ETV Bharat / politics

ଆଁ କଲାଣି ବିଜେଡି ଫାଟ ! ପ୍ରଭାତଙ୍କ ବୟାନକୁ ନେଇ ଦେବାଶିଷଙ୍କ ଟାର୍ଗେଟ; ଜବାବ ରଖିଲେ ପ୍ରଭାତ - BJD Internal Conflict

BJD Internal Conflict: ଉଗ୍ରରୂପ ନେଉଛି ବିଜେଡି ଆଭ୍ୟନ୍ତରୀଣ କନ୍ଦଳ । ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ବିଜେଡି ପରାଜୟ ପାଇଁ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ପରୋକ୍ଷରେ ଦାୟୀ କରିବା ପରେ କଡ଼ା ସମାଲୋଚନା କଲେ ଦେବାଶିଷ ସାମନ୍ତରାୟ । ଜବାବ ରଖିଲେ ପ୍ରଭାତ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 8:53 PM IST

BJD Internal Conflict
BJD Internal Conflict (ETV Bharat Odisha)

କଟକ: ପରାଜୟ ପରେ ରାଜ୍ୟରେ ଉଗ୍ରରୂପ ନେଉଛି ବିଜେଡି ଆଭ୍ୟନ୍ତରୀଣ କନ୍ଦଳ । ବିଶେଷ କରି ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ଦଳର ପରାଜୟ ନେଇ ପରୋକ୍ଷରେ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ପରେ ପ୍ରଭାତଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ପରାଜୟ ନେଇ ପାଣ୍ଡିଆନ ଓ ବବିଙ୍କୁ ଦେବାଶିଷ କ୍ଲିନ୍‌-ଚିଟ୍‌ ଦେବା ସହ ପ୍ରଭାତଙ୍କୁ ଟାର୍ଗେଟ କରିବା କଟକ ବିଜେଡିର ଦଳୀୟ କନ୍ଦଳକୁ ପଦାରେ ପକାଇଛି । କେବଳ ସେତିକି ନୁହେଁ, ତୁରନ୍ତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦେବାଶିଷଙ୍କୁ ମଧ୍ୟ କାଉଣ୍ଟର କରିଛନ୍ତି ପ୍ରଭାତ । ତାଙ୍କୁ ପ୍ରଶ୍ନ କରିବାକୁ ଦେବାଶିଷଙ୍କୁ କ୍ଷମତା କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପାଣ୍ଡିଆନ ଓ ବବି ଦାସଙ୍କୁ ନେଇ ପ୍ରଭାତ ବିଶ୍ବାଳଙ୍କ ଆକ୍ଷେପ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ତାଙ୍କ ପୁଅ (ସୌଭିକ ବିଶ୍ବାଳ) ଜିତି ସାରିବା ପରେ ସେ କାହିଁକି ଏପରି କହିଲେ ? ଯେତେବେଳେ ଦଳ ଦୁର୍ଦିନରେ ଗତି କରୁଛି, ଯେତେବେଳେ ଦଳର ପରାଜୟକୁ ନେଇ ସମୀକ୍ଷା କରାଯାଉଛି, ସେତେବେଳେ ପ୍ରଭାତଙ୍କ ଏଭଳି ବୟାନର ଉଦ୍ଦେଶ୍ୟ କଣ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ତାଙ୍କ ପୁଅ ଜିତିବା ପରେ ନିଜର ସମର୍ଥକଙ୍କୁ କୃତଜ୍ଞତା ଜଣାଇ ନାହାନ୍ତି । ବବି ଏବଂ ପାଣ୍ଡିଆନଙ୍କୁ ଏପରି କହିଲେ ହୁଏତ ବିଜେପି ସିବିଆଇକୁ କହି ପ୍ରଭାତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବନି ବୋଲି ଭାବି ପ୍ରଭାତ ଏପରି କରୁଥିବା କହିଛନ୍ତି ଦେବାଶିଷ ।

