିଜେଡିର ଗଡ଼ । ଆଉ ଏ କଥା ଯେଉଁ ଲୋକ କହୁଛନ୍ତି ସେ ହାରିଲେ । ୨୦୨୪ରେ କାହିଁକି ଟିକଟ ମିଳିଲାନି କୁହନ୍ତୁ ଦେବାଶିଷ । ଦଳ ଅନ୍ୟ ଲୋକଙ୍କୁ ଟିକଟ ଦେବା ପରେ ତାଙ୍କୁ ଜିତେଇବା ଦାୟିତ୍ବ ଦେବାଶିଷଙ୍କୁ ଦିଆଗଲା । କିନ୍ତୁ ଦଳ ସେଠି ୩ ନମ୍ବରରେ ରହିଲା କେମିତି ? ମୁଁ ମୋ ନିର୍ବାଚନ ମଣ୍ଡଳୀ କଥା କହିଲି, ଦେବାଶିଷ ଭାଇ ଏଥିରେ ଲମ୍ଫ ଦେବାର କଣ ଅଛି ? ହିଞ୍ଜିଳି ନବୀନ ପଟ୍ଟନାୟକ ଏତେ କମ ଭୋଟରେ ଜିତିଲେ କଣ୍ଟାବାଞ୍ଜିରେ ହାରିଗଲେ । ସେ କଥା ବିଶ୍ବାସ କରି ହେଉନାହିଁ । ସେଠି ତ କିଏ ଷଡ଼ଯନ୍ତ୍ର କରିଛି । ସେ କଥା ମୁଁ କହିଥିଲି । ଏହା ସ୍ବାଭାବିକ କଥା । ମୁଁ ଯାହା ଯାହା ଭୋଗିଲି ସେ କଥା କହିଛି ।" ବଡ଼ ନେତୃତ୍ବ କାହାକୁ କିଛି କହିନଥିବା ସ୍ପଷ୍ଟିକରଣ ରଖିଛନ୍ତି ସମ୍ବିତ ।

'ପାରାଦ୍ବୀପରୁ ସୁଯୋଗ ମିଳିଲାନି ବୋଲି ଦେବାଶିଷଙ୍କ ରାଗ':-

ସମ୍ବିତ ଆହୁରି କହିଛନ୍ତି, "ଯେତେଥର ଶ୍ରମିକ ଦିବସରେ ଦେବାଶିଷ ପାରାଦ୍ବୀପ ଯାଇଛନ୍ତି, ମୋ ବିରୋଧରେ କହିଛନ୍ତି । ମୁଁ ଏହାକୁ ହସିହସି ଜବାବ ରଖିଛି । ବଡ଼ ଭାଇ କହୁ କହୁ କହିଦେଇଛନ୍ତି ବୋଲି କହିଛି । ମୁଁ ବୁଝିପାରେନି ସେ ସବୁବେଳେ କାହିଁକି ଏମିତି କଥା କହିଛନ୍ତି । ପାରାଦ୍ବୀପରୁ ଥରେ ପ୍ରତିନିଧିତ୍ବ କରିବା ଦେବାଶିଷଙ୍କ ଆଶା । ତାଙ୍କୁ ସେ ସୁଯୋଗ ମିଳିନଥିବାରୁ ରାଗ । ଦେବାଶିଷ ସାମନ୍ତରାୟଙ୍କ ଲୋକ ମୋ ବିରୋଧରେ ଖୋଲାଖୋଲି ୨୪ ନିର୍ବାଚନରେ ପ୍ରଚାର କଲେ । ଖୋଲାଖୋଲି ବିଜେପି ସହିତ ହାତ ମିଶେଇଲେ । ମୁଁ ସେ କଥା ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ଜଣାଇଛି । ଦେବାଶିଷ ପ୍ରଭାତ ବିଶ୍ବାଳଙ୍କୁ ବି ଆକ୍ଷେପ କରି କହିଛନ୍ତି, ତାହା ମଧ୍ୟ ସମୀଚିନ ନୁହେଁ । ସେ ସ୍ବାଧୀନ ଭାବେ ଜିତିଛନ୍ତି । କିନ୍ତୁ ଦେବାଶିଷ ବାବୁ ନବୀନ ପଟ୍ଟନାୟକ ଏବଂ ଦଳ ନାଁରେ ବି ଜିତି ପାରିଲେନାହିଁ । ଦେବାଶିଷ ସାମନ୍ତରାୟ କହୁଛନ୍ତି ମୁଁ ତାଙ୍କ ସମସ୍କନ୍ଦ ନୁହେଁ । ହୁଏତ ଉଚ୍ଚତା ଓ ବୟସରେ ସମାନ ନୁହେଁ । କିନ୍ତୁ ରାଜନୈତିକ ପରିପକ୍ଵତା ମୋର କମ ନୁହେଁ ।"

'ବିଜେଡି ଅମାରରୁ ଧାନ ସରିଗଲାଣି, ମୂଷା ପଳେଇବେ':-

ପୂର୍ବ ମନ୍ତବ୍ୟକୁ ଦୋହରାଇ ସମ୍ବିତ କହିଛନ୍ତି, "ବିଜେଡି ଅମାରରୁ ଧାନ ସରିଗଲାଣି । ମୂଷାମାନେ ଏବେ ଆପେ ଆପେ ପଳେଇବେ । ଆଗରୁ ଅମଳ ହେଉଥିଲା ମୂଷା ପଡ଼ି ଖାଉଥିଲେ । ଏବେ ଆଉ ତାହା ନାହିଁ । ତେଣୁ ଅନ୍ୟ ଆଡେ ପଳେଇବେ । ବିଜୁ ଜନତା ପୁଣି ପୂର୍ବ ଅବସ୍ଥାକୁ ଫେରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.