ETV Bharat / politics

ଦୁଇ ଫାଳ ଭୁବନେଶ୍ବର ବିଜେଡି ! ଦଳ ଭିତରେ କିଏ ବିଭୀଷଣ ? ତୁ ତୁ ମେଁ ମେଁ ଜାରି - BHUBANESWAR BJD CONFLICT

author img

By ETV Bharat Odisha Team

Published : Jul 3, 2024, 8:25 PM IST

Vibhishana In BJD: ବିଏମ୍‌ସି ବିଜେଡି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ବଢିଲା ଗୋଷ୍ଠୀ କନ୍ଦଳ ଚର୍ଚ୍ଚା । ବିଜୁ ଜନତା ଦଳରେ କିଏ ବିଭୀଷଣ ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବୟାନକୁ ନେଉ ଉଠୁଛି ପଡୁଛି ରାଜନୀତି । ଅଧିକ ପଢ଼ନ୍ତୁ

BHUBANESWAR BJD CONFLICT
BHUBANESWAR BJD CONFLICT (ETV Bharat Odisha)

ଭୁବନେଶ୍ବର: 2024 ନିର୍ବାଚନରେ ବିଜେଡିର ପରାଜୟ ପରେ ଭୁବନେଶ୍ବର ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଶେଷ କରି ଏହି ଗୋଷ୍ଠୀ କନ୍ଦଳ ବିଏମସି କର୍ପୋରେଟରଙ୍କ ଭିତରେ ଦେଖିବାକୁ ମିଳିଛି । ବିଜେଡିର ସଂଖ୍ୟା ଗରିଷ୍ଠତା ବିଏମସିରେ ରହିଥିଲେ ମଧ୍ୟ ବିଜେଡି କର୍ପୋରେଟରମାନେ ଏକାଠି ସ୍ୱରକୁ ଶାଣିତ ନକରି ନିଜ ଭିତରେ ତୁ ତୁ ମେଁ ମେଁ ହେବା ଆରମ୍ଭ କରିଦେଲେଣି । 2 ଗୋଷ୍ଠୀ ହୋଇ ଜଣେ ଆର ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି । ଯାହା ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ତେବେ ବିଜୁ ଜନତା ଦଳରେ ବିଭୀଷଣ ଅଛନ୍ତି । ସେମାନେ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ କରୁଛନ୍ତି ବୋଲି ବିଜେଡି କର୍ପୋରେଟର ଅମରେଶ ଜେନା କହିବା ପରେ ଭୁବନେଶ୍ୱର ବିଜେଡି ଦୁଇଫାଳ ହେବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି । ଅନ୍ୟପଟେ ବିଜେଡି ଏକ ହୋଇ ଅଛି ଏଥିରେ କୌଣସି ଫାଟ ନାହିଁ ବୋଲି କହି ଅମରେଶଙ୍କୁ କାଉଣ୍ଟର କରି କରିଛନ୍ତି କିଛି ବିଜେଡି କର୍ପୋରେଟର ।

ବିଏମସି ଓ୍ବାର୍ଡ ନଂ. ୪୫ର ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, "ଦଳରେ କିଛି ବିଭୀଷଣ ଅଛନ୍ତି ଯେଉଁମାନେ ଦଳକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆମେ ଏକାଠି ଅଛୁ ଓ ରହିବୁ । ଏନେଇ ଦଳର ସଭାପତି ଅବଗତ ଅଛନ୍ତି । ସେ ତାଗିଦ କରିଛନ୍ତି । କିନ୍ତୁ କିଛି ଲୋକ ନିଜର ପତିଆରା ଜାହିର ପାଇଁ ବିଭାଜନ କରୁଛନ୍ତି ତାର ଉଚିତ ଜବାବ ମିଳିବ । ବିଏମସି ସେମାନଙ୍କ ଅଲଗା ଉଦ୍ୟମରେ ଭାଙ୍ଗିବନି ଆମେ ଏକାଠି ଅଛୁ । ଯେଉଁ ବିଭୀଷଣ ଏଭଳି କରୁଛନ୍ତି ଆଗକୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।"