ଦେବାଶିଷ ସାମନ୍ତରାୟ କହିଛନ୍ତି, "ପାଣ୍ଡିଆନ ଓ ବବି ଦାସଙ୍କୁ ଆକ୍ଷେପ କରିବା ଦୁଃଖଦାୟକ । ପାଣ୍ଡିଆନ ବାବୁ ଯେତେବେଳେ ଭଲ କାମ କରୁଥିଲେ, ସେତେବେଳେ ତ ପ୍ରଭାତ କିଛି କହୁନଥିଲେ । ବରଂ ପାଣ୍ଡିଆନଙ୍କୁ ପ୍ରଶଂସା କରୁଥିଲେ । କେତେବେଳେ ବିଶ୍ଵକର୍ମା, କେତେବେଳେ ଚାଣକ୍ୟ କହୁଥିଲେ । ହେଲେ ଏବେ ପ୍ରଭାତ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି, ତାହା ତାଙ୍କର ଚରିତ୍ରକୁ ଦର୍ଶାଉଛି ।" କେବଳ ସେତିକି ନୁହେଁ, ଏବେ ପ୍ରଭାତ କାହିଁକି ପ୍ୟାରୀ ବାବୁଙ୍କ କଥା କହୁଛନ୍ତି ବୋଲି ପ୍ରଶ୍ନ କରିବା ସହ ପ୍ୟାରୀ ମହାପାତ୍ରଙ୍କ ଦ୍ବାରା ମିଡ୍‌ ନାଇଟ୍‌ ଅପରେସନରେ ସେ ପ୍ରମୁଖ ଭୂମିକା ନେଇଥିଲେ ବୋଲି କହି ପ୍ରଭାତଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦେବାଶିଷ ।

ଏହାପରେ ତୁରନ୍ତ ଦେବାଶିଷଙ୍କୁ କାଉଣ୍ଟର କରିଛନ୍ତି ପ୍ରଭାତ । ଦେବାଶିଷ କିଏ ? ମୋ ବିଷୟରେ ଟିପ୍ପଣୀ ଦେବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ ବିଶ୍ବାଳ । ସେ କହିଛନ୍ତି, "ମେ' ୨୯ ମିଡ୍‌ନାଇଟ୍‌ ଅପରେସନ୍‌ରେ ପ୍ରକୃତରେ ଯିଏ ସାମିଲ ଥିଲା, ସେ ଏବେବି ଦଳରେ ରହି ସବୁ ନିଷ୍ପତ୍ତି ନେଉଛନ୍ତି । ମୋ ପାଖରେ ଫୋନ କଲ୍‌ର ରେକର୍ଡିଂ ପ୍ରମାଣ ଅଛି । ସମୟ ଆସିଲେ ସବୁ ଦେବି । ସେ ଭାବୁଛନ୍ତି ମୋ ନାଁରେ ଥିବା କେସ୍‌ର ସିବିଆଇ ତଦନ୍ତ ଦାବିରେ ମୁଁ ବିଜେପି ଆଡ଼କୁ ଢଳୁଛି । ହେଲେ ସେ ଜାଣି ରଖିବା ଉଚିତ, ଏହି କେସ ବିଚରାଧୀନ ଅଛି । ଏଭଳି ସ୍ଥିତିରେ କୌଣସି କ୍ଷମତା କାମ ଦେବନି । ମୋ ପୁଅ ସୌଭିକ ଏବେ ବିଜେଡି ବିଧାୟକ ଅଛି । ଦଳର ଏକ କର୍ମୀ ଭାବେ ପ୍ରଶ୍ନ କରିବାର ଅଧିକାର ଅଛି । ଦେବାଶିଷଙ୍କୁ କିଏ ଶିଖେଇ ଦେଇଥିବ, ସେଥିପାଇଁ ସେ ଏପରି କହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...‘ଦୁଇଜଣଙ୍କ ପାଇଁ ବିଜେଡିର ଏହି ଅବସ୍ଥା’: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଏମିତି କହିଲେ ପ୍ରଭାତ - PRAVAT BISWAL REACTION

ପ୍ରକାଶ ଥାଉ, ଗତକିଛି ଦିନ ତଳେ ବିଜେଡିର ବରିଷ୍ଠ ନେତା ତଥା କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବିଜେଡି ପରାଜୟ ନେଇ ପାଣ୍ଡିଆନ ଏବଂ ବବି ଦାସଙ୍କୁ ପରୋକ୍ଷରେ ଦାୟୀ କରିଥିଲେ । ସେ କହିଥିଲେ, "ରାଜ୍ୟରେ ବିଜେଡି ବିପର୍ଯ୍ୟୟ ପାଇଁ ଦୁଇ ଜଣ ଦାୟୀ ।" ଯଦିଓ ଏହି ଦୁଇଜଣ କିଏ ବୋଲି ନାଁ ପ୍ରକାଶ କରି ନଥିଲେ, ତଥାପି ତାଙ୍କର ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏବେ ଦେବାଶିଷଙ୍କ ଜବାବ ଓ ପରେ ତୁରନ୍ତ ପ୍ରଭାତଙ୍କ କାଉଣ୍ଟର ଦଳରେ ଥିବା ଫାଟକୁ ମେଲି ଆଁ କରୁଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.