ETV Bharat / politics

ସଂକଳ୍ପପତ୍ର ଜାରି କଲେ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିିଂହଦେଓ - KALIKESH NARAYAN SINGH DEO - KALIKESH NARAYAN SINGH DEO

Kalikesh Narayan Singh Deo issued a election manifesto: ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ଜାରି କଲେ ବ୍ୟକ୍ତିଗତ ସଙ୍କଳ୍ପପତ୍ର । ସ୍ଥାନ ପାଇଛି ବଲାଙ୍ଗୀରର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ଏଜେଣ୍ଡା । ଗତକାଲି ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେ ଉନ୍ମୋଚନ । ଅଧିକ ପଢନ୍ତୁ

ସଂକଳ୍ପପତ୍ର ଜାରି କଲେ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିିଂହଦେଓ
ସଂକଳ୍ପପତ୍ର ଜାରି କଲେ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିିଂହଦେଓ (ଫଟୋ- ଇଟିଭି ଭାରତ ଓଡିଶା)
author img

By ETV Bharat Odisha Team

Published : May 5, 2024, 8:42 AM IST

ସଂକଳ୍ପପତ୍ର ଜାରି କଲେ ବିଜେଡି ପ୍ରାର୍ଥୀ କଳିକେଶ (ଭିଡିଓ- ଇଟିଭି ଭାରତ)

ବଲାଙ୍ଗୀର: ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ସଂକଳ୍ପପତ୍ର ଜାରି କରିଛନ୍ତି । ବଲାଙ୍ଗୀର ବିକାଶ ପାଇଁ ବିଭିନ୍ନ ବିକାଶମୂଳକ କାମକୁ ନେଇ ଏହି ସଂକଳ୍ପପତ୍ର ପ୍ରସ୍ତୁତ କରାଯାଇଛି । ଗତକାଲି(ଶନିବାର) ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ସେହି ଏହି ପତ୍ର ଉନ୍ମୋଚନ କରିବା ସହ ସ୍ଥାନୀୟ ସମସ୍ୟା ସମାଧାନ ଦିଗରେ ଏକାଧିକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

କଳିକେଶ ନିର୍ବାଚିତ ହେଲେ କ’ଣ ସବୁ ବିକାଶ କାମ କରିବାକୁ ଏଜେଣ୍ଡା ରଖିଛନ୍ତି ତାହାର ଏକ ସଙ୍କଳ୍ପପତ୍ର ସେ ନିଜେ ଜାରି କରିଛନ୍ତି । ତେବେ ଏହାପାଇଁ ସେ ଜିଲ୍ଲାର ବିଭିନ୍ନ ସଂଗଠନ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗ ତଥା ସମାଜର ଲୋକଙ୍କ ସହ ଯୋଗାଯୋଗ କରି ପରାମର୍ଶ ଗ୍ରହଣ କରିବା ପରେ ଏହି ସଂକଳ୍ପପତ୍ର ପ୍ରସ୍ତୁତ କରିଥିବା କହିଛନ୍ତି । ତେବେ ତାଙ୍କ ପରିବାର ସବୁବେଳେ ବଲାଙ୍ଗୀରର ସେବା ଓ ବିକାଶ ପାଇଁ କାର୍ଯ୍ୟ କରିଆସୁଛି । ପୂର୍ବରୁ ତାଙ୍କ ପୂର୍ବଜ ବଲାଙ୍ଗୀର ପ୍ରତିଷ୍ଠା କରିଥିଲେ । ଯାହା ଏକ ସୁବ୍ୟବସ୍ଥିତ ସହର ଥିଲା । ରାସ୍ତା, ନାଳ, ପାର୍କ, ଶିକ୍ଷା ସ୍ୱାସ୍ଥ୍ୟସେବା ପରି ବିଭିନ୍ନ ବ୍ୟବସ୍ଥା ସେ ସମୟରେ ଉପଲବ୍ଧ କରାଯାଇଥିଲା ବୋଲି କହିଛନ୍ତି କଳିକେଶ ।

ସେହିପରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଳିକେଶ କହିଛନ୍ତି ଯେ, ତାଙ୍କ ଅଜା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ଏହି ବିକାଶଧାରାକୁ ଆଗକୁ ନେବା ସହ ଏଠି ହାଇକୋର୍ଟ, ଏକ୍ସରେ ମେସିନ, ରାଜେନ୍ଦ୍ର କଲେଜ ଭଳି ଅନେକ ବିକାଶମୂଳକ କାମ କରିଥିଲେ । ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ସମାନ ଧାରାରେ ବଲାଙ୍ଗୀରର ବିକାଶ ପାଇଁ କାମ କରିଥିଲେ । ବଲାଙ୍ଗୀର ସହରକୁ ପାନୀୟ ଜଳ ବ୍ୟବସ୍ଥା, ଶିକ୍ଷା ସ୍ୱାସ୍ଥ୍ୟର ବିକାଶ ରାସ୍ତାଘାଟର ବିକାଶ ସହ ଅନେକ ବିକାଶ କାମ ସେ କରିଥିଲେ । ସେହିପରି ସେ ମଧ୍ୟ ସାଂସଦ ଥିବା ସମୟରେ ଜିଲ୍ଲାରେ ପିଇବା ପାଣି ବ୍ୟବସ୍ଥା, ମେଡ଼ିକାଲ କଲେଜ ନିର୍ମାଣ, ରାଜେନ୍ଦ୍ର ୟୁନିଭରସିଟି ସ୍ଥାପନ, ଲୋୟର-ଶୁକତେଲ କାମ ସମ୍ପୂର୍ଣ୍ଣ କରିବା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ତ୍ୱରାନ୍ୱିତ କରିବା, ନୂଆ ଆଧୁନିକ ବସଷ୍ଟାଣ୍ଡ, ପାର୍କ ଭଳି ଅନେକ ବିକାଶ କାମ କରିଥିବାର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ନାମାଙ୍କନ ଦାଖଲ କଲେ କୁଚିଣ୍ଡା କଂଗ୍ରେସ ପ୍ରାର୍ଥୀ କେଦାରନାଥ ବରିହା - Kedarnath Bariha files nomination

ଚଳିତ ଥର ତାଙ୍କ ବିରୋଧରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଯଦିଓ ଏଠି ବିଜେପିର ପ୍ରାର୍ଥୀ ଗୋପାଲଜି ପାଣିଗ୍ରାହୀ ଅଛନ୍ତି ତା' ସତ୍ତ୍ୱେ ମଧ୍ୟ ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ମୁଖ୍ୟ ଟକ୍କର ହେବ ବୋଲି କୁହାଯାଉଛି । ଦୁଇ ଥର ଏଠାରୁ କଂଗ୍ରେସ ବିଜୟୀ ହୋଇ ଥିବାବେଳେ ଏଥର ବିଜେଡି ପ୍ରାର୍ଥୀ ବିଜୟୀ ହେବା ନେଇ ଆଶା ରଖିଛନ୍ତି । ସେହି କ୍ରମରେ ସିଂହଦେଓ ପରିବାର ଚଳିତଥର ପ୍ରଚାର ଜୋରଦାର କରିଛି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.