ସେପଟେ ଆଜି ଏକ ହୋଟେଲରେ ବିଜେଡିର ସବୁ କର୍ପୋରେଟର ଏକାଠି ଅଛନ୍ତି ବୋଲି କହି ୨୪ ଜଣ କର୍ପୋରେଟର ନିଜର ମତ ରଖିଛନ୍ତି । ବିଜେଡିରେ ବିଭୀଷଣ ରହିଥିବା ଅମରେଶ ଜେନାଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି । ବିଭୀଷଣ ଆଉ କେହି ନୁହେଁ, ଯେଉଁ ଦୁଇ ଜଣ ଦଳ ଦୁଇ ଫାଳ ବୋଲି ମନ୍ତବ୍ୟ ଦେଉଛନ୍ତି ସେମାନେ ନିଜେ ନିଜେ ଜଣେ ଜଣେ ବିଭୀଷଣ ବୋଲି କହିଛନ୍ତି କର୍ପୋରେଟର ନୃପେଶ ଜେନା । ସେ କହିଛନ୍ତି, "ନିର୍ବାଚନ ହାରିବା ପରେ ଦଳ ଆତ୍ମା ସମୀକ୍ଷା କରୁଛି । ଦଳର ସଭାପତି ଏହାର ରିପୋର୍ଟ ଜନସାଧାରଣଙ୍କ ପାଖରେ ରଖିବେ । ହେଲେ ଏଭଳି ସ୍ଥିତିରେ ଦଳ ହାରିବାର କିଛିଦିନ ଭିତରେ କ୍ଷମତା ଲୋଭି କିଛି ନେତା ଦଳକୁ ଦୁଇଫାଳ କରିବାର ପ୍ରୟାସ ସହ ଦଳ ଡେଇଁବାର ଚେଷ୍ଟାରେ ଲାଗିପଡ଼ିଲେଣି । ବିରୋଧୀ ଭାବେ କେବେ ସେ ରହିବାକୁ ଚାହୁଁନଥିବା ବେଳେ କ୍ଷମତା ଯୁଆଡେ ସିଆଡେ ନିଜର ଗତିକରି ଡଙ୍ଗାକୁ କଣା କରି ଲୁଟୁଥିବା ଥିବା ମୂଷା ପରି ଡଙ୍ଗାରୁ ଡେଇଁଲେଣି । ଅପରିପକ୍ଵ ମସ୍ତିଷ୍କ ନେଇ ରାଜନୀତି କରି ଦଳକୁ ଭାଗଭାଗ କରିବାର ମତ ରଖୁଛନ୍ତି ହେଲେ ପଦ ପଦବୀରେ ଥିବା ଯୋଗୁ ଯାଇପାରୁନାହାନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "କିଛି ନେତା ଦଳରେ ଗୋଳମାଳିଆ ସ୍ଥିତି ସୃଷ୍ଟି କରୁଛନ୍ତି । କୁଚକ୍ରାନ୍ତ ଚଳାଇଛନ୍ତି । କିନ୍ତୁ ତାଙ୍କର ସେ ଚକ୍ରାନ୍ତ ସଫଳ ହେବନି । କାରଣ ଏପରି କିଛି ଗୃହଭେଦୀ ବିଭୀଷଣ ପାଇଁ ଦଳ ଆଜି ପରାଜୟ ବରଣ କରିଛି । ଆଉ ତାଙ୍କର ଜନତାଙ୍କୁ ଭୂଆଁ ବୁଲେଇବାର ଉଵାଚ ବି ହାସ୍ୟାସ୍ପଦ ଚରିତ୍ର । ଆମେ ସଂଖ୍ୟା ଗରିଷ୍ଠତା ଆଗରେ ବିଜେପି କିଛି ନୁହେଁ । ତେଣୁ ଆମେ ୫୫ ବିଜେଡି କର୍ପୋରେଟର ଏକାଠି ରହିଛୁ ରହିବୁ ୨୦୨୭ ନିର୍ବାଚନରେ ଭଲ ପଦର୍ଶନ କରିବୁ । କେହି କୁଆଡେ ଯିବେନି ଆମେ ତାଙ୍କ ଯୋଜନାକୁ ସଫଳ ହେବାକୁ ଦେବୁନାହିଁ । ଯଦି ସେ ଯିବାକୁ ଚାହୁଁଛନ୍ତି କର୍ପୋରେଟର ପଦରୁ ଇସ୍ତଫା ଦିଅନ୍ତୁ ଯାଆନ୍ତୁ । ଏମାନେ କେବଳ ବ୍ଳାକମେଲିଂ ରାଜନୀତି କରୁଛନ୍ତି । ସୁବିଧାବାଦୀ ରାଜନୀତି କରି ଯେଉଁ ଦଳ ପରିଚୟ ଦେଇଛି ପଦ ଦେଇଛି ସେହି ଦଳକୁ ଟିକ୍ ଟିକ୍ କରି ଖାଇ ଯାଉଛନ୍ତି । ଏମାନଙ୍କ ଚରିତ୍ରକୁ ସବୁ ଜାଣିଛନ୍ତି । ଦଳ ଫାଟର କିଛି ଆଶଙ୍କା ନାହିଁ । ସଭାପତିଙ୍କ ନେତୃତ୍ୱରେ ହରିବାର ସମୀକ୍ଷା ଚାଲିଛି ଆଣେ ଆଗକୁ ଭଲ ପଦର୍ଶନ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

ସେହିପରି କର୍ପୋରେଟର ମାୟାମୟୀ ସ୍ୱାଇଁ କହିଛନ୍ତି, କିଏ ଦଳରେ ଫାଟ ସୃଷ୍ଟି କରୁଛି ତାହା ସୋସିଆଲ ମିଡ଼ିଆରରୁ ଜଣାପଡୁଛି । ବିଜେପି ନେତାଙ୍କ ସହ କିଏ ଫୋଟୋ ଉଠାଉଛି ଆଉ କ୍ଷମତା ଥିବା ଦଳକୁ ଡେଇଁବାର ଇଙ୍ଗିତ ଦେଉଛନ୍ତି । ତେଣୁ ତାଙ୍କର ଏହି ମନ୍ତବ୍ୟ ବା ଦଳ ଭାଙ୍ଗିବାର ପ୍ରୟାସ କିଛି କାମଦେବନି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.