ETV Bharat / politics

'ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି ବୈଜୟନ୍ତ', ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD meet CEO

author img

By ETV Bharat Odisha Team

Published : Apr 15, 2024, 4:39 PM IST

BJD meet CEO: ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି । କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

BJD meet CEO
BJD meet CEO
BJD meet CEO

ଭୁବନେଶ୍ବର: ବିଜେପିର ଲୋକସଭା ପ୍ରାର୍ଥୀ ଲଗାତାର ଭାବେ ନିର୍ବାଚନ ଅୟୋଗଙ୍କ ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରିଚାଲିଥିବା ଅଭିଯୋଗ କରୁଛି ବିଜେଡି । ଭୁବନେଶ୍ବର, ପୁରୀ ପରେ ଏବେ ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିଜେଡି ଅଭିଯୋଗ କରିଛି । ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ରାଲି ଓ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜୁ ଜନତା ଦଳ ।

ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, "ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲୁ । ବିଜେପିର ସଂସଦୀୟ ପ୍ରାର୍ଥୀ ମାନେ କ୍ରମାଗତ ଭାବେ ନିର୍ବାଚନ ଆୟୋଗଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରଚାରରେ ଶିଶୁଙ୍କୁ ସାମିଲ କରୁଛନ୍ତି । ପୁରୀ ଲୋକସଭା ପ୍ରାର୍ଥୀ ଘଣ୍ଟ ବଣ୍ଟନ କରୁଥିଲେ । ଆଉ ଏବେ ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଞ୍ଚାୟତରେ ଗତକାଲି ସନ୍ଧ୍ୟାରେ ପିଲାମାନଙ୍କୁ ନେଇ ରାଲି କରିଥିଲେ । ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ।"

ତେଣୁ ବିଜେଡି ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ଦଳ । ବିଜେଡି ମୁଖପାତ୍ର ଆହୁରି କହିଛନ୍ତି, "ବିଜେପି ପ୍ରାର୍ଥୀ ପୋଲିସ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଇବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି । ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଛନ୍ତି । ଅପରାଜିତାଙ୍କ ପରେ ଏବେ ବୈଜୟନ୍ତ ପଣ୍ଡା ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଛନ୍ତି ।" ବିଜେପି ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO

କିଛିଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଟନ କରୁଥିବା ଅଭିଯୋଗ ରହିଛି । ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଥିବା ଅଭିଯୋଗ ମଧ୍ୟ ବିଜେଡି ପକ୍ଷରୁ ଆସିଛି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବିଜେପି ପ୍ରାର୍ଥୀ ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛି ବିଜେଡି । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ମଧୁସ୍ମିତା ନାୟକ, ତୁମ୍ବାନାଥ ପଣ୍ଡା, ସ୍ବୟଂ ପ୍ରକାଶ ମହାପାତ୍ର, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.